ପ୍ରମୁଖ ଖବର
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ବିଜେପିରେ ସାମିଲ ହେଲେ ପ୍ରବୋଧ ତିର୍କୀ, ଟିକେଟ କଟିବା ପରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା

ସୋନପୁର: କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ ।ସୋନପୁରରେ ଆୟୋଜିତ ଅମିତ ଶାହଙ୍କ ସଭାରେ ପଦ୍ମ ଧରିଛନ୍ତି ପ୍ରବୋଧ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । 

ଓଡ଼ିଶା ଆସୁଛନ୍ତି ରାଜନୀତିର ଚାଣକ୍ୟ ଅମିତ ଶାହ

ସେପ୍ଟେମ୍ବର ୪ , ୨୦୨୩ରେ କଂଗ୍ରେସରେ ସାମିଲ ହୋଇଥିବା ପ୍ରବୋଧ ତିର୍କୀଙ୍କୁ ଦଳ ଚଳିତ ନିର୍ବାଚନରେ ତଳସରା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । ହେଲେ ହଠାତ ଦଳ ଏହି ଆସନରେ ପ୍ରାର୍ଥୀ ବଦଳାଇବାକୁ ନିଷ୍ପତ୍ତି ନେବା ସହ ଦେବେନ୍ଦ୍ର ଭିତରିଆଙ୍କୁ ପ୍ରାର୍ଥୀ କରିଥିଲା । କଂଗ୍ରେସ ଟିକେଟ ପାଇ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିସାରିଥିବା ପ୍ରବୋଧ ତିର୍କୀଙ୍କୁ ପରିବର୍ତ୍ତନ କରି ପୂର୍ବତନ ବିଧାୟକଙ୍କ ଭାଇଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସେ ଭୋଭୋ ହୋଇ କାନ୍ଦିଥିଲେ । 

ନିର୍ବାଚନ ବେଳେ ମାଓ ଅଞ୍ଚଳରେ ସୁରକ୍ଷା ଚିନ୍ତା

ଅପ୍ରତ୍ୟାଶିତ ଭାବେ ଟିକେଟ୍ କାଟିବା ପ୍ରବୋଧଙ୍କୁ ବହୁତ ଆଘାତ ଦେଇଥିଲା। ତାଙ୍କ ପ୍ରତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ଆଉ ନିଜର କ୍ଷୋଭ ପ୍ରକାଶ କରି ଏପ୍ରିଲ ୨୧ରେ ଦଳ ଛାଡ଼ିଥିଲେ ପ୍ରବୋଧ ତିର୍କୀ। ଆଉ ଆଜି ବିଜେପିର ବରିଷ୍ଠ ନେତୃତ୍ବଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପ୍ରବୋଧ ତିର୍କୀ । ସୋନପୁର ବିଜେପିର ବିଜୟ ସଂକଳ୍ପ ସଭାରେ ପ୍ରବୋଧ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • BJP
  • General Election 2024
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.