ନୂଆଦିଲ୍ଲୀ,୦୮/୦୨; ୮ ବର୍ଷ ପରେ ମାଲେସିଆ ଦୁଇ ଦିନିଆ ମାଲେସିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭାରତ ଏବଂ ମାଲେସିଆ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଛି । ପ୍ରତିନିଧି ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୋଦି ଓ ଇବ୍ରାହିମ ଦ୍ୱିପାକ୍ଷିକ ବୈଠକ କରି ନିବେଶ, ବାଣିଜ୍ୟ, ପ୍ରତିରକ୍ଷା ଭଳି କ୍ଷେତ୍ରରେ ସମ୍ପର୍କ ବଢ଼ାଇବା ନେଇ ଚର୍ଚ୍ଚା କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ସହଯୋଗ, ରକ୍ଷା, ସ୍ୱାସ୍ଥ୍ୟ, ସେମିକଣ୍ଡକ୍ଟ ଏବଂ ଏଆଇ କ୍ଷେତ୍ରରେ ସହଯୋଗତୁ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ୧୧ଟି ବୁଝାମଣା ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତକୁ  ଗୁରୁତ୍ୱପୂର୍ଣ୍ଣ, ରଣନୈତିକ ବୋଲି କହିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ । ଦ୍ବିପାକ୍ଷିକ ଆଲୋଚନା ପରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମିଳିତ ବିବୃତି ଆସିଛି ।

ନୋ ଡବଲ୍ ଷ୍ଟାଣ୍ଡାର୍ଡ, ନୋ କମ୍ପରମାଇଜ୍- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଲେସିଆ ଗସ୍ତର ଦ୍ୱିତୀୟ ଦିନରେ ତାଙ୍କୁ ସ୍ୱାଗତ କରାଯାଇ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଦୁଇ ଦେଶର ନେତାଙ୍କ ମଧ୍ୟରେ ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀ ଆଲୋଚାନା ହୋଇଥିଲା । ଏହାପରେ ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ବାର୍ତ୍ତା କରିଥିଲେ । ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଡବଲ୍ ଷ୍ଟାଣ୍ଡାର୍ଡ ଚାଲିବନି କୌଣସି ବୁଝାମଣା ହେବ ନାହିଁ । ଆତଙ୍କବାଦକୁ ନେଇ ଭାରତର ସନ୍ଦେଶ ବିଲକୁଲ୍ ସ୍ପଷ୍ଟ । କୌଣସି ମାନଦଣ୍ଡ ରହିବ ନାହିଁ । କିଛି ବୁଝାମଣା ହେବନାହିଁ । ବୈଶ୍ୱିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସଂସ୍ଥାରେ ସୁଧାର ଆସିବା ଜରୁରୀ । ଭାରତ ଏବଂ ଏସିଆନ ମିଶି ସମଗ୍ର ଇଣ୍ଡୋ-ପାସିଫିକ୍ କ୍ଷେତ୍ରର ବିକାଶ, ଶାନ୍ତି ଏବଂ ସ୍ଥିରତା ପାଇଁ କାମ କରିବେ ।''

​​​​​​​'ତାମିଲ ଗୀତ ଯୋଡ଼ିବ ହୃଦୟ' - ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ବର୍ଷ, ମୁଁ ASEAN ଶିଖର ସମ୍ମିଳନୀ ପାଇଁ ମାଲେସିଆ ଆସିପାରି ନଥିଲି, କିନ୍ତୁ ମୁଁ ମୋର ପ୍ରିୟ ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ଶୀଘ୍ର ମାଲେସିଆ ଗସ୍ତ କରିବି । ୨୦୨୬ର ମୋର ପ୍ରଥମ ବିଦେଶ ଗସ୍ତରେ, ମୁଁ ମାଲେସିଆ ଆସିଛି । ଭାରତ ଓ ମାସେଲିଆକୁ ତାମିଲ ଭାଷା ପ୍ରତି ପ୍ରେମ ବି ଯୋଡ଼ିଛି । ମାଲେସିାରେ ତାମିଲ ଏବଂ ମଜବୁତ ଜୀବନ୍ତ ଉପସ୍ଥିତି ଶିକ୍ଷା, ମିଡ଼଼ିଆ ଏବଂ ସଂସ୍କୃତି ଜୀବନରେ ଦେଖିବାକୁ ମିଳିଛି । ମୋର ଭରସା ଅଛି ଆଜିର ଅଡ଼ିଓ ଭିଜୁଆର ଏଗ୍ରୀମେଣ୍ଟ, ଫିଲ୍ମ ଏବଂ ସଙ୍ଗୀତ ବିଶେଷ କରି ତାମିଲ ଫିଲ୍ମ ଏବଂ ଗୀତ ଦୁଇଦେଶର ହୃଦୟକୁ ଆହୁରି ନକଟତର କରିବ । "

ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମିଳିତ ବିବୃତିରେ ପ୍ରଧାନମନ୍ତ୍ରୀ କହିଛନ୍ତି, '' ଗତ କିଛି ବର୍ଷରେ ଦ୍ରୁତଗତିରେ ସଂପର୍କ ବୃଦ୍ଧି ପାଇଛି । ଶକ୍ତି, ଭିତ୍ତିଭୂମି, ଉତ୍ପାଦନ କ୍ଷେତ୍ରରେ ସହଯୋଗ ମଜଭୁତ ହୋଇଛି ।ଡିଜିଟାଲ୍ ଅର୍ଥନୀତି, ବାୟୋଟେକ୍, ଆଇଟିରେ ନିବେଶ ବଢ଼ିଛି। ଆତଙ୍କବାଦ ବିରୋଧୀ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରିବୁ । ପର୍ଯ୍ୟଟନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଆଦାନପ୍ରଦାନ ବଢ଼ିଛି । ଏସବୁରୁ ପ୍ରେରଣା ପାଇ ପାର୍ଟନରସିପ୍‌କୁ ଆହୁରି ଦୃଢ଼ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଆମର ଯୁବପିଢ଼ିଙ୍କ ମଧ୍ୟରେ ୟୁନିଭର୍ସିଟି ଆଦାନପ୍ରଦାନ, ଷ୍ଟାର୍ଟଅପ୍ ସଂଯୋଗ ଏବଂ ଦକ୍ଷତା ବିକାଶ ପାଇଁ ସୁଯୋଗ ବୃଦ୍ଧି କରୁଛୁ । ଆମର ବିସ୍ତାରିତ ସମ୍ପର୍କକୁ ସମର୍ଥନ କରିବା ପାଇଁ, ଆମେ ମାଲେସିଆରେ ଏକ ନୂଆ କନସୁଲେଟ୍ ମଧ୍ୟ ଖୋଲିବାକୁ ଯାଉଛୁ । ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ବିଶ୍ୱର ଏକ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ଉଭା ହେଉଛି । ପର୍ଯ୍ୟଟନ ଏବଂ ଲୋକ-ଲୋକସମ୍ପର୍କ ମଧ୍ୟ ଗଭୀର ହୋଇଛି । ଏହି ସଫଳତାରୁ ପ୍ରେରଣା ନେଇ, ଆମେ ଆମର ସହଭାଗୀତାରେ ଅଦ୍ଭୂତପୂର୍ବ ଗତ ଏବଂ ଗଭୀରତା ଆଣିବାକୁ ନିଷ୍ପତ୍ତି ନେଇଛୁ । "

​​​​​​​

ଏହା ବି ପଢନ୍ତୁ...ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ; କହିଲେ,ବିଶ୍ୱାସ ହିଁ ବର୍ତ୍ତମାନ ଭାରତର ସବୁଠୁ ଶକ୍ତିଶାଳୀ ମୁଦ୍ରାରେ ପରିଣତ ହୋଇଛି

ସେହିପରି ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ଯେ, ବିଶ୍ୱରେ ସମସ୍ତ ଶାନ୍ତି ପ୍ରୟାସକୁ ସମର୍ଥନ କରିବା ପାଇଁ ତାଙ୍କର ଦୃଢ଼ ପ୍ରତିବଦ୍ଧତା ଯାହା ୟୁକ୍ରେନ, ରୁଷ ହେଉ କିମ୍ବା ମଧ୍ୟପ୍ରାଚ୍ୟ, ବିଶେଷକରି ଗାଜା କ୍ଷେତ୍ରରେ, ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଉଛି । ଆମର ଉତ୍ତମ ସମ୍ପର୍କର ଏକ ସଙ୍କେତ ଭାବରେ, ମୁଁ ସାବାହର କୋଟା କିନାବାଲୁରେ ଭାରତର ଏକ କନସୁଲେଟ୍ ଖୋଲିବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛି । ଭାରତ-ମାଲେସିଆ ସମ୍ପର୍କ ପ୍ରକୃତରେ ବିଶେଷ । ଆମେ ସାମୁଦ୍ରିକ ପଡ଼ୋଶୀ । ଶତାବ୍ଦୀ ଧରି, ଆମ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଆଜି, ମାଲେସିଆ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ର ଯେଉଁଠାରେ ଭାରତୀୟ ବଂଶୋଦ୍ଭବ ଜନସଂଖ୍ୟା ରହିଛି । ଆମର ସଭ୍ୟତାଗୁଡ଼ିକ ସହଭାଗୀ ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ଜଡିତ ।"

#WATCH | Kuala Lumpur, Malaysia: Exchange of MoUs take place between India and Malaysia in the presence of Prime Minister Narendra Modi and Malaysian Prime Minister Anwar Ibrahim.

(Source: ANI/DD News) pic.twitter.com/CA7zyVrIsu