ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାକ୍ଷୀ ସାୱନ୍ତଙ୍କୁ ଚିହ୍ନିବା ମୁସ୍କିଲ , ହସ୍ପିଟାଲରୁ ସାମ୍ନାକୁ ଆସିଲା ଏହି ନୂଆ ଭିଡ଼ିଓ

ମୁମ୍ୱାଇ – ରାକ୍ଷୀ ସାୱନ୍ତଙ୍କ ସ୍ୱାସ୍ଥ୍ୟରେ ଏବେ ସୁଧାର ଦେଖିବାକୁ ମିଳୁଛି। ମଙ୍ଗଳବାର ସେ ସର୍ଜରୀ ପରେ ବିନା କୌଣସି ସପୋର୍ଟରେ ହସ୍ପିଟାଲ ଷ୍ଟାଫ୍‌ଙ୍କ ସହ ଚାଲିବା ନଜର ଆସିଛି। ହସ୍ପିଟାଲରରୁ ଅଭିନେତ୍ରୀଙ୍କ ଏହି ଭିଡ଼ିଓ ସାମନାକୁ ଆସିଛି, ଯେଉଁଥିରେ ରାକ୍ଷୀ ସାୱନ୍ତଙ୍କୁ ସର୍ଜରୀ ପରେ ଚିହ୍ନିବା ମୁସ୍କିଲ ହେବ। ସେ ହସ୍ପିଟାଲରେ ରୋଗୀଙ୍କୁ ଦିଆଯାଉ ଥିବା ଗାଉନ୍‌ ପିନ୍ଧିଛନ୍ତି ଏବଂ ଖାଲି ପାଦରେ ଠିଆ ହୋଇଛନ୍ତି।

ରାକ୍ଷୀ ସାୱନ୍ତ କେତେ ଅସୁବିଧାରେ ଅଛନ୍ତି ଏହା ତାଙ୍କର ଚେହେରାରୁ ଜଣାପଡ଼ୁଛି। ରାକ୍ଷୀଙ୍କର ଏକ୍ସ ହଜବ୍ୟାଣ୍ଡ ରିତେଶ ସିଂହ ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି , ଯେଉଁଥିରେ ହସ୍ପିଟାଲ ଷ୍ଟାଫ୍‌ଙ୍କୁ ତାଙ୍କର ସାହାଯ୍ୟ କରିବା ଓ ତାଙ୍କର ୟୁରିନ୍‌ ବ୍ୟାଗ୍‌ କ୍ୟାରି କରିବା ଦେଖିବାକୁ ମିଳୁଛି। ରାକ୍ଷୀ ସାୱନ୍ତଙ୍କ ଗର୍ଭାଶୟରେ ଟ୍ୟୁମର ଥିଲା , ସେଥିପାଇଁ ହସ୍ପିଟାଲରେ ଆଡମିଟ୍‌ ହୋଇ ଥିଲେ। ହସ୍ପିଟାଲରେ ଆଡମିଟ୍‌ ହେବା ପରେ ତାଙ୍କର ଆଉ ଏକ ଭିଡ଼ିଓ ସାମନାକୁ ଆସିଛି , ଯେଉଁଥିରେ ତାଙ୍କୁ ହସ୍ପିଟାଲର ବେଡ୍‌ ଉପରେ ଯନ୍ତ୍ରଣାରେ ଥିବାର ଦେଖିବାକୁ ମିଳୁଛି।

କହି ରଖୁଛୁ କି, ରାକ୍ଷୀ ସାୱନ୍ତଙ୍କ ପେଟରେ ୧୦ସେଣ୍ଟିମିଟରର ଟ୍ୟୁମର ଥିଲା , ଯାହାକୁ ଅପରେସନ ମାଧ୍ୟମରେ ହଟାଯାଇଛି। ଅନେକ ସମୟରେ ନିଜର ବୟାନବାଜି ଓ କାର୍ଯ୍ୟକଳାପ ଯୋଗୁଁ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ସାୱନ୍ତ ଇଣ୍ଡଷ୍ଟ୍ରୀରେ ଡ୍ରାମା କ୍ୱିନ୍‌ ନାମରେ ଜଣାଶୁଣା। ଯେବେ ରାକ୍ଷୀ ପ୍ରଥମ ଥର ଆଡମିଟ୍‌ ହୋଇଥିଲେ ତ ଅଧିକାଂଶ ଲୋକେ ଏହା ଭାବିଲେ କି ଏହା ତାଙ୍କର ଏକ ପବ୍ଲିସିଟି ଷ୍ଟଣ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.