ପ୍ରମୁଖ ଖବର
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ମହିଳାଙ୍କ ଅସଦାଚରଣ ଅଭିଯୋଗର ତଦନ୍ତ କରିବ କୋଲକାତା ପୋଲିସ୍, ଗଠନ ହେଲା ତଦନ୍ତକାରୀ ଟିମ୍...

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ କୋଲକାତା ପୋଲିସ ବର୍ତ୍ତମାନ ଏକ ତଦନ୍ତକାରୀ ଟିମ୍ ଗଠନ କରିଛି । ଏନେଇ ଆଜି (ଶନିବାର) ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆସନ୍ତା କିଛି ଦିନ ମଧ୍ୟରେ ସାକ୍ଷୀଙ୍କ ସହ ଆଲୋଚନା କରାଯିବ । ସେ ଏହା ମଧ୍ୟ କହିଛନ୍ତି ଯେ ତଦନ୍ତକାରୀ ଦଳ ରାଜ ଭବନର ସିସିଟିଭି ଫୁଟେଜ ସେୟାର କରିବାକୁ ଅନୁରୋଧ କରିସାରିଛନ୍ତି । 

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଅଧିକାରୀ କହିଛନ୍ତି, “ଆମେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରିଛୁ, ଯାହା ଆସନ୍ତା କିଛି ଦିନ ମଧ୍ୟରେ ଏହି ମାମଲାର କିଛି ସମ୍ଭାବ୍ୟ ସାକ୍ଷୀଙ୍କ ସହ ଆଲୋଚନା କରିବ । ଆମେ ରାଜଭବନର ସିସିଟିଭି ଫୁଟେଜ୍ ପାଇବାକୁ ଅନୁରୋଧ କରିଛୁ । ସୂଚନାଥାଉକି, ରାଜ ଭବନର ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ମେ ୩ରେ ବେଙ୍ଗଲ ରାଜ୍ୟପାଳଙ୍କ ଉପରେ ରାଜ ଭବନରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି ଏବଂ କୋଲକାତା ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି । 

ସମ୍ବିଧାନର ଧାରା ୩୬୧ ଅନୁଯାୟୀ, କାର୍ଯ୍ୟକାଳ ମଧ୍ୟରେ ଜଣେ ରାଜ୍ୟପାଳଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଆରମ୍ଭ ହୋଇପାରିବ ନାହିଁ । ରାଜ ଭବନ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ, ଏହା ରାଜ୍ୟପାଳଙ୍କୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର । ଟିଏମସିର ବରିଷ୍ଠ ନେତାମାନେ ଦାବି କରିଛନ୍ତି ଯେ ରାଜଭବନରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ରାଜ୍ୟପାଳ ବୋଷଙ୍କ ଦ୍ବାରା ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ହେଲେ ରାଜ ଭବନ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ରାଜ୍ୟପାଳ ବୋଷ କହିଛନ୍ତି ଯେ ସେ 'ମିଥ୍ୟା ଅଭିଯୋଗ'କୁ ଭୟ କରିବେ ନାହିଁ ଏବଂ' ସତ୍ୟ ଜିତିବ '। ଏକ ବିବୃତ୍ତିରେ ସେ କହିଛନ୍ତି, 'ସତ୍ୟ ଜିତିବ । ମୁଁ ମନଗଢା କାହାଣୀକୁ ଭୟ କରେ ନାହିଁ । ଯଦି କେହି ମୋତେ ବଦନାମ କରି କିଛି ନିର୍ବାଚନ ଲାଭ ଚାହୁଁଛନ୍ତି ତେବେ ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ କିନ୍ତୁ ସେମାନେ ବେଙ୍ଗଲର ଦୁର୍ନୀତି ଏବଂ ହିଂସା ବିରୋଧରେ ମୋର ସଂଗ୍ରାମ ବନ୍ଦ କରିପାରିବେ ନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.