ନୂଆଦିଲ୍ଲୀ,୦୯/୦୭: ଭାରତର ସୁରକ୍ଷା ଉପରେ ବିପଦ ତିନି ଦେଶର ଏକାଠୀ ହେବା । ଚୀନ-ପାକିସ୍ତାନ ଓ ବାଂଲାଦେଶ ସେମାନଙ୍କ ହିତ ପାଇଁ ପରସ୍ପରକୁ ସହଯୋଗ କରୁଛନ୍ତି । ଏହା ଭାରତର ସ୍ଥିରତା ଏବଂ ସୁରକ୍ଷା ଉପରେ ପ୍ରଭାବ ପରାଇବ । ଏହି ତିନି ଦେଶ ମଧ୍ୟରେ ମେଣ୍ଟ ଦେଶର ସୁରକ୍ଷା ପାଇଁ ବିପଦ । ଦେଶର ଚିଫ୍ ଜଷ୍ଟିସ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନୀଲ ଚୌହାନ ଏକ କାର୍ଯ୍ୟକ୍ରମରେ ଭରାତର ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଏହା କହିଛନ୍ତି ।
ସିଡିଏସ୍ କହିଛନ୍ତି, ଆଜି ବୈଶ୍ୱିକ ସ୍ଥିତି ବହୁତ ଅସ୍ଥିର, ଦୁନିଆ ପୁରୁଣା ବ୍ୟବସ୍ଥାରୁ ନୂଆ ବୈଶ୍ୱିକ ସନ୍ତୁଳନ ଦିଗରେ ବଢୁଛି । ଏହି ପରିବର୍ତ୍ତନ ମଧ୍ୟରେ ଆମେ ଆମେରିକାର ଭୂମିକା ମଧ୍ୟ ଜଟିଳତା ସୃଷ୍ଟି କରିଛି । ମଜବୁତ ଅର୍ଥବ୍ୟବସ୍ଥା ଦେଶର ଶକ୍ତି । ଆର୍ଥିକ ଓ ବ୍ୟବସାୟିକ ସୁରକ୍ଷା ବି ରାଷ୍ଟ୍ରୀୟ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଅଂଶ । ସ୍ଥିର ବିକାଶ ଏବଂ ପ୍ରଗତି ପାଇଁ ମଜବୁତ ଅର୍ଥବ୍ୟବସ୍ଥା ଜରୁରୀ । ସୁରକ୍ଷା ସେବେ ସମ୍ଭବ ହେବ ଯେବେ ଅନ୍ତରୀକ ସୁରକ୍ଷା ସ୍ଥିତି ମଜବୁତ ଏବଂ ଆର୍ଥିକ ଆଧାର ସ୍ଥିର ହେବ ।''
ସେ ଆହୁରି କହିଛନ୍ତି, ଭାରତ ପରି ବିବିଧତା ଭରା ଦେଶରେ ସାମାଜିକ ଏବଂ ଅନ୍ତରୀକ ସୁରକ୍ଷାକୁ ହାଲୁକାରେ ନିଆ ଯାଇପାରିବ ନାହିଁ । ଆମ ଦେଶ ବହୁଭାଷୀ, ବହୁଧର୍ମୀ ଏବଂ ବହୁଜାତୀୟ, ସାମାଜିକ ଏକତା ରଖିବାକୁ ବହୁତ ଜରୁରୀ । ଚୀନ, ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଯଦି ରଣନୀତିକ ସହଯୋଗ ହୁଏ । ତେବେ ଏହାର ପ୍ରଭାବ ଭାରତର ସୁରକ୍ଷା ଉପରେ ପଡିବ । ଏହି ୩ ଦେଶ ଭାରତ ବିରୋଧରେ ରଣନୀତିକ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି ।''
ଆଗାମୀ ଚ୍ୟାଲେଞ୍ଜ ଓ ପ୍ରସ୍ତୁତି- ଏବେ ଯୁଦ୍ଧର ତରିକା ବଦଳିଛି । ଯୁଦ୍ଧ ଏବେ କେବଳ ସୀମା ନୁହେଁ ସାଇବର, ଇଲେକ୍ଟ୍ରାନିକ ଅସ୍ତ୍ର, ମିସାଇଲ ହାଇପରସୋନିକ ଜରିଆରେ ହେଉଛି । ଏ ସବୁ ଏବେ ଅନେକ ଦେଶର ପୂର୍ଣ୍ଣ ରକ୍ଷା ପ୍ରଣାଳୀରେ ନାହିଁ । ଭାରତକୁ ତାର ପ୍ରସ୍ତୁତିକୁ ସବୁ ସ୍ତରରେ ବଢାଇବାକୁ ହେବ । ସିଡିଏସ୍ କହିଛନ୍ତି ଯେ ଯଦି ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ କୌଣସି ପ୍ରକାରର ରଣନୈତିକ ସହଯୋଗ ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ ଭାରତର ସୁରକ୍ଷା ଉପରେ ପଡ଼ିବ। ଏହି ତିନି ଦେଶର ସାଧାରଣ ସ୍ୱାର୍ଥ ଭାରତ ବିରୁଦ୍ଧରେ ଏକ ରଣନୈତିକ ଚ୍ୟାଲେଞ୍ଜ ହୋଇପାରେ, ବିଶେଷକରି ଯେତେବେଳେ ବାଂଲାଦେଶର ରାଜନୈତିକ ପରିସ୍ଥିତି ଅସ୍ଥିର ଥାଏ ଏବଂ ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ଆଶ୍ରୟ ନେଇଛନ୍ତି ।
'ଅପରେସନ୍ ସିନ୍ଦୂର' ବଦଳାଇଲା ଯୁଦ୍ଧର ଗୁରୁତ୍ୱ- ପହଲଗାମ ପ୍ରତିଶୋଧ ନେଇ ମେରେ ହୋଇଥିବା 'ଅପରେସନ୍ ସିନ୍ଦୂର'କୁ ନେଇ ସିଡିଏସ୍ କହିଛନ୍ତି, ଏହି ସଂଘର୍ଷ ଭାରତ-ପାକିସ୍ତାନର ପରମାଣୁ ଧମକକୁ ଭୁଲ ପ୍ରମାଣିତ କରିଛି । ଏହା ଦୁନିଆ ପାଇଁ ଏକ ଶିକ୍ଷା ଯାହା ପରମାଣୁ ଡର ଦେଖାଇ କୌଣସି ଦେଶ ତାର ବଦଭ୍ୟାସ ବଦଳାଇପାରିବ ନାହିଁ ।