ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଲକ୍ଷପତି ଦିଦି କାର୍ଯ୍ୟକ୍ରମ ; 'ମହିଳା ମୋ ଶକ୍ତି ସୁରକ୍ଷା କବଚ' କହିଲେ ପ୍ରଧାନମନ୍ତ୍ରୀ

Published By : Ankita S | March 8, 2025 1:25 PM

ଅହମ୍ମଦାବାଦ,୦୮/୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଗୁଜୁରାଟର ନଭସାରୀରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳାଙ୍କ ଆର୍ଶୀବାଦ ମୋ ପାଇଁ ଶକ୍ତି । ଏହା ମୋର ସବୁଠୁ ବଡ ପୁଞ୍ଜି । ମୋ ସୁରକ୍ଷା କବଚ । ମୁଁ ଗର୍ବରେ କହିବି ଯେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି । ନାରୀଙ୍କ ସମ୍ମାନ, ସମାଜ ଏବଂ ଦେଶର ବିକାଶର ପ୍ରଥମ ସୋପାନ । ବିକଶିତ ଭାରତ ପାଇଁ ମହିଳାଙ୍କ ନେତୃତ୍ବାଧୀନ ରାସ୍ତାରେ ଚାଲିବାକୁ ହେବ ବୋଲି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ।

'ମୁଁ ଦୁନିଆର ସବୁଠୁ ଧନୀ ବ୍ୟକ୍ତି'- ଏହି ପବିତ୍ର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା । ମୁଁ  ଗର୍ବର ସହିତ କହିବି କି ଦୁନିଆର ସବୁଠୁ ଧନବାନ ବ୍ୟକ୍ତି । ଏହା ହୁଏତ କାହାକୁ ଠିକ୍ ନ ଲାଗି ପାରେ । ଟ୍ରୋଲସେନା ହୁଏତ ମୋତେ ଘେରି ଯାଇପାରନ୍ତି । ତଥାପି ମୁଁ କହିବି ଦୁନିଆର ସବୁଠୁ ଧନୀ ବ୍ୟକ୍ତି । ମୋ ଜୀବନ ଆକାଉଣ୍ଟରେ କୋଟି କୋଟି ମହିଳାଙ୍କ ଆର୍ଶୀବାଦ ଅଛି । ଏହା ନିରନ୍ତର ବଢିବାରେ ଲାଗିଛି । ମହିଳାଙ୍କ ଆର୍ଶୀବାଦ ମୋ ପାଇଁ ଶକ୍ତି । ଏହା ମୋର ସବୁଠୁ ବଡ ପୁଞ୍ଜି । ମୋ ସୁରକ୍ଷା କବଚ । ନାରୀଙ୍କ ସମ୍ମାନ ସମାଜ ଏବଂ ଦେଶର ବିକାଶର ପ୍ରଥମ ପାହାଚ । ତେଣୁ ବିକଶିତ ଭାରତ ପାଇଁ ଦେଶକୁ ଦ୍ରୁତ ଗତିରେ ବିକାଶ ପାଇଁ ଭାରତକୁ ମହିଳା ନେତୃତ୍ବାଧୀନ ରାସ୍ତାରେ ଚାଲିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗାନ୍ଧିଜୀ କହୁଥିଲେ ଦେଶର ଆତ୍ମା ଗ୍ରାମୀଣ ଭାରତରେ ରହିଛି । ଆଜି ମୁଁ ଏହି ପଂକ୍ତିରେ ନୂଆ କିଛି ଯୋଡିବାକୁ ଚାହୁଁଛି...ଗ୍ରାମୀଣ ଭାରତର ଆତ୍ମା, ଗ୍ରାମୀଣ ନାରୀର ସଶକ୍ତିକରଣରେ ରହିଛି । ଆଜି ଦେଶର ନାରୀଶକ୍ତି ସବୁ ଆଶଙ୍କାକୁ ପରାସ୍ତ କରି ସବୁ ସନ୍ଦେହକୁ ପଛରେ ପକାଇ ଆଗକୁ ବଢୁଛି । ବିଗତ ଦିନରେ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଥିଲା । ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବାକୁ ନିୟମ-କାନୁନକୁ ଆମେ ଅଧିକ ସଶକ୍ତ କରିଛୁ । ରାଜନୀତି ହେଉ କି ଖେଳ ମଇଦାନ କିମ୍ବା ନ୍ୟାୟପାଳିକା ସବୁ କ୍ଷେତ୍ରରେ ମହିଳାଙ୍କ ଅବଦାନ ରହିଛି । ୨୦୧୪ ପରଠୁ ଦେଶରେ ବଡ ବଡ ପଦରେ ମହିଳା ସ୍ଥାନ ଅଧିକାର କରିଛନ୍ତି । ଆମକୁ ଯେବେ ନୂଆ ସଂସଦ ଭବନ ମିଳିଲା ଆମେ ପ୍ରଥମେ ନାରୀ ଶକ୍ତି ବନ୍ଦନମ ଅଧିନିୟମ ଆଣିଲୁ । ପ୍ରଥମ ନାରୀଶକ୍ତି ବିଲ୍ ଆଣିଲୁ ।''

ଅଧିକ ପଢନ୍ତୁ... ସୁରକ୍ଷା ବ୍ୟବସ୍ଥା ଠାରୁ ସୋସିଆଲ ମିଡିଆ ଆକାଉଣ୍ଟ ଯାଏଁ... ଅନ୍ତର୍ଜାତୀୟ ମହିଳା ଦିବସରେ 'ନାରୀ ଶକ୍ତି'ଙ୍କୁ ଦାୟିତ୍ଵ ଦେଲେ ପ୍ରଧାନମନ୍ତ୍ରୀ

ସୁରକ୍ଷାରେ ମହିଳା ଅଧିକାରୀ- ମହିଳା ଦିବସ ଅବସରରେ ଗୁଜୁରାଟ ନବସାରୀରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଛି । ମୋଦିଙ୍କ ସୁରକ୍ଷାରେ ଗୋଟିଏ ଦିନ ପାଇଁ କେବଳ ମହିଳା ଅଧିକାରୀ ମୁତୟନ ହୋଇଛନ୍ତି । କାର୍ଯ୍ୟକ୍ରମକୁ ଅଭିଭାଷଣ କରିବା ପୂର୍ବରୁ ସମସ୍ତଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ୭୦୦ ମିଟର ରୋଡ ଶୋ କରିଥିଲେ । ଏହି ସମୟରେ ତାଙ୍କ ସୁରକ୍ଷାରେ କେବଳ ମହିଳା ଅଧିକାରୀ ମୁତନୟ ହୋଇଥିବା ଦେଖିବାକୁ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.