ଭୁବନେଶ୍ୱର,୫/୬: ୩୫ ବର୍ଷରେ ପହଞ୍ଚିଛି ଉତ୍କଳ ବିଲଡର୍ସ । ଏହି ଅବସରରେ ଉତ୍କଳ ବିଲଡର୍ସ ତରଫରୁ ଜୁନ୍ ୬ ଅର୍ଥାତ ଶୁକ୍ରବାରଠାରୁ ମେଗା ପ୍ରପର୍ଟି ସେଲସ ମେଳା ଅନୁଷ୍ଠିତ ହେବ । ଜନପଥର ଏକ ଘରୋଇ ହୋଟେଲରେ ଏହି ମେଳା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
୩ ଦିନ ଧରି ହେବାକୁ ଥିବା ଏହି ମେଳାରେ ଉତ୍କଳ ବିଲଡର୍ସ ତରଫରୁ ଫ୍ଲାଟ, ଅଫିସ ଗୃହ କିଣାବିକା ହେବ । ଏଥିସହ ଫାଇନାନ୍ସ ସ୍କିମ୍ ମଧ୍ୟ ରହିଛି । ସାମଗ୍ରୀ କିଣାବିକା ଉପରେ ଅଫର ରହିଛି ବୋଲି ଉତ୍କଳ ବିଲଡର୍ସ ତରଫରୁ ସୂଚନା ମିଳିଛି । ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଲଡର୍ସର ନିର୍ଦ୍ଦେଶକ ଅମିତ ବେଦ, ପରିଚାଳନା ନିର୍ଦ୍ଦେଶକ ଶରଦ ବେଦ ଉପସ୍ଥିତ ଥିଲେ ।