ନୂଆଦିଲ୍ଲୀ: ୨ ଦିନ ତଳେ ସ୍ବାମୀଙ୍କ ନାଁରେ କରିଥିଲେ ଅଭିଯୋଗ । ଏବେ ଉଦ୍ଧାର ହୋଇଛି ୨୫ ବର୍ଷୀୟ ବିବାହିତା ମହିଳାଙ୍କ ମୃତଦେହ । ବିଷ ପିଇ ଜୀବନ ହାରିଥିବା କୁହାଯାଉଥିବାବେଳେ ଶ୍ବଶୁରଘର ଲୋକଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଉତ୍ତରପ୍ରଦେଶର ପିଲିଭୀତରୁ ଆସିଛି ଏଭଳି ଏକ ଖବର । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ମୃତକ ଜଣକ ହେଲେ ନିଶା ମିଶ୍ର । ମୃତ୍ୟୁ ପରେ ଶାଶୁଘର ଲୋକେ ମୃତଦେହ ନିଶାଙ୍କ ବାପଘରେ ଛାଡ଼ି ଚାଲି ଆସିଥିବାବେଳେ ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ମିଳିଥିବା ସୂଚନା ଅନୁସାରେ ନିଶା ୭ ବର୍ଷ ପୂର୍ବେ କପିଳଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟ ବେଶ ଖୁସିରେ ଚଳୁଥିଲେ । ସେମାନଙ୍କର ଗୋଟିଏ ୬ ବର୍ଷର ପୁଅ ମଧ୍ୟ ରହିଛି । ତେବେ ବିବାହର କିଛିବର୍ଷ ପରେ ସ୍ବାମୀ ଏବଂ ତାଙ୍କ ପରିବାର ହଇରାଣ କରୁଥିଲେ । ଯେଉଁ କାରଣରୁ ସେ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ ମଧ୍ୟ କରିଥିଲେ । ଏବଂ ଶେଷ ପର୍ଯ୍ୟନ୍ତ ମାଡ଼ ମାରୁଥିଲେ । ଯେଉଁ କାରଣରୁ ସେ ସ୍ବାମୀଙ୍କ ନାଁରେ ଅଭିଯୋଗ ମଧ୍ୟ କରିଥିଲେ ।
ନିଶା ଏକ ସୋଲାର ପ୍ୟାନେଲ ଅଫିସରେ କମ୍ପ୍ୟୁଟର ଅପରେଟର ଭାବେ କାମ କରୁଥିଲେ । ସେ ନିଜର ଏବଂ ପିଲାର ପ୍ରତିପୋଷଣ କରୁଥିଲେ । ତେବେ ଘଟଣା ଦିନ ଏମ.ଏ ପରୀକ୍ଷା ଦେଇ ଅଫିସକୁ ଯାଇଥିଲେ ନିଶା । ସେଠାରେ ତାଙ୍କ ସ୍ବାମୀ ପହଞ୍ଚିଥିବାବେଳେ ଯୁକ୍ତିତର୍କ କରିଥିଲେ । ଯାହାକି ଅଫିସ ସିସିଟିଭିରେ କଏଦ ହୋଇଛି । ତେବେ ଏହି ଯୁକ୍ତିତର୍କ ପରେ ବିଷ ପିଇ ଦେଇଥିଲେ ନିଶା । ତେବେ ନିଶାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ନିଶାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ନେଇ ବାପଘରେ ଛାଡ଼ି ପଳାଇ ଆସିଥିଲେ ଶ୍ବଶୁରଘର ଲୋକେ । ନିଶାଙ୍କ ପରିବାର ଜ୍ବାଇଁଙ୍କ ନାଁରେ ଆଣିଛନ୍ତି ହତ୍ୟା ମାମଲା । ସେମାନେ ଅଭିଯୋଗ କରିଛନ୍ତି କି, ଯୌତୁକ ପାଇଁ ଜ୍ବାଇଁ ସବୁବେଳେ ନିର୍ଯାତନା ଦେଉଥିଲେ । ଏହି ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହାସହ ପଢ଼ନ୍ତୁ : Saayoni Ghosh Breaks Silence: TMCରେ ବିଦ୍ରୋହ, ବିଜେପିକୁ ସମର୍ଥନ: ସାୟୋନୀ ଦେଲେ ବଡ଼ ସୂଚନା