ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

Pahalgam Attack; ଲଗାତାର ୪ ଥର ପାକ୍‌ର ଅସ୍ତ୍ରବିରତି ଉଲ୍ଲଘଂନ, LoCରେ ଫାୟାରିଂ

Published By : Ankita S | April 28, 2025 11:27 AM

ଶ୍ରୀନଗର,୨୮/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଭୟରେ ବିଳିବିଳଉଛି ପାକିସ୍ତାନ । ରାଗରେ ତାଟିଆ କାମୁଡୁଛି । କଣ କରିବ କିଛି ଜାଣିପାରୁନାହିଁ । ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍‌ ସେନା । ରବିବାର ରାତିସାରା ଏଲଓସିରେ ଗୁଳିବର୍ଷା ହୋଇଛି । କୁପୱାଡ଼ା ଓ ପୁଞ୍ଚ ଜିଲ୍ଲା ନିକଟ ସୀମାରେ ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ ହୋଇଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ ।

ପହଲଗାମ ଆକ୍ରମଣ ପରେ ଲଗାତାର ୪ ଥର ପାକ୍ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ଏଲଓସିରେ ଫାୟାରିଂ କରିଛି । ଗତକାଲି (ରବିବାର) ରାତିରୁ ଏଲଓସିରେ ଗୁଳିମାଡ କରିଛି ପାକ୍ ସେନା । ଯାହାର କଡ଼ା ଜବାବ ଦେଇଛି ଭାରତୀୟ ସେନା । ଏହା ପୂର୍ବରୁ ୩ ଥର ଏଲଓସିରେ ଗୁଳିମାଡ କରିଥିଲା ପାକିସ୍ତାନ । ପୂର୍ବରୁ ଗୁରୁବାର ରାତିରେ ମଧ୍ୟରେ ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଘଂନ କରି ପାକ୍‌ ସେନା ଗୁଳିମାଡ଼ କରିଥିଲା । ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ସେନା ୨୭ ତାରିଖରେ ଏଲଓସିର ବିଭିନ୍ନ ସେକ୍ଟରରେ ଗୁଳିମାଡ କରିଛି । ରବିବାର ରାତିତମାମ ଏହା ଚାଲିଥିଲା । ଭାରତୀୟ ସେନା ପକ୍ଷରୁ ଜବାବ ଦେଇଛି । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।' 

ସେପଟେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧରେ ବଡ ଆକ୍ସନ ନେଇଛି ଭାରତୀୟ ସେନା । ୧୩ରୁ ଅଧିକ ଠିକଣାରେ ଛାପା ମାରିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ୯ ଆତଙ୍କୀଙ୍କ ଘରକୁ ମାଟିଲେ ମିଶାଇଥିଲେ ସେନା ।

ଏହା ବି ପଢନ୍ତୁ...ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; LoCରେ ଗୁଳିବର୍ଷା, ଜବାବ ଦେଲା ଭାରତୀୟ ସେନା

କହି ରଖୁଛୁ କି, ଗତ ୨୨ ତାରିଖରେ ଭାରତର ଭୂସ୍ୱର୍ଗ ଜମ୍ମୁ କାଶ୍ମୀରର ପହଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୭ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ୧୭ ଜଣ ଆହତ ହୋଇଥିଲେ । ଏହାପରେ ଭାରତ ହାଇ ଆଲର୍ଟରେ ରହିଛି । ଆତଙ୍କୀଙ୍କୁ କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତି କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.