ନୂଆଦିଲ୍ଲୀ,୧୯/୦୪: ଯୋଗ୍ୟତା  ପର୍ଯ୍ୟାୟରେ ଥାଇଲାଣ୍ଡକୁ ପରାଜିତ କରି ପାକିସ୍ତାନ  ମହିଳା ଦିନିକିଆ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଛି । ଘରୋଇ ଗ୍ରାଉଣ୍ଡରେ ଦଳ ଯୋଗ୍ୟତା ପର୍ଯ୍ୟାୟର ସମସ୍ତ ୪ଟି ମ୍ୟାଚ୍‌ ଜିତିବାରେ ସଫଳ  ହୋଇଛି । ଫଳରେ ପଏଣ୍ଟ ଟେବୁଲରେ ଦଳ ଶୀର୍ଷ  ସ୍ଥାନ ହାସଲ କରିଛି ।  

ପାକିସ୍ତାନ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିବା ପରେ ବିଶ୍ୱକପ୍‌ ଆୟୋଜକ ଭାରତ ପାଇଁ ଅଡ଼ୁଆ ବଢ଼ିଛି । କାରଣ ଚାମ୍ପିଅନ୍ସ ଟ୍ରଫିରେ ବୁଝାମଣା ଆଧାରରେ ପାକିସ୍ତାନ ଦଳ ଭାରତ କିମ୍ବା ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବେ ନାହିଁ ।  ଉଭୟ ଦଳ ନିରପେକ୍ଷ ଭେନ୍ୟୁରେ ଖେଳିବେ । 

ଗତ  ଚାମ୍ପିଅନ୍ସ ଟ୍ରଫିରେ ଭାରତ ୟୁଏଇରେ ଖେଳିଥିଲା ।  ତେଣୁ ପାକିସ୍ତାନ ମହିଳା ଦଳ ମଧ୍ୟ ଭାରତ ନ ଆସି  ନିରପେକ୍ଷ ଭେନ୍ୟୁରେ ଖେଳିବ । ବିଶ୍ୱକପ୍‌ ଆସନ୍ତା  ସେପ୍ଟେମ୍ବର ମାସରେ ଆୟୋଜିତ ହେବ ।