ପ୍ରମୂଖ ଖବର
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପରୀକ୍ଷା ଆସିଲେ ଯୁକ୍ତ ଦୁଇ କଲେଜ ଖାଁ ଖାଁ, କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଭିଡ଼

Published By : Rasmita Pradhan | October 16, 2024 1:34 PM

ଭୁବନେଶ୍ୱର,୧୬/୧୦ : ପରୀକ୍ଷା ସମୟ ଆସିଲେ କଲେଜ ଖାଁ ଖାଁ । ପିଲାମାନେ କଲେଜ ନୁହେଁ କୋଚିଂ ସେଣ୍ଟର ଯାଉଛନ୍ତି । କେବଳ ପ୍ରାକ୍ଟିକାଲ ଦିନ ଯାହା ଆସୁଛନ୍ତି । ଏପରି ସ୍ଥିତି ଦେଖିବାକୁ ମିଳୁଛି ଯୁକ୍ତ ୨ ଅର୍ଥାତ୍‌ ଦ୍ୱାଦଶ ଶ୍ରେଣୀରେ । ଦୈନିକ ଉପସ୍ଥାନ ୧୦ ପ୍ରତିଶତରୁ ଟପୁନି । କଲେଜରେ ଯେତେ ଭଲ ପଢ଼ା ହେଲେ ମଧ୍ୟ ପିଲାଙ୍କ ଭରସା ହେଉଛି କୋଚିଂ ସେଣ୍ଟର । କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ପରୀକ୍ଷା ପୂର୍ବରୁ ବାରମ୍ବାର ରିଭିଜନ୍‌ କରିବା ସହ ମକ୍‌ ଟେଷ୍ଟ କରୁଛନ୍ତି । ଯାହା ଫଳରେ ଅଭିଭାବକମାନେ ପିଲାଙ୍କୁ କୋଚିଂ ସେଣ୍ଟର ପଠାଇବାକୁ ଆଗ୍ରହୀ ହେଉଛନ୍ତି । 

କେବଳ ଏତିକି ନୁହେଁ ଆଉ କିଛି ନିଟ୍‌, ଜେଇଇ କୋଚିଂରେ ମାତିଛନ୍ତି । ଫଳରେ ଯୁକ୍ତ ୨ କଲେଜ ସବୁ ଏବେ ଖାଲି ପଡ଼ୁଛି । ଯାହା ଯେମିତି ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆସୁଛନ୍ତି ସେତିକି । ଏପଟେ ସରକାର ଶିକ୍ଷାର୍ଥୀଙ୍କୁ ଶ୍ରେଣୀ ଗୃହକୁ ଟାଣିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ନିଟ୍‌-ଜେଇଇ କୋଚିଂ ଠାରୁ ଆରମ୍ଭ କରି ବିଭିନ୍ନ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି । ହେଲେ ଫଳାଫଳ ଭଲ କରିବା ଆଶାରେ କୋଚିଂ ସେଣ୍ଟର ମୁହାଁ ହେଉଛନ୍ତି ଶିକ୍ଷାର୍ଥୀ । ଅଧ୍ୟାପକମାନେ ଶ୍ରେଣୀ ଗୃହକୁ ଯିବା ସମୟରେ ହାତ ଗଣତି ୨/୪ ଜଣ ପିଲାଙ୍କୁ ଦେଖି ପଢ଼ାଇବେ କ’ଣ ଓଲଟି ହତୋତ୍ସାହିତ ହେଉଛନ୍ତି । 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ର ନିୟମ ହେଉଛି, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଶିକ୍ଷାର୍ଥୀର ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଜରୁରି । ନଚେତ୍‌ ସେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ହେଲେ ଏଠାରେ ପ୍ରଶ୍ନ ଉଠୁଛି ପିଲାଙ୍କର ଉପସ୍ଥାନ ପକାଉଛି କିଏ । ଅନ୍ୟପଟେ ଶିକ୍ଷାନୁଷ୍ଠାନମାନେ ପିଲାଙ୍କ ଭବିଷ୍ୟତକୁ ଆଧାର କରି ବାଧ୍ୟବାଧ୍ୟକତାରେ ଉପସ୍ଥାନ ପକାଉଛନ୍ତି । ଏହାର ସୁଯୋଗ କୋଚିଂ ସେଣ୍ଟର ଏବଂ ଶିକ୍ଷାର୍ଥୀମାନେ ଉଠାଉଛନ୍ତି । 

ମିଳିଥିବା ସୂଚନା ଅନୁଯାୟୀ, କଲେଜମାନଙ୍କରେ ଶିକ୍ଷାର୍ଥୀଙ୍କ ଉପସ୍ଥାନ ମାତ୍ର ୫ରୁ ୧୦ ପ୍ରତିଶତ ରହୁଛି । ଏପରିକି କିଛି କିଛି ବିଭାଗରେ ଶ୍ରେଣୀଗୃହକୁ କେହି ଆସୁନାହାନ୍ତି, ଯାହା ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିନ୍ତାର କାରଣ ପାଲଟଛି । ଜଣେ ଅଧ୍ୟାପକ କହିଛନ୍ତି, କୋଚିଂ ସେଣ୍ଟରରେ ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ରାତି ୮ଟା ଯାଏ ଚାଲୁଛି । ଲଗାତର ପାଠପଢ଼ା ହେଉଛି । ସକାଳୁ ପ୍ରଥମେ ଟେଷ୍ଟ ଆରମ୍ଭ ହୋଇଯାଉଛି । ଏହାପରେ କିଛି ସମୟ ବ୍ରେକ୍‌ ଦିଆଯାଇ ପାଠପଢ଼ା । ତାପରେ ପିଲା ଘରକୁ ଯାଉଛନ୍ତି । ଠିକ୍‌ ଅପରାହ୍ନ ୨ଟାରୁ ପୁଣି ପାଠପଢ଼ା ଏବଂ ଟେଷ୍ଟ ହେଉଛି । ଯାହାଫଳରେ ପିଲାଙ୍କ ଶିକ୍ଷାଗ୍ରହଣରେ ବିକାଶ ହେଉଛି । ଗ୍ରୁପ୍‌ କରି ପଢ଼ାଉଥିବାରୁ ଅଭିଭାବକମାନେ କୋଚିଂ ସେଣ୍ଟର ପ୍ରତି ଆକୃଷ୍ଟ ହେଉଛନ୍ତି । କଲେଜରେ କିନ୍ତୁ ସୀମିତ ସମୟ ମଧ୍ୟରେ ପାଠପଢ଼ା ହେଉଛି, ଯାହା ପିଲାଙ୍କୁ ଭଲ ଲାଗୁନି । କଲେଜମାନଙ୍କରେ ଦକ୍ଷ ଅଧ୍ୟାପକ ଅଛନ୍ତି । ଅନେକ କଲେଜରେ କୋଚିଂ ସେଣ୍ଟର ପରି ପଢ଼ାଯାଉଛି । ହେଲେ ପିଲାଙ୍କ ମନ ଏଥିରେ ଲାଗୁନି । କେବଳ ପ୍ରାକ୍ଟିକାଲ ପାଇଁ କଲେଜ୍‌ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବରରୁ ଯୁକ୍ତ ୨ ଇଣ୍ଟରନାଲ ପରୀକ୍ଷା, ଜାନୁଆରୀରୁ ପ୍ରାକ୍ଟିକାଲ ଏବଂ ଫେବ୍ରୁଆରୀ ମୁଖ୍ୟ ପରୀକ୍ଷା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.