ଭୁବନେଶ୍ଵର, ୦୩/୦୬ : ଆଉ ସାତ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ। ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଭତ୍ତା ଟଙ୍କା। ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କର କିଛି ଟେକ୍ନିକାଲ ପ୍ରୋବ୍ଲେମ ଥିଲା। ଏଣିକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏସଏନଏସ ସ୍ପର୍ଶ ମାଧ୍ୟମରେ ଆକାଉଣ୍ଟ ଭେଟିଂ ଚାଲିଛି। ଯାହା ମାଧ୍ୟମରେ ଆଇଏଫଏମଏସ ସେବା ମାଧ୍ୟମରେ ରିଏଲ ଟାଇମ ପେମେଣ୍ଟ ହେବ। ସେଥିପାଇଁ ଭତ୍ତା ପ୍ରଦାନରେ ଅସୁବିଧା ରହୁଛି। ଆଉ ସାତ ଦିନ ମଧ୍ୟରେ ଆକାଉଣ୍ଟ ଭେଟିଂ ହୋଇଗଲା ପରେ ଭତ୍ତା ସମସ୍ୟା ଆଉ ରହିବ ନାହିଁ। ଏକାସାଙ୍ଗେ ହିତାଧିକାରୀଙ୍କୁ ଭତ୍ତା ମିଳିଯିବ ବୋଲି ହିତାଧିକାରୀଙ୍କୁ ଆଶ୍ୱସ୍ତ କଲେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ।

ସୂଚନାନୁଯାୟୀ, ଜାତୀୟ ପେନସନ ଯୋଜନାରେ ଦୁଇ ମାସ ହେବ ଭତ୍ତା ମିଳିନି। ହିତାଧିକାରୀମାନେ ବ୍ୟାଙ୍କ ପଞ୍ଚାୟତ ଅଫିସକୁ ଦୌଡ଼ି ହନ୍ତସନ୍ତ ହେଉଛନ୍ତି। ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ନଦେଲେ ବିଜେଡି ଓ କଂଗ୍ରେସ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ୭ ଦିନ ଭିତରେ ଭତ୍ତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢନ୍ତୁ- ମୋନାଙ୍କୁ ଉଦ୍ଧାରରେ ବିଫଳ ପୌରପାଳିକା, ନାରୀସଂଘରେ ରଖିବାକୁ ସାମାଜିକ ସୁରକ୍ଷା ବିଭାଗର ନିର୍ଦ୍ଦେଶ