ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; LoCରେ ଗୁଳିବର୍ଷା, ଜବାବ ଦେଲା ଭାରତୀୟ ସେନା

Published By : Ankita S | April 26, 2025 7:58 AM

ଶ୍ରୀନଗର,୨୬/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଭୟରେ ବିଳିବିଳଉଛି ପାକିସ୍ତାନ । ରାଗରେ ତାଟିଆ କାମୁଡୁଛି । କଣ କରିବ କିଛି ଜାଣିପାରୁନାହିଁ । ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍‌ ସେନା । ଶୁକ୍ରବାର ସାରାରାତି ଏଲଓସିରେ ଗୁଳିବର୍ଷା ହୋଇଛି । ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ ହୋଇଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ । ପୂର୍ବରୁ ଗୁରୁବାର ରାତିରେ ମଧ୍ୟରେ ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଘଂନ କରି ପାକ୍‌ ସେନା ଗୁଳିମାଡ଼ କରିଥିଲା ।

ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନକୁ ଭାରତର ଭୟ ରହିଛି । ଏଲଓସିରେ ବରମ୍ବାର ଗୁଳିମାଡ଼ କରିବା ତା ମନର ଡରକୁ ସୂଚାଉଛି । ୨୦୨୧ ଫେବୃଆରୀରୁ ଏଲଓସିରେ ଯୁଦ୍ଧ ବିରାମ ବୁଝାମଣା ଲାଗୁ ହୋଇଛି । ପାକିସ୍ତାନ ଭାରତୀୟ ସେନା ଭୟରେ ତାର ସୁରକ୍ଷା ଏଜନ୍ସିଂକୁ ସତର୍କ କରାଇଛି । ତେଣୁ ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ।

ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ସେନା ୨୫ ଏପ୍ରିଲ ରାତିରେ ଏଲଓସିର ବିଭିନ୍ନ ସେକ୍ଟରରେ ଗୁଳିମାଡ କରିଛି । ଶୁକ୍ରବାର ରାତିତମାମ ଏହା ଚାଲିଥିଲା । ଭାରତୀୟ ସେନା କଡ଼ା ଜବାବ ଦେଇଛି । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।'  ଏପ୍ରିଲ ୨୪ ତାରିଖ ରାତିତମାମ ମଧ୍ୟ ଏଲଓସିରେ ପାକ୍ ସେନା ପକ୍ଷରୁ ଫାୟାରିଂ ହୋଇଥିଲା ।

ଅଧିକ ପଢନ୍ତୁ...LoCରେ ପାକ୍ ସେନାର ଫାୟାରିଂ, ଜବାବ ଦେଲା ଭାରତୀୟ ସେନା

ସେପଟେ ମାଟିରେ ମିଶିଛି ଆଉ ୨ ଆତଙ୍କୀଙ୍କ ଘର । ସୋପିଆନ ଓ ପୁଲୱାମାରେ ୨ ଲସ୍କର ଆତଙ୍କୀଙ୍କ ଘର ଭାଙ୍ଗି ଦିଆଯାଇଛି । ପହଲଗାମ ହମଲା ପରେ ଆତଙ୍କବାଦୀଙ୍କ ବିରୋଧରେ ଆକ୍ସନ ନେଇଛି ସୁରକ୍ଷାକର୍ମୀ । ଗତକାଲି (ଶୁକ୍ରବାର) ୨ ଆତଙ୍କୀର ଘର ଉଡାଇଥିଲେ ସୁରକ୍ଷାକର୍ମୀ । ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇଜଣ ସ୍ଥାନୀୟ ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କ ଘରକୁ ସେନା ଭାଙ୍ଗି ଥିଲା । ସେମାନଙ୍କ ମଧ୍ୟରେ ଜଣେ ଥିଲେ ପୁଲୱାମା ଜିଲ୍ଲା ତ୍ରାଲ ଅଞ୍ଚଳର ଓ ଅନ୍ୟ ଜଣେ ହେଲେ ଅନନ୍ତନାଗର ଜିଲ୍ଲା ବିଜବେହରା ଅଞ୍ଚଳର ଆଦିଲ ଗୁରି ।

କହି ରଖୁଛୁ କି, ଗତ ୨୨ ତାରିଖରେ ଭାରତର ଭୂସ୍ୱର୍ଗ ଜମ୍ମୁ କାଶ୍ମୀରର ପହଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୭ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ୧୭ ଜଣ ଆହତ ହୋଇଥିଲେ । ଏହାପରେ ଭାରତ ହାଇ ଆଲର୍ଟରେ ରହିଛି । ଆତଙ୍କୀଙ୍କୁ କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତି କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.