ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସମ୍ବିଧାନରେ ସାବରକରଙ୍କ ବିଚାରଧାରା ନାହିଁ: ରାହୁଲ ଗାନ୍ଧୀ

Published By : Tapas Panda | April 7, 2025 4:39 PM

Image Courtesy: amarujala

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରର ବେଗୁସରାଇରେ 'ପଳାୟନ ବନ୍ଦ କର, ଚାକିରି ଦିଅ' ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ସମୟରେ ସେ ଯୁବପିଢ଼ିଙ୍କୁ ବେକାରୀ, ମୁଦ୍ରାସ୍ଫୀତି ଏବଂ ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଷୟରେ କହିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କ ପୋଡକାଷ୍ଟରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ପଚରାଯାଇଥିଲା ଯେ, ପଣ୍ଡିତ ଜବାହାରଲାଲ ନେହେରୁ ପ୍ରକୃତରେ କ'ଣ ଥିଲେ - ଜଣେ ପ୍ରଧାନମନ୍ତ୍ରୀ, ଜଣେ ନେତା ନା ଜଣେ ସ୍ବାଧୀନତା ସଂଗ୍ରାମୀ ? ରାହୁଲ ଉତ୍ତର ଦେଇଥିଲେ , ଯେତେବେଳେ ସେ ଏହା ବିଷୟରେ ଚିନ୍ତା କରିବା ଆରମ୍ଭ କଲେ, ସେ ଅନୁଭବ କଲେ ଯେ ତାଙ୍କର ଅଣ ଅଜା ନେହେରୁ ଏବଂ ମହାତ୍ମା ଗାନ୍ଧୀଙ୍କର ସତ୍ୟ ସହିତ ଗଭୀର ସମ୍ପର୍କ ଥିଲା। 

ରାହୁଲ କହିଛନ୍ତି, ସମାନ ବିଚାରଧାରା ଆମ୍ବେଦକର, ସାବିତ୍ରୀବାଇ ଫୁଲେ, ଭଗବାନ ବୁଦ୍ଧ, ଗୁରୁ ନାନକ, କବୀର ଏବଂ ନାରାୟଣ ଗୁରୁଙ୍କଠାରେ ମଧ୍ୟ ଦେଖାଯାଏ। ସମସ୍ତେ ସତ୍ୟ ଏବଂ ନ୍ୟାୟର ପଥ ଅନୁସରଣ କରୁଥିଲେ। ଭାରତୀୟ ସମ୍ବିଧାନ କୌଣସି ନୂଆ କଥା ନୁହେଁ ବରଂ ଏହା ହଜାର ହଜାର ବର୍ଷ ପୁରୁଣା ଚିନ୍ତାଧାରାର ବିସ୍ତାର, ଯେଉଁଥିରେ ସମାନତା ଏବଂ ନ୍ୟାୟର ଭାବନା ରହିଛି। ଆମ୍ବେଦକର, ଫୁଲେ ଏବଂ ନେହେରୁଙ୍କ ଭଳି ମହାପୁରୁଷଙ୍କ ଚିନ୍ତାଧାରା ସମ୍ବିଧାନରେ ପ୍ରତିଫଳିତ ହୋଇଛି। ସାବରକରଙ୍କ ଚିନ୍ତାଧାରା ଏଥିରେ ଅନ୍ତର୍ଭୁକ୍ତ ନୁହେଁ । କାରଣ ସେ ସତ୍ୟର ପଥ ଅନୁସରଣ କରିପାରି ନଥିଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । 

 ଆମେରିକୀୟ ଷ୍ଟକ୍ ବଜାରର ଉଦାହରଣ ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେଠାରୁ କୋଟି କୋଟି ଟଙ୍କା ରୋଜଗାର ହୋଇଥିଲା, କିନ୍ତୁ ସାଧାରଣ ଲୋକଙ୍କୁ ଏଥିରୁ କୌଣସି ଲାଭ ମିଳିଲା ନାହିଁ। ଭାରତରେ ମଧ୍ୟ ସମାନ ଅବସ୍ଥା। କେବଳ କିଛି ବ୍ୟକ୍ତି ଲାଭ ପାଉଛନ୍ତି । ସେ ଦୁଇଟି ଉଦାହରଣ ଦେଇଛନ୍ତି: ଜଣେ ଅର୍ଥୋପେଡିକ୍ ସର୍ଜନ ଏବଂ ଜଣେ IIT ପ୍ରଫେସର। ସେ କହିଛନ୍ତି ଯେ, ସେମାନେ ଦୁହେଁ ସକ୍ଷମ, କିନ୍ତୁ ଯଦି ସେମାନେ ପଛୁଆ ବର୍ଗ (OBC/EBC)ରୁ ଆସିଥାନ୍ତି, ତେବେ ବ୍ୟବସ୍ଥା ସେମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦିଏ ନାହିଁ। ସେମାନେ ବ୍ୟାଙ୍କ ଋଣ ପାଇପାରିବେ ନାହିଁ, ଡାକ୍ତରଖାନା ଖୋଲିପାରିବେ ନାହିଁ ଏବଂ ସରକାରୀ ଅମଲାତନ୍ତ୍ର ସେମାନଙ୍କ ପଥରେ ବାଧା ସାଜନ୍ତି । 

ସେହିଭଳି ତେଲେଙ୍ଗାନାରେ ଜାତିଗତ ଜନଗଣନା କରାଯାଇଥିଲା।ଏଥିରୁ ସ୍ପଷ୍ଟ ହୋଇଥିଲା ଯେ,  ସରକାରୀ ବ୍ୟାଙ୍କରୁ ଋଣ ପାଉଥିବା ଲୋକମାନେ EBC, OBC କିମ୍ବା ଦଳିତ ସମ୍ପ୍ରଦାୟର ନୁହଁନ୍ତି। ଏହି ବ୍ୟାଙ୍କଗୁଡ଼ିକର ମାଲିକ, ସିଇଓ ଏବଂ ପରିଚାଳନା ମଧ୍ୟରେ ମଧ୍ୟ ଏହି ଶ୍ରେଣୀଗୁଡ଼ିକର ପ୍ରତିନିଧିତ୍ବ ନାହିଁ ବୋଳି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.