ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

୮୩ ଲକ୍ଷଙ୍କ ଖାଇବା ଥାଳିରୁ ଲୁଟ୍‌, ମାଗଣା ରାସନ ଯାଉଛି କୁଆଡ଼େ?

Published By : Rasmita Pradhan | November 20, 2024 10:22 AM

ଭୁବନେଶ୍ୱର, ୨୦/୧୧ : କଳାବଜାରୀଙ୍କ ପେଟରେ ଗରିବଙ୍କ ଚାଉଳ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସୁଥିବା ଗହମ ଓ ଚାଉଳକୁ ହଡ଼ପ କରି ଚାଲିଛନ୍ତି ଅସାଧୁ ଗୋଷ୍ଠୀ । ଆଖି ତରାଟିଲା ଭଳି ଓଡ଼ିଶାର ଗରିବ ହିତାଧିକାରୀଙ୍କ ପ୍ରାୟ ୭ ଲକ୍ଷ ଟନ ଚାଉଳ ଓ ଗହମକୁ ଲୁଟି ନେଇ ମାଲାମାଲ ହେଉଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ । ବାର୍ଷିକ ପ୍ରାୟ ୮୩ ଲକ୍ଷ ହିତାଧିକାରୀଙ୍କ ଖାଇବା ଥାଳିରୁ ଲୁଟ୍‌ ହେଉଛି ପିଡିଏସ୍‌ ଚାଉଳ । ହିସାବ କହୁଛି ବର୍ଷକୁ ଏ ହରିଲୁଟ୍‌ କରି ପ୍ରାୟ ୨୬୦୦ କୋଟି ଟଙ୍କାର ବେଆଇନ ରୋଜଗାର କରୁଛନ୍ତି ପିଡିଏସ୍‌ ଲୁଟେରା । ଇଣ୍ଡିଆନ କାଉନସିଲ୍‌ ଫର ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସନାଲ ଇକୋନୋମିକ୍‌ ରିଲେସନ୍ସ (ଆଇସିଆର୍‌ଆଇଇଆର୍‌) ରିପୋର୍ଟ ଏ କଳାଧନ୍ଦାରୁ ପର୍ଦ୍ଦା ହଟାଇଛି । 

ରିପୋର୍ଟ ସ୍ପଷ୍ଟ କରିଛି, ବର୍ଷ ବର୍ଷ ଧରି ଏ କଳାଧନ୍ଦା ଚାଲିଛି । ଓଡ଼ିଶା ଭଳି ରାଜ୍ୟରେ ଏହାର ଚିତ୍ର ଅତି ସାଂଘାତିକ । ୨୦୨୨-୨୩ରେ ପିଡିଏସ୍‌ରେ ରାଜ୍ୟକୁ ୨.୮୨ ନିୟୁତ ଟନ ଚାଉଳ ଓ ଗହମ ମିଳିଥିଲା । ୨.୧୩ ନିୟୁତ ଟନ୍‌ ହିତାଧିକାରୀ ପାଇଥିଲେ । ବାକି ୭ ଲକ୍ଷ ଟନ୍‌ (୨୪.୭%) ପୂରା ଗାଏବ ଅର୍ଥାତ୍‌ ହଡ଼ପ କରାଯାଇଛି । ବଣ୍ଟନ ସାମଗ୍ରୀ ଚୋରିରେ ଉତ୍ତରପ୍ରଦେଶ ଶୀର୍ଷରେ ଥିବା ବେଳେ ଦ୍ୱିତୀୟରେ ମଧ୍ୟପ୍ରଦେଶ, ତୃତୀୟରେ ଗୁଜୁରାଟ ଏବଂ ୪ର୍ଥରେ ରହିଛି ଓଡ଼ିଶା । ସରକାର ଦେଉଥିବା ଏ ସାମଗ୍ରୀ କିଏ ହଡ଼ପ କରୁଛି? କେଉଁ ସିଣ୍ଡିକେଟ୍‌ ଏ କଳା ବାରବାରରେ ଲିପ୍ତ ରହି ଗରିବଙ୍କ ପେଟକୁ ମାରୁଛି ସେ ସଂପର୍କରେ ଖୋଳତାଡ଼ ହେଉନି । ଖାଦ୍ୟ ନିରାପତ୍ତାକୁ ଅଗ୍ରାଧିକାର ଦେଇ ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ରାଜ୍ୟର ପ୍ରାୟ ୩ କୋଟି ୨୫ ଲକ୍ଷ ୯୩ ହଜାର ହିତାଧିକାରୀ ଅଛନ୍ତି । 

ସେହିଭଳି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯ ଲକ୍ଷ ୪୫ ହଜାର ହିତାଧିକାରୀ ମାଗଣା ଚାଉଳ ପାଉଛନ୍ତି । ଉଭୟ ଯୋଜନାରେ ଥିବା ପ୍ରାୟ ୩ କୋଟି ୩୫ ଲକ୍ଷ ୪୦ ହଜାର ହିତାଧିକାରୀଙ୍କୁ ମାସିକ ୫ କେଜି ଲେଖାଏଁ ବାର୍ଷିକ ୨୦୧ କୋଟି କେଜିର ଖାଦ୍ୟଶସ୍ୟ ବଣ୍ଟନ କରାଯାଉଛି । ଧାନ ସଂଗ୍ରହ, ମିଲିଂ ସହ ଚାଉଳ ହେବାକୁ ପ୍ରତି କେଜି ପିଛା ସରକାରୀ ହିସାବରେ ପ୍ରାୟ ୪୦ ଟଙ୍କା ଖର୍ଚ୍ଚ ହେଉଛି । ଓଡ଼ିଶା ସରକାର ଏବେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) ରେ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି । 

ଏହି ହିସାବରେ ଚାଉଳ କିଲୋ ପ୍ରତି ଆହୁରି ୩୦% ଦର ବଢ଼ିଯିବ । ଚାଉଳ କେଜି ହେବ ପ୍ରାୟ ୫୨ ଟଙ୍କା । ତେଣୁ ୨୦୧ କୋଟି କେଜି ବଣ୍ଟନ ସାମଗ୍ରୀର ମୂଲ୍ୟ ହେବ ପ୍ରାୟ ୨ ହଜାର କୋଟି ଟଙ୍କା । ବାର୍ଷିକ ରାଜ୍ୟରେ ପ୍ରାୟ ୨୫% ଚାଉଳ ହଡ଼ପ ହେଉଥିଲା ବେଳେ ଏହାର ମୂଲ୍ୟ ୨୬୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ରାଜ୍ୟରେ ବହୁ ଗରିବ ପରିବାର ଏଯାଏଁ ରାସନ କାର୍ଡ ପାଇନାହାନ୍ତି । ଆସନ୍ତା ଜାନୁଆରୀରୁ ପ୍ରାୟ ୨୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷାରେ ଯୋଡ଼ିବାକୁ ନୂଆ ସରକାର ପ୍ରସ୍ତୁତି ତେଜିଛନ୍ତି ।

ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ଚାଲିଛି । ଏପଟେ ଗରିବମାନେ ମାଗଣା ଖାଦ୍ୟଶସ୍ୟ ପାଉନାହାନ୍ତି । ଅନ୍ୟପଟେ କଳାବଜାରୀ ୭ ଲକ୍ଷ ଟନ୍‌ ଚାଉଳ ହଡ଼ପ କରି ନେଉଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଯେ ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ନିଜ ମର୍ଜିରେ ପରିଚାଳିତ କରି ପକେଟ ଗରମ କରୁଛନ୍ତି ତାହା ଆଇସିଆର୍‌ଆଇଇଆର୍‌ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ କେନ୍ଦ୍ର ସରକାର ପ୍ରତିବର୍ଷ ଦେଶର ୮୧.୪ କୋଟି ଲୋକଙ୍କୁ ମାଗଣା ବା ସବ୍‌ସିଡି ଦରରେ ଚାଉଳ ଏବଂ ଗହମ ବଣ୍ଟନ କରନ୍ତି । କିନ୍ତୁ ଏହାର ସିଂହଭାଗ ପ୍ରାୟ ୨ କୋଟି ଟନ୍‌ ଖୋଲା ବଜାରରେ ବିକ୍ରି କରାଯାଉଛି କିମ୍ବା ଅନ୍ୟ ଦେଶକୁ ରପ୍ତାନି ହେଉଛି । ପିଡିଏସ୍‌ ଚୋରଙ୍କ ପକେଟକୁ ରାଜକୋଷର ପ୍ରାୟ ୬୯,୦୦୦ କୋଟି ଟଙ୍କା ଯାଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.