ନୂଆଦିଲ୍ଲୀ,୨୨/୦୨; ୧୩୧ତମ୍ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଡିଜାଟାଲ ଆରେଷ୍ଟରୁ, ଗ୍ଲୋବାଲ ଏଆଇ ଇମ୍ପାକ୍ଟ ସମିଟ୍‌ରୁ ନେଇ ଲାଲକିଲ୍ଲାରୁ କରିଥିବା ପଞ୍ଚ-ପ୍ରାଣକୁ ହୋଦରାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ କେରଳର ସର୍ବକନିଷ୍ଠ ଅଙ୍ଗଦାତା କୁନି ଝିଅ କଥା କହିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ମନ୍ କି ବାତରେ କହିବା ସହିତ ଓଡ଼ିଆ ପୁଅ ହିରୋଦ ପଟେଲଙ୍କ କଥା କହିଛନ୍ତି । ମନ୍‌ କି ବାତ୍ ଦେଶରେ ବିଭିନ୍ନ ଉପଲବ୍ଧିକୁ ସାମ୍ନାକୁ ଆଣିବାର ଏକ ମଜଭୂତ ପ୍ଲାଟଫର୍ମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । AIର ଯାଦୁ, ଅଙ୍ଗଦାନର କାହାଣୀ ଏବଂ ଡ଼ିଜିଟାଲ ଆରେଷ୍ଟକୁ ନେଇ ଦେଶବାସୀଙ୍କୁ ୩ ବଡ଼ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

'ସନ୍ତାନକୁ ହରାଇବାଠୁ ବଡ଼ ଦୁଃଖ କିଛି ନାହିଁ'- ମନ୍ କି ବାତରେ କେରଳର ସର୍ବକନିଷ୍ଠ ଅଙ୍ଗଦାତା କୁନିଝିଅ କଥା କହି ପ୍ରଧାନମନ୍ତ୍ରୀ କହିଛନ୍ତି,''କୌଣସି ପିତାମାତାଙ୍କ ପାଇଁ ନିଜ ସନ୍ତାନକୁ ହରାଇବାଠୁ ବଡ଼ ଦୁଃଖ ଆଉ କିଛି ନାହିଁ । କୁନି ପିଲାକୁ ହରାଇବାର ଯନ୍ତ୍ରଣା ବହୁତ ଗଭୀର । କିଛି ଦିନ ପୂର୍ବରୁ, ଆମେ କେରଳର ଏକ ଛୋଟ ଝିଅ ଏଲିନ୍ ସେରିନ୍ ଆବ୍ରାହମଙ୍କୁ ହରାଇଲୁ । ଅଙ୍ଗଦାନ ସମ୍ପର୍କରେ ସଚେତନତା ବଢ଼ୁଛି । ଚିକିତ୍ସା ଗବେଷଣା ମଧ୍ୟ ବୃଦ୍ଧି ପାଉଛି । ଏଲିନ୍ ଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଙ୍ଗଦାନ କରି କାହାକୁ ଆଉ ଏକ ଜୀବନ ଦେଇଛନ୍ତି। "

ଏହା ବି ପଢନ୍ତୁ...ବଡ଼ ଆତଙ୍କୀ ଆକ୍ରମଣ ଯୋଜନାରେ ୮ ଗିରଫ, ପାକିସ୍ତାନ-ବାଂଲାଦେଶ ସହ ଲିଙ୍କ୍

"ଓଡ଼ିଆ ପୁଅଙ୍କୁ ପ୍ରଶଂସା- ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତରେ କହିଛନ୍ତି, ଓଡ଼ିଶାର ହିରୋଦ ପଟେଲ ନାମକ ଜଣେ ଯୁବ ଚାଷୀଙ୍କ କାହାଣୀ ପ୍ରେରଣାଦାୟ କ। ପ୍ରାୟ ୮ ବର୍ଷ ପୂର୍ବେ ସେ ତାଙ୍କ ବାପା ଶିବ ଶଙ୍କର ପଟେଲଙ୍କ ସହ ପାରମ୍ପରିକ ଉପାୟରେ ଧାନ ଚାଷ କରୁଥିଲେ, କିନ୍ତୁ ତା’ପରେ ସେ ଏକ ନୂଆ ଦୃଷ୍ଟିକୋଣରୁ ଚାଷ କରିବାକୁ ଆରମ୍ଭ କଲେ । ଜମିରେ କଦଳୀ, ନଡ଼ିଆ ପିଜୁଳି ଲଗାଇଛନ୍ତି । ପୋଖରୀରେ ମାଛ ଚାଷ କରିଛନ୍ତି । ଗୋଟିଏ ସ୍ଥାନରେ ପାରମ୍ପରିକ ଚାଷ କରିଛନ୍ତି । ଗୋଟିଏ ସ୍ଥାନରେ ଫଳ, ମାଛ ଚାଷ କରି ମାଟିର ଉପଯୋଗ କରିଛନ୍ତି । ପାଣି ସଂରକ୍ଷିତ ହୋଇଛି । ଅତିରିକ୍ତ ଆମଦାନୀ ମଧ୍ୟ ହୋଇଛି । ଚାଷୀ ହିରୋଦଙ୍କୁ ଆଜି ତାଙ୍କର ପ୍ରେରଣା ବୋଲି ମାନୁଛନ୍ତି । ଚାଷୀ କେବଳ ଅନ୍ନଦାତା ନୁହେଁ, ମାଟିର ସଚ୍ଚା ସାଧକ ।''