ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସାରାଅଲ୍ଲୀ ଖାନ୍ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିଜର ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନ ପାଇଁ ଗଣମାଧ୍ୟମରେ ପାଲଟିଥାନ୍ତି ଖବରର ଶିରୋନାମା । ଏବେ ଏହି ଜଣାଶୁଣା ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପାକିସ୍ତାନୀ ଅଭିନେତ୍ରୀ କୁବ୍ରା ଖାନଙ୍କ ଜନ୍ମଦିନ ପାଳିଛନ୍ତି ସାରା । ଏକାଠି ବସିଥିବାବେଳେ କେକ୍ କାଟିଛନ୍ତି । ଭିଡିଓ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଭିଡିଓଟି ହେଉଛି ଲଣ୍ଡନର । ଲଣ୍ଡନରେ ଏକ ରେଷ୍ଟୁରାଣ୍ଟରେ ପାକିସ୍ତାନୀ ଅଭିନେତ୍ରୀଙ୍କ ଜନ୍ମଦିନ ପାଳିଛନ୍ତି । ସାରାଙ୍କ ସହ ତାଙ୍କ ଜେଜେମାଆ ତଥା ବଲିଉଡର ଜଣାଶୁଣା ଅଭିନେତ୍ରୀ ଶର୍ମିଲା ଟାଗୋର ମଧ୍ୟ ଉପସ୍ଥିତ ରହିଛନ୍ତି । ଶର୍ମିଲା ବେଶ ଖୁସିଥିବାବେଳେ ସେ କୁବ୍ରାଙ୍କୁ କେକ୍ ଖୁଆଇଛନ୍ତି । ଜନ୍ମଦିନ ଗୀତ ବାଜୁଥିବାବେଳେ ସାରା ମଧ୍ୟ ବେଶ ଖୁସି ନଜର ଆସିଛନ୍ତି । ଲଣ୍ଡନରେ ଏକ ରେଷ୍ଟୁରାଣ୍ଟରେ ସେମାନଙ୍କ ଭେଟ ହୋଇଥିବାବେଳେ ଏକାଠି ମିଶି ଜନ୍ମଦିନ ପାଳିଥିଲେ ।

ଏହାସହ ସାରା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ମାଆ ଅମୃତା ଏବଂ ଜେଜେମାଆ ଶର୍ମିଲାଙ୍କ ସହ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି । ସେମାନେ ଥିଏଟରର ମଜା ନେଇଛନ୍ତି । ଯେଉଁଥିରେ ସେ ଏକ ଲେଖା ପୋଷ୍ଟ କରିଛନ୍ତି । ନିଜ ଜେଜେମାଆଙ୍କ ଓଜି ବୋଲି ସମ୍ବୋଧନ କରିଛନ୍ତି । ଆଉ ଲେଖିଛନ୍ତି କି, ମୋ ସହ ସର୍ବୋତ୍ତମ ଅଭିନେତ୍ରୀ ଅଛନ୍ତି । ନାଟକଟି ବେଶ ଭଲ ଲାଗିଥିବା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଥିଏଟର ମଜା ମାଆ ଏବଂ ଜେଜେମାଆଙ୍କ ସହ ନେଇଥିବାବେଳେ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

ଏହାସହ ପଢ଼ନ୍ତୁ : Women Smoking Global Data: କେଉଁ ଦେଶର ମହିଳା ଅଧିକ ଟାଣନ୍ତି ସିଗାରେଟ୍, ଜାଣନ୍ତୁ କେତେ ନମ୍ବର ସ୍ଥାନରେ ଅଛି ଭାରତ ?