ଭୁବନେଶ୍ବର: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ଶନିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ସୋସିଆଲ ମିଡିଆରେ ଗସ୍ତ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ ଲେଖିଛନ୍ତି କି,ମୁଁ ଆସନ୍ତାକାଲି, ୨୦ ଜୁନରେ ଓଡ଼ିଶାର ମୟୂରଭଞ୍ଜରେ ରହିବି। ଏହି ଗସ୍ତ ଉଲ୍ଲେଖନୀୟ ହେବ କାରଣ ରାଷ୍ଟ୍ରପତି ଜୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ମୟୂରଭଞ୍ଜ ମଧ୍ୟ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀଙ୍କ ଗୃହ ଜିଲ୍ଲା। ରାଷ୍ଟ୍ରପତି ଜୀ ଏବଂ ମୁଁ ପାହାଡପୁର ଗାଁକୁ ଯିବୁ ଏବଂ ତାହା ପରେ ଆମେ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବୁ। ୪୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଅଥବା ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।
ମୁଁ ଆସନ୍ତାକାଲି, ୨୦ ଜୁନରେ ଓଡ଼ିଶାର ମୟୂରଭଞ୍ଜରେ ରହିବି। ଏହି ଗସ୍ତ ଉଲ୍ଲେଖନୀୟ ହେବ କାରଣ ରାଷ୍ଟ୍ରପତି ଜୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ମୟୂରଭଞ୍ଜ ମଧ୍ୟ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀଙ୍କ ଗୃହ ଜିଲ୍ଲା।
— Narendra Modi (@narendramodi) June 19, 2026
ରାଷ୍ଟ୍ରପତି ଜୀ ଏବଂ ମୁଁ ପାହାଡପୁର ଗାଁକୁ ଯିବୁ ଏବଂ ତାହା ପରେ ଆମେ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଦୁଇ…
କହି ରଖୁଛୁ କି,ଓଡିଶାରେ ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜ ଦାଣ୍ଡବୋଷରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏଥିସହ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଶନିବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ।
ଶନିବାର ସକାଳ ୧୦ଟା ୨୦ରେ ରାଷ୍ଟ୍ରପତି ଦାଣ୍ଡବୋଷ ବିମାନବନ୍ଦରରୁ ହେଲିକପ୍ଟର (ଏମ୍ଆଇ-୧୭) ଯୋଗେ ଦିଘିବେଡ଼ା ହେଲିପ୍ୟାଡ୍ରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ଣ ୧୧ଟା ସୁଦ୍ଧା ପାହାଡ଼ପୁରସ୍ଥିତ ଘରକୁ ଯିବେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ମୟୂରଭଞ୍ଜରେ ପହଞ୍ଚିବେ । ପୂର୍ବାହ୍ନ ୧୧ଟା ୧୫ରେ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି । ଉଭୟ ଏକ ଆବାସିକ ସ୍କୁଲ ଓ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବେ । ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟା ୨୦ରେ ରାଷ୍ଟ୍ରପତି ଦିଘିବେଡ଼ାରୁ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ବିମାନବନ୍ଦର ଯିବେ ।
ଏହାସହ ପଢ଼ନ୍ତୁ : ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (ITEP) ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି