ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜଳମୟ ରାସ୍ତାଘାଟ; ଶକ୍ତିଶାଳୀ ଝଡ ନେଲା ୯ ଜୀବନ

Published By : Ankita S | February 17, 2025 8:08 AM

ୱାଶିଂଟନ,୧୭/୦୨: ପ୍ରକୃତି କୋପରେ ହନ୍ତସନ୍ତ ଆମେରିକାର କେଣ୍ଟକିବାସୀ । ରାସ୍ତାରେ ଆଣ୍ଠୁଏ ପାଣି । ଶକ୍ତିଶାଳୀ ଝଡ ପ୍ରଭାବରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ୯ ଜଣଙ୍କ ମଧ୍ୟରେ ୮ ଜଣ କେଣ୍ଟକିର ହୋଇଥିବା ଜଣାପଡିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବଢିଥିଲା । ବର୍ଷା ପ୍ରଭାବରେ ନଦୀ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତା ଉପରକୁ ପାଣି ମାଡି ଆସିଛି । ଫଳରେ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କେଣ୍ଟକି ଗଭର୍ଣ୍ଣର ଏଣ୍ଡି ବେଶିୟର ଘରୁ ନବାହିବାକୁ ଅପିଲ୍ କରିଛନ୍ତି । ଅଦିନିଆ ଶକ୍ତିଶାଳୀ ଝଡରେ ୯ ଜଣ ପ୍ରାଣ ହରାଇଛନ୍ତି । ପାଖାପାଖି ୧୦୦୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

କେଣ୍ଟକି ଗଭର୍ଣ୍ଣର ଏଣ୍ଡି ବେଶିୟର କହିଛନ୍ତି, ବନ୍ୟାରେ ସଡକରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବା ନେଇ ଘୋଷଣା କରିଛନ୍ତି । ରାଜ୍ୟରେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ଉଦ୍ଧାକାରୀ ଏଜେନ୍ସିଂ । ବର୍ଷା ପ୍ରଭାବରେ ବନ୍ୟା ସ୍ଥିତି ଉପୁଜିଥିଲା । ଏହି କାରଣରୁ ରାସ୍ତାରେ ଥିବା କାର୍ ଗୁଡିକରେ ପାଣି ପଶି ଯାଇଥିଲା । ଫଳରେ ୯ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ତାଙ୍କର ୭ ବର୍ଷର ପିଲା ରହିଛନ୍ତି । ବାହାରକୁ ନ ବାହାରିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି କେଣ୍ଟକି ଗଭର୍ଣ୍ଣର ।

ଅଧିକ ପଢନ୍ତୁ...US deportation: କାହିଁକି କେବଳ ପଞ୍ଜାବରେ ଅବତରଣ କରିବ ଆମେରିକୀୟ ବିମାନ; ଜୋର ଧରିଲା ରାଜନୈତିକ ବୟାନବାଜି

ଗତ ଶନିବାରଠୁ ବର୍ଷା ପବନ ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟରେ ପାଖାପାଖି ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଶକ୍ତିଶାଳୀ ଝଡ କାରଣରୁ ୩୯ ହଜାର ଘରୁ ବିଦ୍ୟୁତ ବିଚ୍ଛେଦ ହୋଇଛି । କିଛି ସ୍ଥାନରେ ପବନର ବେଗ୍ ଅଧିକ ଥିବାରୁ ଆଗକୁ ବିଦ୍ୟୁତ କଟା ଯିବାର ସମ୍ଭାବନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.