ନୂଆଦିଲ୍ଲୀ: ଟିଏମସିର ଫାୟାରବ୍ରାଣ୍ଡ ନେତ୍ରୀ ହେଉଛନ୍ତି ସାୟାନୀ ଘୋଷ । ଏକଦା ମମତାଙ୍କ ଶିଷ୍ୟା କୁହାଯାଉଥିଲା । ଦିଦିକୁ ଅନୁସରଣ କରି ରହିଥିଲେ ଚର୍ଚ୍ଚାରେ । ହେଲେ ମମତାଙ୍କ ହାତ ଛାଡ଼ିଥିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କେତେବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ତ ଆଉକେତେବେଳେ ମୁହଁରେ ମାସ୍କ ବାନ୍ଧି ଚାଲିଯାଇଛନ୍ତି । ଏଭଳି ଚର୍ଚ୍ଚା ଆଲୋଚନା ଭିତରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସାୟୋନୀ ।
ରାଜ୍ୟ ପରେ ଦିଲ୍ଲୀରେ ଟିଏମସି ସାଂସଦଙ୍କ ବିଦ୍ରୋହ ହୋଇଛି । ଏହି ଗୋଷ୍ଠୀରେ ମମତାଙ୍କ ପ୍ରିୟ ସାଂସଦ ସାୟୋନୀ ଥିବା ନେଇ କୁହାଯାଉଥିବାବେଳେ ସେ ମୁହଁ ଖୋଲିଛନ୍ତି । ଏୟାରପୋର୍ଟରେ ନଜର ଆସିଥିବାବେଳେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ଏହି ସମୟରେ ସେ ନିଜର ଉତ୍ତର ରଖିଛନ୍ତି । ସେ କହିଛନ୍ତି କି, ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି । ଏବେ ସମୟ ନୁହେଁ, ସମୟ ଆସିଲେ ମୁଁ ସବୁ କହିବି । ଏବେ କିଛି ପଚାରନ୍ତୁ ନାହିଁ କହି ଚାଲିଯାଇଥିଲେ ।
କହି ରଖୁଛୁ କି, ଟିଏମସି ସାଂସଦଙ୍କ ମଧ୍ୟରେ ବିଦ୍ରୋହ ହୋଇଛି । ୨୦ ଜଣ ସାଂସଦ ଏନଡିଏକୁ ସମର୍ଥନ କରିବେ ବୋଲି ବାଚସ୍ପତିଙ୍କୁ ଦାବି ଜଣାଇଛନ୍ତି । ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବାପରେ ଦଳରେ ଆରମ୍ଭ ହୋଇଛି ବିଦ୍ରୋହ । ରାଜ୍ୟରେ ବିଧାୟକ ଦୁଇଗୋଷ୍ଠୀ ହୋଇଥିବାବେଳେ ଏବେ ଦିଲ୍ଲୀରେ ସାଂସଦ ମଧ୍ୟ ଦୁଇ ଗୋଷ୍ଠୀ ହୋଇଛନ୍ତି । ମାତ୍ର ଏହାକୁ ନେଇ ଟିଏମସି ପକ୍ଷରୁ କୁହାଯାଉଛି କି, ଏହା ମିଛ । ମାତ୍ର ଦଳର ଅନେକ ନେତା ଦଳ ଛାଡ଼ିବା ଆରମ୍ଭ କରି ଦେଇଛନ୍ତି ।
ଏହାସହ ପଢ଼ନ୍ତୁ : ସାୟୋନୀ ଘୋଷଙ୍କ ବିରୋଧରେ ଟିଏମସିର କଡା କାର୍ଯ୍ୟାନୁଷ୍ଠାନ, ଯୁବ ସଭାପତି ପଦରୁ ହଟାଇଲେ ମମତା…