ଭୁବନେଶ୍ବର: ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ପୁରୀକୁ ଚାଲିବ ୧୧ଶହ ଟ୍ରେନ୍ । ଯେଉଁଥିରେ ୩ଶହଟି ସ୍ପେଶାଲ ଟ୍ରେନ୍ ସହ ୮ଶହଟି ରଥଯାତ୍ରା ସ୍ପେଶାଲ ଟ୍ରେନ୍ ପୁରୀକୁ ଗଡ଼ିବ । ଏହାସହ ୩୦ ହଜାର ଯାତ୍ରୀଙ୍କ ପାଇଁ ଶୌଚ ସୁବିଧା, ଅଧିକ ଟିକେଟ କାଉଣ୍ଟର ସାଙ୍ଗକୁ ପୁଲିସ କଣ୍ଟ୍ରୋଲ ବ୍ୟବସ୍ଥା ମଧ୍ୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଏହାସହ ଖୋର୍ଦ୍ଧା-ବଲାଙ୍ଗୀର ନୂଆ ରେଳ ଲାଇନକୁ ନେଇ ମଧ୍ୟ ବଡ଼ ସୂଚନା ଦେଇଛନ୍ତି । ଆସନ୍ତା ନୂଆବର୍ଷରୁ ଏହା ଖୋଲିବ ବୋଲି କହିଛନ୍ତି । ୭ଟି ଟନେଲ ଦେଇ ଗଡ଼ିବ ଟ୍ରେନ୍ । ଆସନ୍ତା ୨୦୨୭ ଜାନୁଆରୀ କିମ୍ବା ଫେବୃଆରୀରେ ଏହି ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ବ୍ରିଜ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ସୂଚନା ଦେଇଛନ୍ତି ।

ରାଜଧାନୀ ଭୁବନେଶ୍ବର ରେଳ ଷ୍ଟେସନ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି କି, ଷ୍ଟେସନର ପୁନଃ ଉନ୍ନୟନ କାର୍ଯ୍ୟ ଭଲ ଭାବେ ଚାଲିଛି । କୌଣସି ଟ୍ରେନ୍ ଚଳାଚଳ ବନ୍ଦ ନକରି କାମ ଚାଲିଛି । ଟ୍ରାଫିକ୍ ସୁରକ୍ଷାକୁ ନଜରରେ ରଖି କାମ ଦ୍ରୁତଗତିରେ ଆଗେଇ ଚାଲିଛି । ଏହି କାମ ମଧ୍ୟ ଖୁବଶୀଘ୍ର ଶେଷ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ ।

ଏହାସହ ପଢ଼ନ୍ତୁ : Flood Situation : ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଚାଷଜମିର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ