ପ୍ରମୂଖ ଖବର
  • ସୁନ୍ଦରଗଡ : ଟାଙ୍ଗିଆରେ ହାଣି ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ଇସଲାମର ଆତଙ୍କ, ଚେକ୍ ପୋଷ୍ଟ ନିକଟରେ କଲେ ଆକ୍ରମଣ...

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କୀ ଘଟଣା ଥମିବାର ନାଁ ନେଉନାହିଁ । ଉତ୍ତର-ପଶ୍ଚିମ ପାକିସ୍ତାନର ଅଶାନ୍ତ ଖୈବର ପଖତୁନଖଓ୍ବା ପ୍ରଦେଶରେ ପୁଣି ଥରେ ସୀମାନ୍ତ କର୍ପସର ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରାଯାଇଛି । ସୀମାନ୍ତ କର୍ପସର ଏକ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ସୋମବାର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ନିଷିଦ୍ଧ ସଂଗଠନ ଲଶ୍କର-ଇ-ଇସଲାମ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପୋଲିସର ସୂଚନାନୁସାରେ ଆଫଗାନିସ୍ତାନ ସୀମାନ୍ତରେ ଥିବା ଖୈବର ଜିଲ୍ଲାର ତିରାହ ଘାଟି ସ୍ଥିତ ଏଫସି ଚେକ୍ ପୋଷ୍ଟରେ ରବିବାର ଏହି ଆକ୍ରମଣ ହୋଇଛି ।

ଲଶ୍କର-ଇ-ଇସଲାମ ହେଉଛି ଦେଓବନ୍ଦୀ ଜିହାଦୀ ଆତଙ୍କବାଦୀ ଗୋଷ୍ଠୀ, ଯାହା ପାକିସ୍ତାନର ଖୈବର ଜିଲ୍ଲା ତଥା ଆଫଗାନିସ୍ତାନର ପଡୋଶୀ ନାଙ୍ଗରହାର ପ୍ରଦେଶରେ ସକ୍ରିୟ । ଚଳିତ ବର୍ଷ ଏପ୍ରିଲ୍ ୨୫ ରେ, ଲଶ୍କର-ଇ-ଇସଲାମ ନେତା ହାଜି ଆକବର ଆଫ୍ରିଦିଙ୍କୁ ଖୈବର ଜିଲ୍ଲାର ବାରା ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଥିଲେ। ଲଶ୍କର-ଇ-ଇସଲାମ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଜଣାଶୁଣା । ଏହି ସଂସ୍ଥାର ବିଭିନ୍ନ ସମ୍ପ୍ରଦାୟକୁ ଭୟଭୀତ କରିବା ଏବଂ ଭୟ ସୃଷ୍ଟି କରିବାର ଇତିହାସ ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.