ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମୋ ଭାଇକୁ ଶେହଜାଦା କହୁଛନ୍ତି...’, ମୋଦିଙ୍କୁ ‘ଶେହନଶାହା’ କହି ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୪।୫:  କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁଜରାଟର ବନାସକାଣ୍ଠାର ଏକ ରାଲିରେ ବିଜେପି ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଶେହଜାଦା(ରାଜକୁମାର) କହିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, ଲୋକେ ମୋ ଭାଈକୁ ଶହଜାଦା କୁହନ୍ତି, କିନ୍ତୁ ମୁଁ ତାଙ୍କୁ କହିବାକୁ ଚାହେଁ, ଏହି ଶେହଜାଦା ୪ ହଜାର କିଲୋମିଟର ଚାଲି ଚାଲି ବୁଲିଛି। କାଶ୍ମୀରଠାରୁ ନେଇ କନ୍ୟାକୁମାର ପର୍ଯ୍ୟନ୍ତ, ଲୋକଙ୍କ ସମସ୍ୟାକୁ ଶୁଣିବାକୁ ଚାଲିଛି। ମୋ ଭାଇକୁ ସବୁଠି ଖବୁ୍ ଭଲ ପାଇବା ମିଳିଛି। 

ପ୍ରିୟଙ୍କା କହିଛନ୍ତି, ଗୋଟିଏ ପଟେ ଗୋଟିଏ ପଟେ, ଆପଣଙ୍କ ଶେହନଶାହା (ରାଜା) ନରେନ୍ଦ୍ର ମୋଦି ଯେଉଁ ମହଲରେ ରୁହନ୍ତି। ଆପଣମାନେ ଟିଭିରେ ତାଙ୍କୁ ଦଖିଛନ୍ତି। କେବେ ସଫାସୁତରା ଦାଗ ନଥିବା କୁର୍ତ୍ତା। ସେ କିଭଳି ଆପଣଙ୍କ ସମସ୍ୟା ବୁଝିପାରିବେ ? ପ୍ରିୟଙ୍କା ପୁଣିଥରେ ସମ୍ବିଧାନର ପ୍ରସଙ୍ଗ ଉଠାଇ କହିଛନ୍ତି, ସମ୍ବିଧାନ ଦ୍ବାରା ଆପଣଙ୍କୁ ଅଧିକାର ମିଳେ। ସବୁଠାରୁ ବଡ ଅଧିକାର ଭୋଟ୍ ଦେବା। ସମ୍ବିଧାନ ସଂରକ୍ଷଣ ସହିତ ନାଗରିକଙ୍କୁ ପ୍ରଶ୍ନ କରିବା ଓ ଆନ୍ଦୋଳନ କରିବାର ଅଧିକାର ରହିଛି। ତେଣୁ ଯେତେବେଳେ ବିଜେପିର ଲୋକ କୁହନ୍ତି, ସମ୍ବିଧାନ ବଦଳାଯିବ। ଏହାର ଅର୍ଥ ସ୍ପଷ୍ଟ ଯେ, ଏହି ଲୋକଙ୍କଠାରୁ ତାଙ୍କର ଅଧିକାର ଛଡାଇବାକୁ ଚାହାନ୍ତି।

ସେ କହିଛନ୍ତି, ଏଭଳି ଏକ ସମୟ ଥିଲା ପ୍ରଧାନମନ୍ତ୍ରୀ ଗାଁକୁ ଯାଉଥିବା ବେଳେ ଲୋକେ ତାଙ୍କର ଅଧିକାର ମାଗୁଥିଲେ। ମୁଁ ନିଜେ ରାଜୀବ ଗାନ୍ଧୀଙ୍କ ସହ ଯାଉଥିଲି। ସେତେବେଳେ ଲୋକେ ତାଙ୍କୁ ସରକାରୀ କାମ ପାଇଁ ଗାଳି ମଧ୍ୟ କରୁଥିଲେ। ସେତେବେଳେ ଏଭୂଳି ରାଜନୀତି ଥିଲା। ଏହି ରାଜନୀତିର ଆଧାର ମହାତ୍ମା ଗାନ୍ଧିଜୀ ସୃଷ୍ଟି କରିଥିଲେ। ସେ ନେତାଙ୍କୁ ଶିଖାଇଥିଲେ କାମ ସବୁଠାରୁ ଉର୍ଦ୍ଧ୍ବରେ ରହିଥାଏ। ଦେଶର ଲୋକଙ୍କ ସହିତ କ୍‌ଥା ହୋଇ ତାଙ୍କର ସମସ୍ୟାକୁ ଜାଣିବାର ନୀତି ତିଆରି ହେଉଥିଲା। ଗୁଜରାଟର ଲୋକଙ୍କୁ ମୋଦିଜୀ ଭୁଲି ଯାଇଛନ୍ତି। ସେ ଗୁଜରାଟ ଲୋକଙ୍କୁ ଏବେ ଚିହୁଁନାହାନ୍ତି। ଯଦି ଗୁଜରାଟର ଲୋକଙ୍କଠାରୁ କଟି ନଥାନ୍ତେ, ତେବେ ଏଠାରୁ କାହିଁକି ନିର୍ବାଚନ ଲଢୁ ନାହାନ୍ତି।  କାରଣ ମୋଦିଜୀ ନିଜର ଲାଭ ଚାହାନ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.