ନୂଆଦିଲ୍ଲୀ,୦୫/୧୨; ୨ ଦିନିଆ ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କର ଆଜି ରାଷ୍ଟ୍ରପତି ଭବନରେ ଗ୍ରାଣ୍ଡ ୱେଲକମ କରାଯାଇଛି । ପୁଟିନଙ୍କୁ ୨୧ ତୋପର ସଲାମୀ ସହିତ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଗାର୍ଡ ଅଫ୍ ଅନର ଯେକୌଣସି ରାଷ୍ଟ୍ରମୁଖ୍ୟଙ୍କୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ । ଏହାପରେ ପୁଟିନ୍ ରାଜଘାଟ ଅଭିମୁଖେ ବାହାରି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ଥିଲେ । ଏହା ପରେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଭ୍ଲାଦିମିର ପୁଟିନ୍ । ବାପୁଙ୍କ ସମାଧି ସାମ୍ନାରେ ମୁଣ୍ଡ ନୁଆଁଇବା ସହିତ ପରିକ୍ରମା କରିଛନ୍ତି । ଏହା ସହିତ ରାଜଘାଟରେ ଥିବା ଭିଜିଟର୍ସ ଡାଏରୀରେ ହସ୍ତାକ୍ଷର କରିଛନ୍ତି ପୁଟିନ୍ । ଏହାପରେ ହାଇଦ୍ରାବାଦ ହାଉସ୍ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।
#WATCH | Russian President Vladimir Putin receives a Guard of Honour at the Rashtrapati Bhawan.
— ANI (@ANI) December 5, 2025
Source: DD pic.twitter.com/ZcHc5EMI6y
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ପାଲମ ଏୟାରଫୋର୍ସ ଷ୍ଟେସନରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପାଛୋଟି ଆଣିଥିଲେ । ଭାରତ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆଜି ଶୁକ୍ରବାର ପୁଟିନ୍ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଥିଲେ ପୁଟିନ୍ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେଠାରୁ ୧୧ଟା ୫୦ରେ ହାଇଦ୍ରାବାଦ ହାଉସ୍ରେ ମୋଦିଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ ହୋଇଛି ।