ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଜ୍ବଳ ରେବାନ୍ନାଙ୍କୁ ଧରିବାକୁ ଅନ୍ୟ ରାଷ୍ଟ୍ରର ସହାୟତା ନିଅ, ସିବିଆଇକୁ କହିଲେ କର୍ଣ୍ଣାଟକ ସରକାର

Image Courtesy: ndtv

ବେଙ୍ଗାଲୁରୁ: ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେବାନ୍ନାଙ୍କୁ ଧରିବା ପାଇଁ ସିବିଆଇ ଅନ୍ୟ ରାଷ୍ଟ୍ରର ସହାୟତା ନେଉ ବୋଲି ଆଜି କର୍ଣ୍ଣାଟକ ସରକାର କହିଛନ୍ତି । ତାଙ୍କ ବିରୁଦ୍ଧରେ ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା  ଦେଇଥିବା ନେଇ ଅଭିଯୋଗ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ନାତି ରେବାନ୍ନା ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ନିର୍ବାଚନ ସମୟରେ ପ୍ରଜ୍ବଳଙ୍କ ଏଭଳି ଭିଡିଓ ଭାଇରାଲ ହେବା ପରେ ସେ ବିଦେଶ ଚାଲିଯାଇଛନ୍ତି । ସେପଟେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖି ଏହି ମାମଲାରେ ପୀଡ଼ିତାମାନଙ୍କୁ ଯଥାସମ୍ଭବ ସହାୟତା କରିବାକୁ ଅନୁରୋଧ କରିଛନ୍ତି । 

କର୍ଣ୍ଣାଟକ ହାସନ ଲୋକସଭା ଆସନର ପ୍ରାର୍ଥୀ ପ୍ରଜ୍ବଳ ରେବାନ୍ନା ନିଜେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଉଠାଇଥିବା ଅଭିଯୋଗ ରହିଛି । ଏସବୁ ଭିଡିଓ ପରେ ଭାଇରାଲ କରାଯାଇଛି । ପ୍ରଜ୍ବଳଙ୍କ ବିରୁଦ୍ଧରେ ଜଣେ ମହିଳା ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି । ପ୍ରଜ୍ବଳ ତାଙ୍କୁ ୨୦୧୯-୨୦୨୨ ମଧ୍ୟରେ ଅନେକ ଥର ଦୁଷ୍କର୍ମ‌ କରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଥିଲେ । ‌ଏପରିକି ପ୍ରଜ୍ବଳ ରେବାନ୍ନା ତାଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରିବା ସହ ଭିଡିଓ କଲ କରି ଅଶ୍ଳୀଳ କଥା ହୋଇଥିବା ମଧ୍ୟ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । 

ଅନ୍ୟପଟେ ବିଜେପିର ନିର୍ବାଚନୀ ପାର୍ଟନର ହେଉଛି ଜେଡିଏସ । ଏପରି କି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ପ୍ରଚାର ବେଳେ ରେବାନ୍ନାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ଭୋଟିଂ ପରେ ରେବାନ୍ନାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ସେ ଏକାଧିକ ମହିଳାଙ୍କୁ ବ୍ଲାକମେଲିଂ କରି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କର କିଛି ଅଶ୍ଲୀଳ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଅଭିଯୋଗ ଆସିବା ପରେ ସେ ଜର୍ମାନୀ ଫେରାର ହୋଇ ଯାଇଛନ୍ତି। ଏହାକୁ ନେଇ ରାଜନୀତିକ ହଟଚମଟ ଲାଗି ରହିଥିବା ବେଳେ କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ସରକାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟ୍ୟାକ୍ସଫୋର୍ସ ଗଠନ କରିଛନ୍ତି। ହେଲେ ସେ ପ୍ରଜ୍ଜ୍ୱଳ ବିଦେଶରେ ଥିବାରୁ ସରକାର ବାହାର ରାଷ୍ଟ୍ରର ସହଯୋଗ ଲୋଡ଼ିବାକୁ ଆଜି ସିବିଆଇକୁ କହିଛନ୍ତି।

 

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.