ଶ୍ରୀନଗର,୨୮/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଭୟରେ ବିଳିବିଳଉଛି ପାକିସ୍ତାନ । ରାଗରେ ତାଟିଆ କାମୁଡୁଛି । କଣ କରିବ କିଛି ଜାଣିପାରୁନାହିଁ । ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍‌ ସେନା । ରବିବାର ରାତିସାରା ଏଲଓସିରେ ଗୁଳିବର୍ଷା ହୋଇଛି । କୁପୱାଡ଼ା ଓ ପୁଞ୍ଚ ଜିଲ୍ଲା ନିକଟ ସୀମାରେ ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ ହୋଇଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ ।

ପହଲଗାମ ଆକ୍ରମଣ ପରେ ଲଗାତାର ୪ ଥର ପାକ୍ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ଏଲଓସିରେ ଫାୟାରିଂ କରିଛି । ଗତକାଲି (ରବିବାର) ରାତିରୁ ଏଲଓସିରେ ଗୁଳିମାଡ କରିଛି ପାକ୍ ସେନା । ଯାହାର କଡ଼ା ଜବାବ ଦେଇଛି ଭାରତୀୟ ସେନା । ଏହା ପୂର୍ବରୁ ୩ ଥର ଏଲଓସିରେ ଗୁଳିମାଡ କରିଥିଲା ପାକିସ୍ତାନ । ପୂର୍ବରୁ ଗୁରୁବାର ରାତିରେ ମଧ୍ୟରେ ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଘଂନ କରି ପାକ୍‌ ସେନା ଗୁଳିମାଡ଼ କରିଥିଲା । ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ସେନା ୨୭ ତାରିଖରେ ଏଲଓସିର ବିଭିନ୍ନ ସେକ୍ଟରରେ ଗୁଳିମାଡ କରିଛି । ରବିବାର ରାତିତମାମ ଏହା ଚାଲିଥିଲା । ଭାରତୀୟ ସେନା ପକ୍ଷରୁ ଜବାବ ଦେଇଛି । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।' 

ସେପଟେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧରେ ବଡ ଆକ୍ସନ ନେଇଛି ଭାରତୀୟ ସେନା । ୧୩ରୁ ଅଧିକ ଠିକଣାରେ ଛାପା ମାରିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ୯ ଆତଙ୍କୀଙ୍କ ଘରକୁ ମାଟିଲେ ମିଶାଇଥିଲେ ସେନା ।

ଏହା ବି ପଢନ୍ତୁ...ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; LoCରେ ଗୁଳିବର୍ଷା, ଜବାବ ଦେଲା ଭାରତୀୟ ସେନା

କହି ରଖୁଛୁ କି, ଗତ ୨୨ ତାରିଖରେ ଭାରତର ଭୂସ୍ୱର୍ଗ ଜମ୍ମୁ କାଶ୍ମୀରର ପହଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୭ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ୧୭ ଜଣ ଆହତ ହୋଇଥିଲେ । ଏହାପରେ ଭାରତ ହାଇ ଆଲର୍ଟରେ ରହିଛି । ଆତଙ୍କୀଙ୍କୁ କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତି କରୁଛି ।