ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ପାଲଘର କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫ରୁ ବୃଦ୍ଧି; ମାଟି ତଳୁ ଚାଲିଛି ଜୀବନ ଖୋଜା

Published By : Ankita S | August 28, 2025 11:48 AM

TV9

ମୁମ୍ବାଇ,୨୮/୦୮: ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ୪ ମହଲା କୋଠାର ଏକ ଅଂଶ ଭୁଶୁଡ଼ି ପଡିଥିଲା । ଏହି ଅଘଟଣରେ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଜଣେ ମାଆ-ଝିଅ ମଧ୍ୟ ଅଛନ୍ତି । ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି ।  ଅନ୍ୟ ୨ ଜଣ ନିଖୋଜ ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିପ୍ରାୟ ୧ଟାରେ ରମାବାଇ ଆପାର୍ଟମେଣ୍ଟର ୪ ମହଲା ବିଲ୍ଡିଂ ଭୁଶୁଡି ପଡିଥିଲା । ଚତୁର୍ଥ ମହଲାରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା । ଅଚାନକ ଆପାର୍ଟମେଣ୍ଟରେ ଗୋଟିଏ ଭାଗ ଭୁଶୁଡ଼ି ପଡିଥିଲା । ଉଦ୍ଧାରକାରୀ ଟମ୍‌ ୯ଜଣଙ୍କୁ ଉଦ୍ଧାର କରି ବିବିସିଏମସି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ବିଲ୍ଡିଂରେ ପ୍ରାୟ ୧୨ ପରିବାର ରହୁଥିଲେ । ପୁଲିସ୍ ଆପାର୍ଟମେଣ୍ଟ ସିଲ୍ କରି ଦେଇଥିଲା । ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଏବେ ବି ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଦଳ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି ।

ଅଧିକ ପଢନ୍ତୁ...ଭିତରେ ଚାଲିଥିଲା ପାର୍ଟି, ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ; ୩ ମୃତ, ୨୦ ଜଣ ଫସିଥିବା ଆଶଙ୍କା

୧୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା କୋଠା- ଏହି କୋଠା ୧୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ନଗର ନିଗମ ଏହାକୁ ଅତି ବିପଦପୂର୍ଣ୍ଣ କୋଠା ଘୋଷଣା କରିଥିଲା । ରମାବାଇ ଆପାର୍ଟମେକୁ ଏବେ ଭାଙ୍ଗି ଦିଆଯାଇଛି । ବିଧାୟକ ସ୍ନେହା ପଣ୍ଡିତ ଦୁବେ ସୂଚନା ଦେଇ କହିଛନ୍ତି ଯେ, ବିରାର ନାରଙ୍ଗୀରେ ୧୦-୧୫ ବର୍ଷ ପୁରୁଣା କୋଠା ଭୁଶୁଡ଼ି ପଡ଼ିବା ଯୋଗୁଁ ଦୁର୍ଘଟଣା ଘଟିଛି । ଏପର‌୍ୟ୍ୟନ୍ତ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୨୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ ଦଳ, ପୁଲିସ ଟିମ୍‌ ଉଦ୍ଧାର କାର‌୍ୟ୍ୟରେ ନିୟୋଜିତ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.