ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭଡ଼ା ଘରେ ଚାଲିଛି ଡାକ ସେବା, ସ୍ଥାୟୀ ଡାକଘର ନିର୍ମାଣ କରିବା ପାଇଁ ଜନସାଧାରଣଙ୍କ ଦାବି

Published By : Harapriya Sethi | July 12, 2025 12:24 PM

ହରଭଙ୍ଗା, ୧୨/୦୭(ଚିତ୍ତରଞ୍ଜନ ସିଂ): ରାଜ୍ୟ ବା ଦେଶ ବିକଶିତ ନ ଥିବା ସମୟରେ ଗାଁରୁ ସହର ଯାଏଁ ଲୋକଙ୍କ ମଧ୍ୟରେ ଯୋଗାଯୋଗର ବ୍ୟବସ୍ଥା ଡାକ ସେବା ହିଁ ଏକ ମାତ୍ର ମାଧ୍ୟମ ଥିଲା । ପୋଷ୍ଟ କାର୍ଡ଼, ଇଂଲଣ୍ଡ ଲେଟର, ଟେଲିଗ୍ରାମ, ଲ୍ୟାଣ୍ଡଫୋନ୍ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ହେଉଥିଲା ଏବଂ ଦେଶର ମୁଖ୍ୟ ଭୂମିକା ନିର୍ବାହ କରୁଥିଲା ମନିଅର୍ଡର । ଧିରେ ଧିରେ ଦେଶ ତଥା ରାଜ୍ୟର ବିକାଶ ହେବା ଫଳରେ ଅନେକ ଯୋଜନା ମାଧ୍ୟମରେ ସରକାରୀ କୋଠା, ସରକାରୀ କାର୍ଯ୍ୟାଳୟ ସବୁ ତିଆରି ହୋଇ ଜନସାଧାରଣଙ୍କୁ ବହୁତ ସହଜ ଓ ସୁବିଧାରେ ସେବା ଯୋଗେଇ ଦିଆ ଯାଉଛି।

ଏବେବି ଗ୍ରାମାଞ୍ଚଳ ମାନଙ୍କରେ ଡାକଘର ଉପରେ ଲୋକ ମାନେ ନିର୍ଭର କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ଏବେ ବି ହରଭଙ୍ଗାରେ ପ୍ରାୟ ୭୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଡାକଘର ଭଡ଼ା ଘରେ ଚାଲିଛି । କେଉଁଠି ଛୋଟ ଏକ ଭଡ଼ା ଘରେ ତ ଆଉ କେଉଁଠି ଏକ ଚାଳଛପର ଘରେ ଡାକଘର ହୋଇଛି । ଯେଉଁଠି କି ଅଫିସ ଷ୍ଟାଫଙ୍କ ସହିତ ଜଣେ ଦୁଇଜଣ ସାଧାରଣ ଲୋକ ବସିବା ପାଇଁ ମଧ୍ୟ ଜାଗା ନାହିଁ । ଅନ୍ୟ ବିଭାଗର କାର୍ଯ୍ୟାଳୟ ପାଇଁ ସରକାର ନିଜସ୍ୱ ଜାଗା ସହିତ କାର୍ଯ୍ୟାଳୟ ନିର୍ମାଣ କରିଦେଉଥିବା ବେଳେ ଡାକ ସେବା ଭଳି ଏକ ଗୁରୁତ୍ୱପୂର୍ଣ ବିଭାଗକୁ କାହିଁକି ଅଣଦେଖା କରୁଛନ୍ତି, ସେ ନେଇ ଅନେକ ପ୍ରଶ୍ନ ଉଠୁଛି।ଏବେ ମଧ୍ୟ ବିଭିନ୍ନ ବିଭାଗ ଏହି ଡାକ ଘର ଉପରେ ନିର୍ଭର କରୁଛନ୍ତି । 

ଏହି ଡାକ ମାଧ୍ୟମରେ ବିଭିନ୍ନ ସରକାରୀ ଚିଠି ପତ୍ର, ମନିଅର୍ଡର, ସବୁ ଆସିଥାଏ ଓ ଲୋକମାନେ ମଧ୍ୟ ଉତ୍ତମ ସେବା ପାଇଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବ୍ଲକର ଆଡ଼େନିଗଡ଼, ଚାରିଛକ, ହରଭଙ୍ଗା, ପୁରୁଣାକଟକ, ତିଳେଶ୍ୱର, ଭଳି ଏକ ଗୁରୁତ୍ୱପୂର୍ଣ ଜାଗାମାନଙ୍କରେ ଦୀର୍ଘ ବର୍ଷ ହେବ ଡାକଘର ଭଡ଼ା ଘରେ ଚାଲିଛି । ଫଳରେ ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ଦିଗରେ ଜିଲ୍ଲାପ୍ରଶାସନ ଓ ମୁଖ୍ୟ ଡାକଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସରକାରୀ ଜାଗାରେ ନୂତନ ଭାବେ ସ୍ଥାୟୀ ଡାକଘର ନିର୍ମାଣ କରିବା ପାଇଁ ଅଞ୍ଚଳର ସମସ୍ତ ଜନସାଧାରଣ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.