ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୩୨ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।ଏଥିରେ ସେ ଦେଶ-ବିଦେଶର ବିଭିନ୍ନ ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି। ମନ୍ କି ବାତ୍ରେ ପିଏମ୍ ମୋଦି ଦୁଇ ଜଣ ଓଡ଼ିଆଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି। ସେମାନେ ହେଲେ ସମ୍ବଲପୁରର ସୁଜାତା ଭୂୟା ଏବଂ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥ।
ସୁଜାତା ଭୂୟାଙ୍କ ନାମ ନେଇ ମହିଳା ସଶକ୍ତୀକରଣର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁଜାତା ଜଣେ ଗୃହିଣୀ କିନ୍ତୁ ସେ କିଛି ଭିନ୍ନ କାମ କରିବା ସହିତ ପରିବାରର ଉନ୍ନତିରେ ଭାଗିଦାରୀ ହେବାକୁ ଚିନ୍ତା କରିଥିଲେ। ଏଥିପାଇଁ ସେ କିଛି ବର୍ଷ ପୂର୍ବରୁ ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟଚାଷ ଆରମ୍ଭ କରିଥିଲେ। ମାତ୍ର ସୁଜତାଙ୍କର ଏହି କାର୍ଯ୍ୟ ସହଜ ନଥିଲା। କାରଣ ପାରିପାର୍ଶ୍ବିକ ଅବସ୍ଥା ଯୋଗୁଁ ସେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ଏକା ସାଙ୍ଗରେ ମତ୍ସ୍ୟଚାଷ କରିବା ଏବଂ ପରିବାରର ଦାୟିତ୍ବ ତୁଲାଇବା ମଧ୍ୟ କଠିନ କାମ ଥିଲା। ଏଥିପାଇଁ ବିଭିନ୍ନ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତଥାପି ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଆଗକୁ ବଢ଼ିଛନ୍ତି। କଠିନ ପରିଶ୍ରମ କରି ନିଜେ ସ୍ବାବଲମ୍ବି ହେବା ସହ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିଛନ୍ତି। ଫଳରେଦୁଇରୁ ତିନ ବର୍ଷ ମଧ୍ୟରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତିି । ତାଙ୍କର ସଫଳତା ଆଜିର ଦିନରେ ସମାଜର ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ଦାୟକ ବୋଲି ପିଏମ୍ ମୋଦି ମନ୍ କି ବାତ୍ରେ କହିଛନ୍ତି।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ‘ମନ୍ କି ବାତ୍’ (#MannKiBaat) କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପ୍ରତିଭାବାନ ଯୁବକ ଓମ୍ ପ୍ରକାଶ ରଥଙ୍କ ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।
— Mohan Charan Majhi (@MohanMOdisha) March 29, 2026
କେନ୍ଦ୍ର ସରକାରଙ୍କ ‘ମାଇଁ ଭାରତ ବଜେଟ୍ କ୍ୱେଷ୍ଟ୍’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରାୟ… pic.twitter.com/AjM37ZhIZ1
ସେହିପରି କେନ୍ଦ୍ରାପଡ଼ାର ପ୍ରତିଭାବାନ ଯୁବକ ଓମ୍ ପ୍ରକାଶ ରଥଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସଫଳତାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ବଖାଣିଛନ୍ତି। କେନ୍ଦ୍ର ସରକାରଙ୍କ ‘ମାଇଁ ଭାରତ ବଜେଟ୍ କ୍ୱେଷ୍ଟ୍’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରାୟ ୧୨ ଲକ୍ଷ ଯୁବପିଢ଼ିଙ୍କ ମଧ୍ୟରୁ ; ‘ଓମେନ୍ ଲେଡ୍ ଡେଭଲପମେଣ୍ଟ୍’ (Women-led Development) ବା ମହିଳାଙ୍କ ନେତୃତ୍ୱରେ ବିକାଶ ସମ୍ପର୍କିତ ପ୍ରବନ୍ଧରେ ଓମ୍ ପ୍ରକାଶ ରଥଙ୍କର ଚିନ୍ତାଧାରା ଓ ବିଶ୍ଳେଷଣ ପ୍ରଧାନମନ୍ତ୍ରୀଙ୍କୁ ଅଭିଭୂତ କରିଛି। ଯାହାକୁ ନେଇ ପିଏମ୍ ମୋଦି ପ୍ରଶଂସା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓମ୍ଙ୍କ ଉଲ୍ଲେଖେନୀୟ ସଫଳତାକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ :- ବିଜେଡି MLAଙ୍କ ସ୍ବାମୀଙ୍କ ନାଁରେ ମାମଲା; ନୋଟିସ୍ ଦେବାକୁ କ୍ବାର୍ଟର୍ସରେ ପହଞ୍ଚିଲା କମିଶନରେଟ୍ ପୁଲିସ