ଶ୍ରୀନଗର,୨୬/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଭୟରେ ବିଳିବିଳଉଛି ପାକିସ୍ତାନ । ରାଗରେ ତାଟିଆ କାମୁଡୁଛି । କଣ କରିବ କିଛି ଜାଣିପାରୁନାହିଁ । ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍‌ ସେନା । ଶୁକ୍ରବାର ସାରାରାତି ଏଲଓସିରେ ଗୁଳିବର୍ଷା ହୋଇଛି । ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ ହୋଇଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ । ପୂର୍ବରୁ ଗୁରୁବାର ରାତିରେ ମଧ୍ୟରେ ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଘଂନ କରି ପାକ୍‌ ସେନା ଗୁଳିମାଡ଼ କରିଥିଲା ।

ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନକୁ ଭାରତର ଭୟ ରହିଛି । ଏଲଓସିରେ ବରମ୍ବାର ଗୁଳିମାଡ଼ କରିବା ତା ମନର ଡରକୁ ସୂଚାଉଛି । ୨୦୨୧ ଫେବୃଆରୀରୁ ଏଲଓସିରେ ଯୁଦ୍ଧ ବିରାମ ବୁଝାମଣା ଲାଗୁ ହୋଇଛି । ପାକିସ୍ତାନ ଭାରତୀୟ ସେନା ଭୟରେ ତାର ସୁରକ୍ଷା ଏଜନ୍ସିଂକୁ ସତର୍କ କରାଇଛି । ତେଣୁ ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ।

ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ସେନା ୨୫ ଏପ୍ରିଲ ରାତିରେ ଏଲଓସିର ବିଭିନ୍ନ ସେକ୍ଟରରେ ଗୁଳିମାଡ କରିଛି । ଶୁକ୍ରବାର ରାତିତମାମ ଏହା ଚାଲିଥିଲା । ଭାରତୀୟ ସେନା କଡ଼ା ଜବାବ ଦେଇଛି । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।'  ଏପ୍ରିଲ ୨୪ ତାରିଖ ରାତିତମାମ ମଧ୍ୟ ଏଲଓସିରେ ପାକ୍ ସେନା ପକ୍ଷରୁ ଫାୟାରିଂ ହୋଇଥିଲା ।

ଅଧିକ ପଢନ୍ତୁ...LoCରେ ପାକ୍ ସେନାର ଫାୟାରିଂ, ଜବାବ ଦେଲା ଭାରତୀୟ ସେନା

ସେପଟେ ମାଟିରେ ମିଶିଛି ଆଉ ୨ ଆତଙ୍କୀଙ୍କ ଘର । ସୋପିଆନ ଓ ପୁଲୱାମାରେ ୨ ଲସ୍କର ଆତଙ୍କୀଙ୍କ ଘର ଭାଙ୍ଗି ଦିଆଯାଇଛି । ପହଲଗାମ ହମଲା ପରେ ଆତଙ୍କବାଦୀଙ୍କ ବିରୋଧରେ ଆକ୍ସନ ନେଇଛି ସୁରକ୍ଷାକର୍ମୀ । ଗତକାଲି (ଶୁକ୍ରବାର) ୨ ଆତଙ୍କୀର ଘର ଉଡାଇଥିଲେ ସୁରକ୍ଷାକର୍ମୀ । ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇଜଣ ସ୍ଥାନୀୟ ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କ ଘରକୁ ସେନା ଭାଙ୍ଗି ଥିଲା । ସେମାନଙ୍କ ମଧ୍ୟରେ ଜଣେ ଥିଲେ ପୁଲୱାମା ଜିଲ୍ଲା ତ୍ରାଲ ଅଞ୍ଚଳର ଓ ଅନ୍ୟ ଜଣେ ହେଲେ ଅନନ୍ତନାଗର ଜିଲ୍ଲା ବିଜବେହରା ଅଞ୍ଚଳର ଆଦିଲ ଗୁରି ।

କହି ରଖୁଛୁ କି, ଗତ ୨୨ ତାରିଖରେ ଭାରତର ଭୂସ୍ୱର୍ଗ ଜମ୍ମୁ କାଶ୍ମୀରର ପହଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୭ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ୧୭ ଜଣ ଆହତ ହୋଇଥିଲେ । ଏହାପରେ ଭାରତ ହାଇ ଆଲର୍ଟରେ ରହିଛି । ଆତଙ୍କୀଙ୍କୁ କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତି କରୁଛି ।