ନୂଆଦିଲ୍ଲୀ,୮।୩:  ପଶ୍ଚିମ ଏସିଆରେ ବଢୁଥିବା ବିବାଦ ଭିତରେ ପାକିସ୍ତାନ ବିଷୟରେ ଗୁରୁତ୍ବପୂର୍ଣ୍ଣ କଥା ସାମନାକୁ ଆସିଛି। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀର ସାଉଦି ଆରବ ପ୍ରତିରକ୍ଷା ମନ୍ତ୍ରୀ ଖାଲିଦ ବିନ୍ ସଲମାନଙ୍କୁ ଆଶ୍ବାସନା ଦେଇଛନ୍ତି ଯେ, ଯଦି ଇରାନ ସାଉଦି ଆରବ ଉପରେ ଆକ୍ରମଣ ପରେ,ତେବେ ପାକିସ୍ତାନ ଇରାନକୁ ଟାର୍ଗେଟ କରିବ। ଏହା ସହ ସାଉଦି ଆରବ ଓ ପାକିସ୍ତାନ ଭିତରେ ପ୍ରତିରକ୍ଷା ସହଯୋଗକୁ ସକ୍ରିୟ କରି ଦିଆଯାଇଛି। ପାକିସ୍ତାନ ସେନାର ଏକ ବ୍ରିଗେଡ୍ ପୂର୍ବରୁ ହିଁ ସାଉଦି ଆରବରେ ମୁତୟନ ଅଛି। ଏବେ ତାକୁ ସକ୍ରିୟ କରି ଦିଆଯାଇଛି।

ରିପୋର୍ଟରେ କୁହାଯାଇଛି ଯେ,ପାକିସ୍ତାନ ବାୟୁସେନା ପୂର୍ବରୁ ହିଁ ଇରାନରେ ସମ୍ଭାବିତ ଲକ୍ଷ୍ୟ ଉପରେ ଓ୍ବାର-ଗେମିଂ କରିସାରିଛନ୍ତି। ଏହା ପୂର୍ବରୁ ଜାନୁଆରୀ ୨୦୨୪ରେ ପାକିସ୍ତାନ ଇରାନର ସିସ୍ତାନ-ବେଲୁଚିସ୍ତାନ ଅଞ୍ଚଳରେ ମଧ୍ୟ ଆକ୍ରମଣ କରିଥିଲା। ସୁତ୍ର ଅନୁସାରେ, ୧ ଜାନୁଆରୀ ୨୦୨୬ରୁ ୮ ମାର୍ଚ୍ଚ ୨୦୨୬ ଭିତରେ ପାକିସ୍ତାନ ସେନା ଓ ସୁରକ୍ଷା ସଂସ୍ଥାରେ ପ୍ରାୟ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି,ଯେଉଁଥିରେ ବେଲୁଚିସ୍ତାନ,ଖୈବର ପଖତୁନଖ୍ବା ଓ ଅଫଗାନିସ୍ତାନର ତାଲିବାନ ଆକ୍ରମଣରେ ମୃତ ଲୋକ ମଧ୍ୟ ରହିଛନ୍ତି। ସେଭଳି ନାଗରିକଙ୍କ ମୃତ୍ୟୁର ସଂଖ୍ୟା ୨୫୦ରୁ ଅଧିକ ହୋଇପାରେ। ପାକିସ୍ତାନରେ ଶକ୍ତି ସଙ୍କଟ ମଧ୍ୟ ଗମ୍ଭୀର ହେବାରେ ଲାଗିଛି। ପାକିସ୍ତାନ ପାଖରେ ତୈଳ ଭଣ୍ଡାର ପ୍ରାୟ ୨୦ ଦିନର କିମ୍ବା ତା’ଠାରୁ କମ୍ ରହିଛି। ବହୁ ସ୍ଥାନରେ ପେଟ୍ରୋଲ-ଡିଜେଲ ବିକ୍ରିକୁ ନେଇ ପେଟ୍ରୋଲ ପମ୍ପରେ ସଂଘର୍ଷ ଯୋଗୁଁ ମୃତ୍ୟୁ ଖବର ସାମନାକୁ ଆସିଛି।

ପାକିସ୍ତାନର ସାମରିକ ମୁଖ୍ୟାଳୟ ହତିଆର ଓ ଗୋଳାବାରୁଦର ଉତ୍ପାଦନକୁ ବଢାଇବାର ନିର୍ଦେଶ ଦେଇଛି। ଭାରି ଶିଳ୍ପ ଓ ପାକିସ୍ତାନ ଅର୍ଡିନାନ୍ସ ଫ୍ୟାକ୍ଟ୍ରିକୁ ୨୪ଘଣ୍ଟା କାମ କରିବାକୁ ନିର୍ଦେଶ ଦିଆଯାଇଛି। ସେଭଳି ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରର ସ୍ତର ନିକଟରେ ୨୧ ବିଲିୟନ ଡଲାର ରହି ଯାଇଛି। ଯଦି ପାକିସ୍ତାନ ସିଧାସଳଖ ଏହି ଆଞ୍ଚଳିକ କ୍ଷେତ୍ରର ସଂଘର୍ଷରେ ସାମିଲ ହୋଇଥାଏ। ଏହାର ଆଭ୍ୟନ୍ତରୀଣ ସ୍ଥିତି ଆହୁରି ଅଧିକ ଅସ୍ଥିର ହୋଇପାରେ।

​​​​​​​ଆହୁରି ପଢନ୍ତୁ : ସତ କହୁନି ଆମେରିକା, ଶତାଧିକ ସୈନିକଙ୍କୁ ଆମେ ବନ୍ଦୀ ରଖିଛୁ : ଇରାନର ଦାବି