ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଦିଲଙ୍କ ପରେ ରାକ୍ଷୀଙ୍କ ମନ ଭାଙ୍ଗିଲେ ଡୋଡୀ, ବିବାହ କରିବାକୁ କଲେ ମନା

Published By : Krishna Priya | January 31, 2025 2:43 PM

ମୁମ୍ବାଇ ୩୧/୦୧: ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ ଏବେ ତାଙ୍କ ପର୍ସନାଲ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ନିକଟରେ ସେ କହିଥିଲେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି। ରାକ୍ଷୀ ପାକିସ୍ତାନୀ ଅଭିନେତା ଡୋଡୀ ଖାନଙ୍କୁ ବିବାହ କରିଥାନ୍ତେ। କିନ୍ତୁ ବର୍ତ୍ତମାନ ଡୋଡୀ  ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ରାକ୍ଷୀଙ୍କୁ ବିବାହ କରିବାକୁ ମନା କରି ଦେଇଛନ୍ତି। ଯାହା ପରେ ରାକ୍ଷୀଙ୍କ ହୃଦୟ ଭାଙ୍ଗିଯାଇଛି। 

ଡୋଡୀ  ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ରାକ୍ଷୀଙ୍କୁ ପ୍ରଶଂସା କରିଛନ୍ତି କିନ୍ତୁ ସେ ତାଙ୍କୁ ବିବାହ ନକରିବାକୁ ସ୍ପଷ୍ଟ କରିଛନ୍ତି । ଡୋଡୀ ଭିଡିଓରେ କହିଛନ୍ତି- “ହେଲୋ ଇଣ୍ଡିଆ ଏବଂ ପାକିସ୍ତାନ, ମୁଁ ଡୋଡୀ ଖାନ। କିଛି ଦିନ ପୂର୍ବେ ଆପଣମାନେ ମୋର ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିଥିବେ ଯେଉଁଥିରେ ମୁଁ ରାକ୍ଷୀ ସାୱନ୍ତଙ୍କୁ ପ୍ରପୋଜ୍‌ କରିଥିଲି। ଆପଣ ଏହାକୁ ସଂପୂର୍ଣ୍ଣ ଠିକ୍ ଦେଖିଛନ୍ତି। ପ୍ରପୋଜ୍‌ କରିବାର କାରଣ ହେଉଛି ମୁଁ ତାଙ୍କୁ ବହୁତ ଭଲଭାବେ ଜାଣିଥିଲି। ସେ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି, ତାଙ୍କ ବାପା-ମା’ଙ୍କୁ ହରାଇଛନ୍ତି । ଅସୁସ୍ଥତା ସମୟରେ ସେ ତାଙ୍କ ସହିତ ରହିଛନ୍ତି, ଯାହା ଆଜିର ସମୟରେ ସମ୍ଭବ ନୁହେଁ । ତାଙ୍କ ଜୀବନରେ ଜଣେ ବ୍ୟକ୍ତି ଆସିଲା, ଆପଣଙ୍କୁ ଜଣା ସେ କଣ କଲା। ସେ ଏକ ବିରାଟ ଆଘାତରୁ ବାହାରି ଇସଲାମକୁ ଗ୍ରହଣ କଲେ, ଉମ୍ରା କଲେ, ଏପରିକି ଫାତିମା ନାମ ରଖିଦେଲେ। ଏହା ବହୁତ ବଡ କଥା ।"

ଡୋଡୀ ଆହୁରି କହିଛନ୍ତି- “ମୋତେ ଏହା ଭଲ ଲାଗିଲା, ମୁଁ ପ୍ରପୋଜ୍‌ କଲି କିନ୍ତୁ ମୁଁ ଭାବୁଛି ଲୋକମାନେ ଏହାକୁ ଗ୍ରହଣ କରୁ ନାହାଁନ୍ତି। ମୋ ପାଖକୁ ବହୁତ ମେସେଜ୍‌ ଏବଂ ଭିଡିଓ ଆସିଲା, ମୁଁ ଏତେ ସମାଲୋଚନାକୁ ସହ୍ୟ କରିପାରିଲି ନାହିଁ । ରାକ୍ଷୀ ଜୀ, ଆପଣ ସବୁବେଳେ ମୋର ବହୁତ ଭଲ ବନ୍ଧୁ, ଅତି ପ୍ରିୟ ବନ୍ଧୁ, ହୋଇ ରହିବେ। ଡୋଡୀ ଖାନଙ୍କ କନିଆଁ ସାଜି ପାରିଲେ ନାହିଁ କିନ୍ତୁ ଆପଣ ନିଶ୍ଚିତ ଭାବରେ ପାକିସ୍ତାନର ବୋହୂ ହେବେ।ମୁଁ ଆପଣଙ୍କୁ ମୋର କୌଣସି ଭାଇ ସହ ବିବାହ କରାଇବି ଏବଂ ତା’ପରେ ଆପଣଙ୍କ ପାଖରେ ଠିଆ ହେବି । ଏହା ପରେ ମୁଁ ଲୋକମାନଙ୍କୁ ଏକ ଉପଯୁକ୍ତ ଉତ୍ତର ଦେବି।"

ତେବେ ଡୋଡୀ ଖାନଙ୍କ ଭିଡିଓ ଉପରେ ରାକ୍ଷୀ ସାୱନ୍ତ କମେଣ୍ଟ ଦେଇଛନ୍ତି। ସେ କାନ୍ଦିବା ଏବଂ ହୃଦୟ ଭାଙ୍ଗିବାର ଇମୋଜି ପୋଷ୍ଟ କରିଛନ୍ତି । ରାକ୍ଷୀଙ୍କ ପ୍ରଥମ ସ୍ୱାମୀ ରିତେଶ ମଧ୍ୟ ଡୋଡୀଙ୍କ ଭିଡିଓ ଉପରେ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି - ରାକ୍ଷୀ, ଏହା ତୁମର ପସନ୍ଦ ଥିଲା, ଯିଏ ନିଜର ଷ୍ଟାଣ୍ଡ୍ ନେଇ ପାରିଲା ନାହିଁ, ତୁମକୁ କଣ ସମର୍ଥନ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.