ନୂଆଦିଲ୍ଲୀ : ଓମାନ ଉପସାଗରରେ କର୍ମସିଆଲ ଜାହାଜ ଉପରେ ଆମେରିକୀୟ ସୈନିକଙ୍କ ଆକ୍ରମଣ ଏବଂ ଏଥିରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଏବେ ଭାରତ ସରକାରଙ୍କର ବୈଦେଶିକ ନୀତିକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ। ଡିଫେନ୍ସ ଏକ୍ସପର୍ଟ ଡା. ବ୍ରହ୍ମା ଚେଲାନୀ ଆମେରିକାର ଏହି ଚାଲାକିର ପୋଲ ଖୋଲି ଅନେକ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା କେମିତି ସମୟ ଅନ୍ତରାଳରେ ଭାରତ ଠାରୁ ଫାଇଦା ମଧ୍ୟ ଉଠାଇ ଥାଏ ଏବଂ ତା ଉପରେ ଆକ୍ରମଣ ମଧ୍ୟ କରିଥାଏ।

ଆମେରିକା, ଭାରତ ସହ ମିଲିଟାରୀ ଏକ୍ସସରସାଇଜ ମଧ୍ୟ କରିଥାଏ, କିନ୍ତୁ ସୁଯୋଗ ଦେଖି ଆକ୍ରମଣ ବି କରିଦିଏ। ସେ କହିଛି ଆମେରିକା କେବେ ରୁଷ୍‌ ଓ ଚୀନ ଯାଉଥିବା ଟ୍ୟାଙ୍କର ଉପରେ ସିଧାସଳଖ ଆକ୍ରମଣ କରୁ ନାହିଁ, କିନ୍ତୁ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ କରିବାରେ ପଛାଏ ନାହିଁ। ଡିଫେନ୍ସ ଏକ୍ସପର୍ଟ କହିଛନ୍ତି ଯେ, ଉକ୍ତ ଘଟଣା ଗୁଡ଼ିକୁ ଦେଖିବା ପରେ ଭାରତ ସରକାରଙ୍କର କୂଟନୀତି ଉପରେ ପ୍ରଶ୍ନ ଉଠିବା ବାସ୍ତବିକ କଥା।

ବ୍ରହ୍ମା ଚେଲାନୀ କହିଛନ୍ତି ଯେ, ବିଡମ୍ୱନାର କଥା ଏହା ଯେ, ଆମେରିକା ଓ ଭାରତ ଦୁହେଁ ‘ପ୍ରମୁଖ ପ୍ରତିରକ୍ଷା ପାର୍ଟନର’, ସେମାନେ ମିଳିତ ସାମରିକ ଅଭ୍ୟାସ କରନ୍ତି ଏବଂ ଇଣ୍ଡୋ-ପେସିଫିକ ଅଞ୍ଚଳରେ ସହଯୋହ କରନ୍ତି। ଏହା ପରେ ବି , ଆମେରିକୀୟ ନୌସେନା ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ କମର୍ସିଆଲ ଟ୍ୟାଙ୍କର ଗୁଡ଼ିକ ଉପରେ ମିସାଇଲ ଆକ୍ରମଣ କରିଛନ୍ତି ଏବଂ ଭାରତୀୟ ମର୍ଚେଣ୍ଟ ନାବିକଙ୍କ ଜୀବନ ନେଇଛନ୍ତି । ଆମେରିକୀୟ ନୌସେନାର ବିଦେଶୀ ପତାକା ଥିବା ତିନି କମର୍ସିଆଲ ଟ୍ୟାଙ୍କର ଗୁଡ଼ିକର କ୍ରୁଙ୍କ ସହ ସିଧାସଳଖ ସଂପର୍କ ଥିଲା ଏବଂ ଏହି ସପ୍ତାହରେ ଯେଉଁ ସବୁ ଆକ୍ରମଣରେ ତିନି ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି, ସେମାନେ ଏହା କରିବା ପୂର୍ବରୁ ତାଙ୍କୁ ଭାରତୀୟ ଜାତୀୟତା ବିଷୟରେ ପୂରା ସୂଚନା ଥିଲା।

ସେ କହିଛନ୍ତି ଯେ, ଏହି ମାର୍ଚ୍ଚର ଘଟଣା ମନେପକାଇ ଦିଏ ଯେ, ଯେବେ ଆମେରିକୀୟ ନୌସେନା ଭାରତର ପଡୋଶୀ ଇରାନର ଏକ ଫ୍ରିଗେଟକୁ ଟାରପିଡୋରୁ ବୁଡ଼ାଇ ଦେଇ ଥିଲା। ଏହି ଫ୍ରିଗେଟ୍‌ ଭାରତର ହୋଷ୍ଟିଂରେ ହୋଇଥିବା ଏକ ମଲ୍ଟିଲେଟରାଲ ନୌସୈନିକ ଅଭ୍ୟାସ(ଯେଉଁଥିରେ ଆମେରିକା ମଧ୍ୟ ସାମିଲ ଥିଲା) ବେଳେ ନିଜର ସର୍ବାଧିକ ଅସ୍ତ୍ର ବ୍ୟବହାର କରିବା ପରେ ,ବିନା କୌଣସି ଲଢେଇ ପ୍ରସ୍ତୁତି ସ୍ଥିତିରେ ଫେରାଉ ଥିଲା ଏବଂ ଯେଉଁଭଳି ଆମେରିକୀୟ ନୌସେନା ବୁଡ଼ିଯାଉ ଥିବା ଫ୍ରିଗେଟରୁ ନାବିକଙ୍କୁ ରକ୍ଷା କରିବାକୁ ଚେଷ୍ଟା କରି ନାହିଁ , ସେହିଭଳି ସେ ସେହି ତିନୋଟି ଟ୍ୟାଙ୍କର ଉପରେ ଥିବା ଭାରତୀୟ କ୍ରୁ ସଦସ୍ୟଙ୍କର ମଧ୍ୟ ସାହାଯ୍ୟ କରିନାହିଁ । ଯାହା ଉପରେ ସେ ଆକ୍ରମଣ କରିଥିଲା। ଏହା ପରିବର୍ତ୍ତେ, ଓମାନର ଅଧିକାରୀମାନେ ଉଦ୍ଧାରକାର୍ଯ୍ୟ କରିଥିଲେ।

ବ୍ରହ୍ମା ଚେଲାନୀ କହିଛନ୍ତି ଯେ, ଧ୍ୟାନ ଦେବାର କଥା ଏହା ଯେ, ଯେଉଁ ସବୁ ଜାହାଜକୁ ୱାଶିଂଟନ ଅଶୋଧିତ ତୈଳ ପରିବହନକାରୀ ନୌବାହନର ଅଂଶ ଭାବରେ ବର୍ଣ୍ଣନା କରୁଛି ,ସେଗୁଡ଼ିକ ମୁଖ୍ୟତଃ ଚୀନ୍ ଏବଂ ରୁଷ ସହିତ ଜଡିତ। ତଥାପି, କୌଣସି ଅନ୍ତର୍ଜାତୀୟ ଆଇନଗତ ଆଧାର ବିନା ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏପ୍ରିଲ ୧୩ ତାରିଖରେ ଆରମ୍ଭ ହୋଇଥିବା ନୌସେନା ଅବରୋଧ ପରଠାରୁ, ଆମେରିକୀୟ ସେନା ଚୀନ୍ କିମ୍ବା ରୁଷକୁ ସିଧାସଳଖ ଯାଉଥିବା କିମ୍ବା ଆସୁଥିବା କୌଣସି ଟ୍ୟାଙ୍କର ଉପରେ ଆକ୍ରମଣ କରିନାହିଁ।

ଏହା ସହ ମଧ୍ୟ ପଢନ୍ତୁ : ଲେଫ୍ଟନାଣ୍ଟ ଜେନେରାଲ ଧୀରଜ୍ ସେଠ୍ ଭାରତର ପରବର୍ତ୍ତୀ ସେନା ମୁଖ୍ୟ, ୩୦ ଜୁନ୍‌ରୁ ଗ୍ରହଣ କରିବେ କାର୍ଯ୍ୟଭାର