ଭୁବନେଶ୍ୱର,୨୩/୧୨: ତୃତୀୟ ଥର ପାଇଁ ପୁଲିସ ପରିବାରବର୍ଗଙ୍କୁ ଉତ୍ସାହିତ କରିବ ‘ନମନ’ । ପୁଲିସ ବାହିନୀର ନିସ୍ୱାର୍ଥ ସେବାକୁ ହୃଦୟର ସମ୍ମାନ ଜଣାଇବା ପାଇଁ ଆସନ୍ତା ୨୪ରେ ନିଆରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ଓଲିଉଡ ତାରକାମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରିବେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଗଦେଇ ପୁଲିସ ବାହିନୀର ମନବଳ ବଢ଼ାଇବେ । ରବିବାର ଏନେଇ ରାଜଧାନୀର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଓଲିଉଡ ତାରକା ସବ୍ୟସଚୀ ମିଶ୍ର ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଥିଲେ, ଆମକୁ ସୁରକ୍ଷିତ ରଖିବା ପାଇଁ ପୁଲିସ ବାହିନୀ ଦିନରାତି ଏକ କରି ଦେଉଛି । ସହରରେ ଆଇନଶୃଙ୍ଖଳା ଜଗିବାରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଜୀବନକୁ ବାଜିରେ ଲଗାଉଛନ୍ତି ।
ଚଳିତବର୍ଷ ତୃତୀୟ ସଂସ୍କରଣରେ ଓଲିଉଡ ଓ ବଲିଉଡର ଅନେକ ଅଭିନେତା, ଅଭିନେତ୍ରୀ, କମେଡିଆନ୍ ଓ କଣ୍ଠଶିଳ୍ପୀ ଯୋଗଦେବେ । ସପ୍ତମ ବାଟାଲିୟନ ପରିସରରେ ସନ୍ଧ୍ୟା ୬ଟାର ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଚଳିତବର୍ଷର ଥୀମ୍ ହେଉଛି ସହିଦ୍ ପୁଲିସଙ୍କୁ ସମ୍ମାନ ଦେବା ।