ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ନୌସେନା ଦିବସ ପ୍ରସ୍ତୁତି: ଅତିଥି, ପାସ୍‌ଧାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya | November 26, 2024 2:19 PM

ପୁରୀ,୨୬/୧୧: ନୌସେନା ଦିବସରେ ପରାକ୍ରମ ଦେଖିବେ ଦର୍ଶକ । ଲକ୍ଷାଧିକ ସାଧାରଣ  ଦର୍ଶକଙ୍କ ସମେତ ପ୍ରାୟ ୭ହଜାର ୫ ଶହ ଅତିଥି ଏହି  କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆକଳନ କରାଯାଇଛି ।  ତେଣୁ ସେମାନେ କିଭଳି ସହର ଭିତରକୁ ସୁରକ୍ଷିତ  ଭାବେ ପ୍ରବେଶ କରିବେ ଓ ବେଳାଭୂମିରେ ପହଞ୍ଚି  ନୌସେନା ଦିବସକୁ ଉପଭୋଗ କରିବେ ସେଥିପାଇଁ  କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଟ୍ରାଫିକ୍‌ ନିୟନ୍ତ୍ରଣ ସହ  କଡ଼ା ସୁରକ୍ଷା ବଳୟରେ ଅତିଥି, ପାସ୍‌ଧାରୀ ଓ ସାଧାରଣ  ଲୋକେ ବେଳାଭୂମି ଭିତରକୁ ପ୍ରବେଶ କରିବା ପାଇଁ  ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । 

ଶୃଙ୍ଖଳିତ ଟ୍ରାଫିକ୍‌ ନିୟନ୍ତ୍ରଣ: ଭୁବନେଶ୍ୱର ଓ  କଟକ ପାଶ୍ୱର୍ରୁ ଆସୁଥିବା ଅତିଥିମାନେ ମାଳତୀପାଟପୁରରୁ  ବାଟଗାଁ, ଅଠରନଳା, ଜେଲ୍‌ରୋଡ୍‌, ମେଡିକାଲ୍‌ ଛକ,  ଭିଆଇପି ରୋଡ୍‌ ଦେଇ ସୁଭାଷ ବୋଷ୍‌ ଛକରେ  ପହଞ୍ଚିବେ । ସେଠାରୁ ବିଭିନ୍ନ ପାର୍କିଂ ସ୍ଥଳ ଯଥା  ନୀଳାଚଳ ଅଶୋକ, ବ୍ଲ୍ୟୁ ଫ୍ଲାଗ୍‌, ଗଭର୍ଣ୍ଣର୍‌ ହାଉସ୍‌ ପାଶ୍ୱର୍,  ବ୍ଲେସ୍‌ ସାକ୍ରାମେଣ୍ଟ୍‌ ହାଇସ୍କୁଲ୍‌ ଓ ଏସ୍‌ସିଏସ୍‌ କଲେଜ୍‌  ପରିସରରେ ସେମାନଙ୍କ କାର୍‌ ରଖି ପାରିବେ । ଏପରିକି  କୋଣାର୍କ କିମ୍ବା ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ଅତିଥିମାନେ  ଡାକ୍ତରଖାନା ଛକଠାରୁ ଭିଆଇପି ରୋଡ୍‌ ଦେଇ ସୁଭାଷ ବୋଷ୍‌ ଛକରେ ପହଞ୍ଚି ଉକ୍ତ ପାର୍କିଂକୁ ଯାଇପାରିବେ ।  

ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ପୁରୀ କ୍ଲବ୍‌ ପରିସରରେ  ପାର୍କିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଓ ବ୍ରହ୍ମଗିରି  ପାଶ୍ୱର୍ରୁ ଆସୁଥିବା ପାସ୍‌ଧାରୀମାନେ ଜେଲ୍‌ରୋଡ୍‌ ଦେଇ  ଡାକ୍ତରଖାନା ଛକରେ ପହଞ୍ଚିବା ପରେ ଶରଧାବାଲି  ଠାରେ ପାର୍କିଂ କରିବେ । ସେହିପରି କୋଣାର୍କ ପାଶ୍ୱର୍ରୁ  ଆସୁଥିବା ପାସ୍‌ଧାରୀଙ୍କ କାର୍‌ ମଧ୍ୟ ଶରଧାବାଲିରେ  ପାର୍କିଂ ହେବ । ଉକ୍ତ ପାର୍କିଂ ଫୁଲ୍‌ ହେଲେ ଜେଲ୍‌ରୋଡ୍‌  ପାର୍କିଂରେ ଗାଡ଼ି ରଖାଯିବ । 

ଭୁବନେଶ୍ୱର ଓ ବ୍ରହ୍ମଗିରି  ପାଶ୍ୱର୍ରୁ ଆସୁଥିବା ପାସ୍‌ ନଥିବା କାର୍‌ ମାଳତୀପାଟପୁର  ଆର୍‌ଓବି ଦେଇ ବାଇଦାସ୍‌ ନଗର ଛକରୁ କୋଣାର୍କ-ପୁରୀ  ବେଳାମାର୍ଗ ଦେଇ ଗ୍ରୀଡ୍‌ ଷ୍ଟେସନ୍‌ ଛକରୁ ତାଳବଣିଆ  ପାର୍କଂକୁ ଯିବ । କୋଣାର୍କ ପାଶ୍ୱର୍ରୁ ଆସୁଥିବା ପାସ୍‌ ନଥିବା  କାର୍‌ ମଧ୍ୟ ଗ୍ରୀଡ୍‌ ଷ୍ଟେସନ୍‌ ଛକରୁ ତାଳବଣିଆରେ  ପାର୍କିଂ ହେବ । କୋଣାର୍କ ପାଶ୍ୱର୍ରୁ ଆସୁଥିବା ବାଇକ୍‌  ଆଇଟିଆଇ ପାର୍କିଂକୁ ଯିବ । ଭୁବନେଶ୍ୱର ପାଶ୍ୱର୍ରୁ  ଆସୁଥିବା ବାଇକ୍‌ ବାଟଗାଁଠାରୁ ମଙ୍ଗଳାଘାଟ ବାଇପାସ୍‌  ଦେଇ ଷ୍ଟର୍ଲିଂ ଛକରେ ରହିବ । ବ୍ରହ୍ମଗିରି ପାଶ୍ୱର୍ରୁ  ଆସୁଥିବା ବାଇକ ମଧ୍ୟ ମଙ୍ଗଳାଘାଟରୁ ଷ୍ଟର୍ଲିଂକୁ ଯିବ  ବୋଲି କହିଛନ୍ତି ଟ୍ରାଫିକ୍‌ ଡିଏସ୍‌ପି ଚନ୍ଦନ ଘଡ଼େଇ । 

ବେଳାଭୂମିକୁ ୪୦ଟି ପ୍ରବେଶ ପଥରେ  ହେବ ଯାଞ୍ଚ୍‌: ପେଣ୍ଠକଟାରୁ ବଳିଆପଣ୍ଡା ମଧ୍ୟରେ  ବେଳାଭୂମିକୁ ୪୦ଟି ପ୍ରବେଶ ପଥ ରହିବ । ପେଣ୍ଠକଟା  ପିଙ୍କ୍‌ ହାଉସ୍‌ଠାରୁ ୟୁଥ୍‌ ହଷ୍ଟେଲ୍‌ ମଧ୍ୟରେ ବେଳାଭୂମିକୁ  ୧୦ଟି ଗଳି ରହିଛି । ଏହି ଗଳି ଦେଇ ସାଧାରଣ  ଦର୍ଶକ ବେଳାଭୂମିକୁ ପ୍ରବେଶ କରିବେ । ସେହିପରି  ଦିଗବାରେଣୀ ଛକରୁ ବଳିଆପଣ୍ଡା ମଧ୍ୟରେ ବେଳାଭୂମିକୁ  ପ୍ରବେଶ ପାଇଁ ୩୦ଟି ଗେଟ୍‌ କରାଯିବ । ଏହି ସମସ୍ତ  ପ୍ରବେଶ ପଥରେ କଡ଼ା ଯାଞ୍ଚ୍‌ କରାଯାଇ ଦର୍ଶକଙ୍କୁ ଭିତରକୁ  ଛଡ଼ାଯିବ ବୋଲି କହିଛନ୍ତି ଏସ୍‌ପି ବିନୀତ ଅଗ୍ରୱାଲ୍‌ । 

 ହରିହର ଛକରୁ ୟୁଥ୍‌ ହଷ୍ଟେଲ୍‌ ମଧ୍ୟରେ  ପ୍ରବେଶ ନିଷେଧ: ହରିହର ଛକରୁ ୟୁଥ୍‌ ହଷ୍ଟେଲ୍‌  ମଧ୍ୟରେ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ  କରାଯାଇଛି । ଲୋକେ ହରିହର ଛକରୁ ବଳିଆପଣ୍ଡା  ମଧ୍ୟରେ ଥିବା ସମସ୍ତ ଗଳି ଦେଇ ବେଳାଭୂମି ରାସ୍ତାରେ  ପହଞ୍ଚି ପାରିବେ । ସେହିପରି ୟୁଥ୍‌ ହଷ୍ଟେଲ୍‌ରୁ ପେଣ୍ଠକଟା  ମଧ୍ୟରେ ଥିବା ସମସ୍ତ ଗଳି ଦେଇ ଲୋକେ ସିଟି ରୋଡ୍‌କୁ  ବାହାରି ପାରିବେ । ଏହାପରେ ବେଳାଭୂମିକୁ ଥିବା  ପ୍ରବେଶ ପଥ ଦେଇ ଭିତରକୁ ଯାଇପାରିବେ । 

ସ୍ୱର୍ଗଦ୍ୱାରକୁ ଶବ ଗାଡ଼ି ଛାଡ୍‌, ସାଙ୍ଗରେ ଯିବ  ଗୋଟିଏ ଗାଡ଼ି: ନୌସେନା ଦିବସ ପାଳନ ସମୟରେ  ସ୍ୱର୍ଗଦ୍ୱାରକୁ ଶବ ଗାଡ଼ି ଯାଇପାରିବ । କିନ୍ତୁ ଶବ ଗାଡ଼ି ସହ  ସମ୍ପର୍କୀୟଙ୍କ ମାତ୍ର ଗୋଟିଏ ଗାଡ଼ି ଆସିପାରିବ ବୋଲି  ନିଷ୍ପତ୍ତି ହୋଇଛି । କଟକ ଓ ଭୁବନେଶ୍ୱର ପାଶ୍ୱର୍ରୁ ଆସୁଥିବା ଶବ ଗାଡ଼ି ବାଟଗାଁଠାରୁ ମଙ୍ଗଳାଘାଟ ବାଇପାସ୍‌ ଓ ଷ୍ଟର୍ଲିଂ  ଛକ ଦେଇ ସ୍ୱର୍ଗଦ୍ୱାର ଆସିବ । ବ୍ରହ୍ମଗିରିରୁ ଆସୁଥିବା  ଶବ ଗାଡ଼ି ମଙ୍ଗଳାଘାଟ ବାଇପାସ୍‌ ଦେଇ ଷ୍ଟର୍ଲିଂ ଛକରୁ  ସ୍ୱର୍ଗଦ୍ୱାର ଆସିବ । ସେହିପରି କୋଣାର୍କ ପାଶ୍ୱର୍ରୁ ଆସୁଥିବା  ଶବ ଗାଡ଼ି ବାଇଦାସ୍‌ ନଗର ଛକରୁ ମାଳତୀପାଟପୁର  ଆର୍‌ଓବି ଦେଇ ବାଟଗାଁରେ ପହଞ୍ଚିବା ପରେ ମଙ୍ଗଳାଘାଟ  ବାଇପାସ୍‌ ଦେଇ ଷ୍ଟର୍ଲିଂ ଛକରୁ ସ୍ୱର୍ଗଦ୍ୱାରରେ ପହଞ୍ଚିବ ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.