ନୂଆଦିଲ୍ଲୀ,୦୧/୦୯: ବିହାର ଏସଆଇଆର ବିରୋଧରେ ଏକାଠି ହୋଇଛନ୍ତି ବିରୋଧୀ । ବିହାରରେ ରାଜନୀତି ମାହୋଲ ଏକଦମ୍ କଂଗ୍ରେସମୟ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ବିହାରରେ ଅଗଷ୍ଟ ୧୭ରୁ ୧୬ ଦିନିଆ 'ଭୋଟର ଅଧିକାର ଯାତ୍ରା' ଶେଷ ହୋଇଛି । ଆଜି ଯାତ୍ରାର ଅନ୍ତିମ ଦିନ । ପାଟନାରେ ରଣ ହୁଙ୍ଗାର ଦେଇଛନ୍ତି ରାହୁଲ ଗାନ୍ଧୀ । ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି । ଭାରତୀୟ ଜନତା ପାର୍ଟିଠୁ ଜନତାଙ୍କୁ ସତର୍କ ରହିବାକୁ କହିଛନ୍ତି ।
#WATCH | Patna, Bihar | Lok Sabha LoP and Congress MP Rahul Gandhi says, "The forces who murdered Mahatma Gandhi, the same forces are trying to destroy the Constitution of Dr BR Ambedkar and Mahatma Gandhi. We will not let them destroy the Constitution of India...We recieved a… pic.twitter.com/rATlMWBj4H
— ANI (@ANI) September 1, 2025
ଶାସକ ବିଜେପି ଓ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି,"ଭାରତୀୟ ନିର୍ବାଚନ କମିଶନ ଆମକୁ ଭୋଟର ତାଲିକା, ଭିଡିଓଗ୍ରାଫି ଦେଉନାହାଁନ୍ତି । 'ଭୋଟ୍ ଚୋରି' ଅର୍ଥ ଆମର ଅଧିକାର, ସଂରକ୍ଷଣ, ନିଯୁକ୍ତି, ଶିକ୍ଷା, ଗଣତନ୍ତ୍ରର ଚୋରି । ସେମାନେ ତୁମର ରାସନ କାର୍ଡ, ଜମି ଛଡ଼ାଇ ନେବେ ଏବଂ ଆଦାନୀ ଏବଂ ଅମ୍ବାନୀଙ୍କୁ ଦେବେ । ଯେଉଁମାନେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ, ସେହିମାନେ ଡକ୍ଟର ବି.ଆର. ଆମ୍ବେଦକର ଏବଂ ମହାତ୍ମା ଗାନ୍ଧୀଙ୍କ ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଆମେ ସେମାନଙ୍କୁ ଭାରତର ସମ୍ବିଧାନକୁ ନଷ୍ଟ କରିବାକୁ ଦେବୁ ନାହିଁ । ଆମେ ଯାତ୍ରା ସମୟରେ ବହୁତ ସମର୍ଥନ ପାଇଛୁ । ବିହାରରେ ଏକ ନୂଆ ସ୍ଲୋଗାନ ଆସିଛି, 'ଭୋଟ୍ ଚୋର, ଗାଦି ଛାଡ'...ଚୀନ ଏବଂ ଆମେରିକାରେ ମଧ୍ୟ ଲୋକମାନେ 'ଭୋଟ୍ ଚୋର, ଗାଦି ଛାଡ' କହୁଛନ୍ତି । ଆଗକୁ 'ହାଇଡ୍ରୋଜେନ୍' ବୋମା ଆସିବ, ବିଜେପିଠୁ ସତର୍କ ହୋଇଯାଆନ୍ତୁ ଜନତା ।"
#WATCH | Patna, Bihar | Lok Sabha LoP and Congress MP Rahul Gandhi says, "There is a new slogan in Bihar, 'Vote chor, gaddi chhodd'...Even in China and the US, people are saying 'Vote chor, gaddi Chhodd'..." pic.twitter.com/9a6OpHCIYK
— ANI (@ANI) September 1, 2025
'ଭୋଟର ଅଧିକାର ଯାତ୍ରା'ର ଅନ୍ତିମ ଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ''ଭୋଟ ଚୋରି କରି ବିଜେପି ବିହାରରେ ଜିତିବାକୁ ଚାହୁଁଛନ୍ତି । ସେ ଭୋଟ୍, ପଇସା ଚୋରି କରୁଛନ୍ତି । ତୁମେ ସବୁ ସତର୍କ ରହୁ ନଚେତ୍ ସେମାନେ ତୁମକୁ ବୁଡେଇ ଦେବେ । ୬ ମାସରେ ମୋଦି ସରକାର ଭାଙ୍ଗିବ ।''