- ନିର୍ଦ୍ଧାରିତ ସମୟର ଦୁଇରୁ ତିନି ମାସ ପୂର୍ବରୁ ହୋଇ ପାରେ ନିର୍ବାଚନ
- ବିଜେପି ସମର୍ଥିତ ସରପଞ୍ଚ ,ସମିତି ସଭ୍ୟଙ୍କୁ ମନମୋହନ ଦେଲେ ଟାସ୍କ
- ଛଅ ମାସ ଭିତରେ ଅଧୁରା କାମ ସାରିବାକୁ ପରାମର୍ଶ
ଭୁବନେଶ୍ବର, ୨୪।୧ : ପଞ୍ଚାୟତ ନିର୍ବାଚନକୁ ନେଇ ବଡ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମନମୋହନ କହିଛନ୍ତି ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି। ପଞ୍ଚାୟତ ନିର୍ବାଚନ ଆଉ ଛଅ ମାସ ପରେ ଘୋଷଣା ହୋଇପାରେ। ଜନଗଣନା ପାଇଁ ନିର୍ଦ୍ଧାରିତ ସମୟରୁ ଦୁଇରୁ ତିନି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ସରପଞ୍ଚ ଓ ସମିତି ସଭ୍ୟ ଏହି ଛଅ ମାସ ଭିତରେ ଅଧୁରା କାମ କରି ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଛ।
ଆସନ୍ତା ନିର୍ବାଚନରେ ସବୁ ବ୍ଲକରେ ଜିତିବାକୁ ପଡିବ। ସବୁ ପଞ୍ଚାୟତରେ ଜିତିବାକୁ ପଡିବ। ସବୁ ଜିଲ୍ଲା ପରିଷଦରେ ଜିତିବାକୁ ପଡିବ। ସବୁ ୱାର୍ଡରେ ଜିତିବାକୁ ପଡିବ। ବିଜେପି ସବୁ ଜାଗାରେ ନେତୃତ୍ବ ତିଆରି କରିବାକୁ ପଡ଼ିବ ବୋଲି ମନମୋହନ କହିଛନ୍ତି।
ମନମୋହନ କହିଛନ୍ତି ଛଅ ମାସ ପରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହୋଇପାରେ ।ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ଅଛି । ସରପଞ୍ଚ ଓ ସମିତି ସଭ୍ୟମାନେ ଏଇ ୬ ମାସ ଭିତରେ ଅଧୁରା କାମ କରି ଦିଅନ୍ତୁ । ଲୋକଙ୍କ ପାଇଁ ନିରନ୍ତର କାମ କରନ୍ତୁ । ଆସନ୍ତା ନିର୍ବାଚନରେ ସବୁ ବ୍ଲକ୍ରେ ଜିତିବାକୁ ପଡ଼ିବ । ସବୁ ଜାଗାରେ ବିଜେପିର ନେତୃତ୍ୱ ତିଆରି କରିବାକୁ ପଡ଼ିବ ବୋଲି ସେ ଉପସ୍ଥିତ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଗକୁ ପଞ୍ଚାୟତ ସ୍ତରରେ ନିୟମିତ ମିଶ୍ରଣ ପର୍ବ ହେବ ବୋଲି ମନମୋହନ ସୂଚନା ଦେଇଛନ୍ତି । ଯେଉଁମାନେ ପଞ୍ଚାୟତ ସ୍ତରରେ ଦଳରେ ମିଶବାକୁ ଚାହିଁବେ ତାଙ୍କୁ ଦଳରେ ମିଶାଯିବ । ଏଥିପାଇଁ ପଞ୍ଚାୟତସ୍ତରରେ ମିଶ୍ରଣ ପର୍ବ କରାଯିବ । ଆଉ ଯିଏ ବିଧାନସଭା ସ୍ତରରେ ମିଶିବାର ଥିବ, ତାଙ୍କୁ ବିଧାନସଭା ସ୍ତରରେ ମିଶ୍ରଣ କରି ଦଳକୁ ସ୍ୱାଗତ କରାଯିବ । ସେହିଭଳି ଯିଏ ଜିଲ୍ଲା ସ୍ତରରେ ମିଶିବାକୁ ଚାହିଁବେ ସେମାନଙ୍କୁ ଜିଲ୍ଲା ସ୍ତରରେ ମିଶାଇବୁ । ଆଉ ଯେଉଁମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ମିଶିବାକୁ ଚାହିଁବେ ଆମେ ରାଜ୍ୟ କାର୍ଯ୍ୟାଳୟକୁ ବି ସ୍ୱାଗତ କରିବୁ । ରାଜ୍ୟସ୍ତରୀୟ ନେତାମାନେ କର୍ମୀଙ୍କ ପାଖକୁ ଯାଇ ମିଶ୍ରଣ ପର୍ବ କରିବେ । ପଞ୍ଚାୟତରୁ ଭୁବନେଶ୍ୱର ଯାଏ ମେଗା ମିଶ୍ରଣ ପର୍ବ ହେବ । ପଞ୍ଚାୟତ ନିର୍ବାଚନକୁ ଆଉ ୬ ମାସ ସମୟ ଅଛି । ସମସ୍ତେ ଦିନ ରାତି ଏକ କରି ପରିଶ୍ରମ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଆସନ୍ତା ଫେବ୍ରୁଆରୀରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଥିବାରୁ ଜାନୁୟାରୀ ସୁଦ୍ଧା ନିର୍ବାଚନ ହୋଇପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଜନଗଣନା ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଏଥର ଆଗୁଆ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ବିଚାର କରୁଛନ୍ତି । ଏଥିପାଇଁ ସେପ୍ଟେମ୍ବର ବା ଅକ୍ଟୋବର ସୁଦ୍ଧା ପଞ୍ଚାୟତ ନିର୍ବାଚନ ହୋଇପାରେ । ଶେଷ ଥର ପାଇଁ ୨୦୧୭ରେ ପଞ୍ଚାୟତ ପୁନର୍ଗଠନ ହୋଇଥିଲା । ଏଥିପାଇଁ ଚଳିତଥର ପଞ୍ଚାୟତ ପୁନର୍ଗଠନ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ଆଗୁଆ ହେଲେ ପଞ୍ଚାୟତ ପୁନର୍ଗଠନକୁ ସରକାର ଏଡ଼ାଇ ଯାଇପାରନ୍ତି ବୋଲି କୁହାଯାଉଛି । ରାଜ୍ୟର ଅଧିକାଂଶ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଅଛନ୍ତି । ବିଜେପି ରାଜ୍ୟରେ ଶାସନକୁ ଆସିବା ପରେ ତୃଣମୂଳସ୍ତରରେ ଦଳକୁ ସୁଦୃଢ଼ କରିବାକୁ ଲାଗିପଡ଼ିଛି । ଗତ ୬ ମାସ ଭିତରେ ଶତାଧିକ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ବିଜେପି ଏବେଠାରୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ଆହୁରି ପଢନ୍ତୁ : ଖଣ୍ଡଗିରି କୁମ୍ଭ ମେଳା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଆସିଲେଣି ସାଧୁସନ୍ଥ