ପ୍ରମୂଖ ଖବର
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

Rozgar Mela; ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ, କହିଲେ ତୁମ ନୂଆ ଦାୟିତ୍ୱ ଆରମ୍ଭ

Published By : Ankita S | April 26, 2025 2:47 PM

ନୂଆଦିଲ୍ଲୀ,୨୬/୦୪: ଦେଶର ୪୭ଟି ସ୍ଥାନରେ ୧୫ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ଏଥିରେ ୫୧ ହଜାର ନିବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରର ବିଭିନ୍ନ ବିଭାଗରେ ନିଯୁକ୍ତି ମିଳିଛି । ଏହା ସହିତ ଆଭାସୀ ଜରିଆରେ ନବନିଯୁକ୍ତଙ୍କୁ ସମ୍ବୋଧନ କରିଛନ୍ତି ।

ରୋଜଗାର ମେଳାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଆଜିଠୁ ତୁମର ନୂଆ ଦାୟିତ୍ୱ ଆରମ୍ଭ ହେଉଛି । ତୁମର ଦାୟିତ୍ୱ ଦେଶର ଆର୍ଥିକ ସ୍ଥିତି, ସୁରକ୍ଷାକୁ ମଜବୁତ କରିବ । ତୁମେ କାର୍ଯ୍ୟକୁ ଯେତେ ସଚ୍ଚୋଟତାର ସହ କରିବ ସେତେ ସକାରତ୍ମକ ପ୍ରଭାବ ବିକଶିତ ଭାରତ ଯାତ୍ରାରେ ଦେଖିବାକୁ ମିଳିବ । ମୋର ବିଶ୍ୱାସ ଅଛି ତୁମେମାନେ ନିଷ୍ଠାର ସହ ଦାୟିତ୍ୱ ତୁଲାଇବ । କୌଣସି ରାଷ୍ଟ୍ରର ପ୍ରଗତି ଓ ସଫଳତାର ମୂଳଦୁଆ ତାର ଯୁବଗୋଷ୍ଠୀଙ୍କ ଭାଗିଦାରୀ ସହିତ ହୋଇଥାଏ । ଆମ ପାଖରେ କେତେ ସାମର୍ଥ୍ୟ ଅଛି ଭାରତର ଯୁବଗୋଷ୍ଠୀ  ପରିଶ୍ରମ ବଳରେ ଦୁନିଆକୁ ପ୍ରମାଣ ଦେଇଛନ୍ତି ।

ଅଧିକ ପଢନ୍ତୁ...ପାକିସ୍ତାନକୁ ୨ ଭାଗ କର, PoKକୁ ଭାରତ ସହ ମିଶାଯାଉ; ପିଏମ୍‌ଙ୍କୁ ରେବନ୍ତଙ୍କ ଅପିଲ୍

ଏହି କ୍ଷେତ୍ରରେ ବଢୁଛି ମହିଳାଙ୍କ ଭାଗିଦାରୀ- ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି, ସବୁ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢୁଛି । ଚଳିତବର୍ଷ ୟୁପିଏସସି ପରୀକ୍ଷାରେ ଶୀର୍ଷରେ ୫ରେ ୩ଜଣ ମହିଳା ରହିଛନ୍ତି । ୯୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ୧୦ କୋଟିରୁ ଅଧିକ ମହିଳା କାମ କରୁଛନ୍ତି । ମୁମ୍ବାଇରେ ଆୟୋଜିତ ହେବାକୁ ଥିବା  ଅଡିଓ ଭିଜୁଆର ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀରେ ଯୁବଗୋଷ୍ଠୀଙ୍କ ପାଇଁ ବୈଶ୍ୱିକ ମଞ୍ଚରେ କୌଶଳ ଓ ଦକ୍ଷତା ପ୍ରଦର୍ଶନ କରିବାକୁ ବଡ଼ ଅବସର ହେବ ।

କହି ରଖୁଛୁ କି, ୨୦୨୨ ଅକ୍ଟୋବରରେ ରୋଜଗାର ମେଳା ଆରମ୍ଭ ହୋଇଛି । ସେବେଠୁ କେନ୍ଦ୍ର ସରକାର ୧୦ ଲକ୍ଷରୁ ଅଧିକ ନିଯୁକ୍ତପତ୍ର ବାଣ୍ଟିଛନ୍ତି । ଶେଷ ରୋଜଗାର ମେଳାରେ ପାଖାପାଖି ୭୧ ହଜାର ନିଯୁକ୍ତପତ୍ର ପ୍ରଦାନ କରାଯାଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.