ନୂଆଦିଲ୍ଲୀ,୧୯/୦୯: ନେପାଳରେ ଜେନ-ଜେଡ୍ ବିପ୍ଳବ ସତ୍ତା ବଦଳାଇ ଦେଇଥିଲା । ସରକାରଙ୍କ ମୂଳଦୁଆ ଦୋହଲାଇ ଦେଇଥିଲା । କେପି ଶର୍ମା ଓଲିଙ୍କ ସରକାରର ପତନ ଘଟିଥିଲା । ଏବେ, ସେହି ଜେନ-ଜେଡର ପ୍ରତିଧ୍ୱନି ଭାରତରେ ଶୁଣାଯାଉଛି । ଭାରତରେ ଜେନ-ଜେଡ ପାଇଁ ଦାବି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାଙ୍କ ବୟାନକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି ।
ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ସମ୍ବିଧାନକୁ ବଞ୍ଚାଇବାକୁ ଜେନ୍-ଜେଡ୍କୁ ଆହ୍ୱାନ କରିଛନ୍ତି । ତାଙ୍କର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ଦେଶର ଯୁବଗୋଷ୍ଠୀ, ଦେଶର ଛାତ୍ର, ଦେଶର ଜେନ୍-ଜେଡ଼ ସମ୍ବିଧାନକୁ ବଞ୍ଚାଅ, ଲୋକତନ୍ତ୍ରର ରକ୍ଷା କର ଏବଂ ଭୋଟ ଚୋରିକୁ ରୋକ । ମୁଁ ସେମାନଙ୍କ ସହ ସର୍ବଦା ଛିଡା ହେବି । ଜୟ ହିନ୍ଦ ।'' ଏହି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଛି । ପୂର୍ବ ବିଜେପି ସାଂସଦ ସୁବ୍ରତ ପାଠକ ରାହୁଲ ଏବଂ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,''ଯଦି ଭାରତରେ ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶ ପରି ସ୍ଥିତି ଉପୁଜେ ତେବେ ଲୋକ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏବଂ ସମାଜବାଦ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଘର ଜାଳିଦେବେ ।''
ସେହିପରି ରାହୁଲ ଗାନ୍ଧୀଙ୍କ "ନେପାଳ ଯୋଜନା" ଉପରେ ଆକ୍ରମଣ କରି ବିଜେପି ସାଂସଦ ନିଶିକାନ୍ତ ଦୁବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, '' ଜେନ୍-ଜେଡ୍ ପରିବାରବାଦକୁ ବିରୋଧ କରେ । ସେ ନେହେରୁ ଜୀ, ଇନ୍ଦିରା ଜୀ, ସୋନିଆ ଜୀ, ରାଜୀବ ଜୀଙ୍କ ପରେ ରାହୁଲ ଜୀଙ୍କୁ କାହିଁକି ବରଦାସ୍ତ କରିବେ ? ସେମାନେ ଦୁର୍ନୀତି ବିରୋଧ, କାହିଁକି ତୁମକୁ ଘଉଡାଇବେ ନାହିଁ ? ସେମାନେ ବାଂଲାଦେଶରେ ଇସଲାମିକ ରାଷ୍ଟ୍ର ତଥା ନେପାଳରେ ହିନ୍ଦୁ ରାଷ୍ଟ୍ର ବନାଇବାକୁ ଚାହୁଁଛନ୍ତି, ଭାରତକୁ କାହିଁକି ହିନ୍ଦୁ ରାଷ୍ଟ୍ର କରିବେ ନାହିଁ ? ଦେଶ ଛାଡିବାକୁ ତୁମେ ପ୍ରସ୍ତୁତ ହୁଅ ଆସୁଛନ୍ତି....