ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ପାକିସ୍ତାନରେ ଆତଙ୍କବାଦୀଙ୍କ ଟ୍ରେନ୍ ଅପହରଣ: ୧୦୦ ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ ରଖିଥିବା ଦାବୀ,୬ ସୈନିକଙ୍କ ମୃତ୍ୟୁ

Published By : Prameya | March 11, 2025 4:47 PM

ଇସଲାମାବାଦ,୧୧।୩: ପାକିସ୍ତାନରେ ଆତଙ୍କବାଦୀଙ୍କ ଟ୍ରେନ୍  ହାଇଜାକ। ଅପହରଣ ନେଇ  ବାଲୁଚ୍ ଲିବରେସନ୍ ଆର୍ମି ନାମକ ଏକ ସଂଗଠନ ଦାବି କରିଛି। ବୋଲାନରେ ଜାଫର ଏକ୍ସପ୍ରେସକୁ ଅପହରଣ କରିଛି ଏବଂ ୧୦୦ରୁ ଅଧିକଙ୍କୁ ବନ୍ଧକ ରଖିଛନ୍ତି ଆତଙ୍କବାଦୀ। BLA ଚେତାବନୀ ଦେଇଛି ଯେ ଯଦି ସେମାନଙ୍କ ବିରୁଦ୍ଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ସେମାନେ ସମସ୍ତ ଯାତ୍ରୀଙ୍କୁ ହତ୍ୟା କରିବେ। ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ଏପର୍ଯ୍ୟନ୍ତ ୬ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ଏହାଛଡା ଟ୍ରେନ୍ ଚାଳକଙ୍କ ଆତଙ୍କୀଙ୍କ ଗୁଳିରେ ଗୁରୁତର ହୋଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଟ୍ରେନରେ ୪୫୦ ଜଣ ଯାତ୍ରୀ ଥିଲେ। ଟ୍ରେନଟି କ୍ବେଟାରୁ ପେଶାଓ୍ବର ଅଭିମୁଖେ ଯାତ୍ରା କରୁଥିଲା। 

ବନ୍ଧକମାନଙ୍କ ମଧ୍ୟରେ ପାକିସ୍ତାନ ସେନା, ପୋଲିସ, ଆତଙ୍କବାଦ ବିରୋଧୀ ବାହିନୀ (ATF) ଏବଂ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI)ର ସକ୍ରିୟ କର୍ତ୍ତବ୍ୟରତ କର୍ମଚାରୀ ରହିଛନ୍ତି। ସେମାନେ ସମସ୍ତେ ଛୁଟିରେ ପଞ୍ଜାବ ଯାଉଥିଲେ। BLA ଚେତାବନୀ ଦେଇଛି  ଯଦି ଟ୍ରେନରେ ଉପସ୍ଥିତ ସୈନିକମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚେଷ୍ଟା କରନ୍ତି, ତେବେ ସମସ୍ତ ବନ୍ଧକଙ୍କୁ ହତ୍ୟା କରାଯିବ। ଅପରେସନ୍ ସମୟରେ BLA ଆତଙ୍କବାଦୀମାନେ ମହିଳା ଏବଂ ପିଲାମାନଙ୍କୁ ମୁକ୍ତ କରିଦେଇଛନ୍ତି।, ସୂଚନା ଅନୁଯାୟୀ, BLAର ଆତ୍ମଘାତୀ ୟୁନିଟ୍, ମାଜିଦ୍ ବ୍ରିଗେଡ୍, ଏହି ମିଶନର ନେତୃତ୍ୱ ନେଉଛି, ଯେଉଁଥିରେ ଫତେହ ସ୍କ୍ୱାଡ୍, STOS ଏବଂ ଗୁପ୍ତଚର ୱିଙ୍ଗ ଜିରାବ ଅନ୍ତର୍ଭୁକ୍ତ।

କିଛି ଦିନ ପୂର୍ବରୁ BLA ପାକିସ୍ତାନ ଓ ଚୀନ୍ ବିରୋଧରେ ଆକ୍ରମଣ କରିବା ନେଇ ଘୋଷଣା କରିଥିଲା। ବଲୁଚ ପ୍ରତିରୋଧ ଗୋଷ୍ଠୀ ନିକଟରେ ସିନ୍ଧି ବିଚ୍ଛିନ୍ନବାଦୀ ଗୋଷ୍ଠୀ ସହ ଯୁଦ୍ଧାଭ୍ୟାସ ଶେଷ କରିଛି। ବଲୁଚ ରାଜି ଅଜାଓଇ ସଙ୍ଗର ବା BRAS ଏକ ମିଳିତ ବିଜ୍ଞପ୍ତି ଜାରି କରିଥିଲା, ଯେଉଁଥିରେ ଏକ ନିର୍ଣ୍ଣାୟକ ଯୁଦ୍ଧ ରଣନୀତିର ଘୋଷଣା କରାଯାଇଥିଲା। BRAS ସହ ଆସିବା ଫଳରେ ପାକିସ୍ତାନରେ ଚୀନ୍ ଦ୍ବାରା ପରିଚାଳିତ ସିପିଇସି ପ୍ରୋଜେକ୍ଟ ପାଇଁ ବଡ଼ ବିପଦ ପାଲଟିଛି। BRASର ମିଳିତ ବୈଠକ ପରେ ଏକ ବୟାନ ଜାରି କରାଯାଇଥିଲା। ଯେଉଁଥିରେ ସଂଗଠନ-ବଲୁଚ ଲିବରେସନ୍ ଆର୍ମି, ବଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ, ବଲୁଚ ରିପବ୍ଲିକାନ୍ ଗାର୍ଡସ୍ ଓ ସିନ୍ଧି ଲିବରେସନ୍‌ ଅର୍ଗାନାଇଜେସନ୍ ସିନ୍ଧୁ ଦେଶ ରିଭୋଲ୍ୟୁସନାରୀ ଆର୍ମୀର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାଗ ନେଇଥିଲେ। ଏହି ବୈଠକ‌ରେ ସହମତି ମିଳିଥିଲା ଯେ, BRAS ଖୁବ୍ ଶୀଘ୍ର ବଲୁଚ ରାଷ୍ଟ୍ରୀୟ ସେନାର ରୂପ ନେବ।

ଆମେରିକାରେ ପାକିସ୍ତାନୀ କୁଟନୀତିଜ୍ଞ ଅପମାନିତ: ଭିସା ଥାଇ ବି ମିଳିଲାନି ଏଣ୍ଟ୍ରି, ଏୟାରପୋର୍ଟରୁ ଫେରାଇଦେଲେ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.