ଭୁବନେଶ୍ବର, ୧୩/୩ : ଘାରିଲାଣି କ୍ରସ ଭୋଯିଂ ଭୟ । ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ୨ ଦିନ ଥିବାବେଳେ ଚତୁର୍ଥ ଆସନ କିଏ ହାତେଇବ ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ବିଜେଡି –କଂଗ୍ରେସ ପରେ ହ୍ବିପ୍ ଜାରି କରିଛି ବିଜେପି ।ବିଜେପି ପାଇଁ କ୍ରସ୍ ଭୋଟିଂ ଡର ନଥିଲେ ମଧ୍ୟ ଦଳର ସମସ୍ତ ବିଧାୟକଙ୍କୁ ପାରାଦୀପର ଏକ ତାରକା ହୋଟେଲକୁ ନେବାକୁ ନିଷ୍ପତ୍ତି ନେଇଛି ବିଜେପି । ଏହାରି ଭିତରେ ବିଜେପି ଜାରି କରିଛି ହ୍ବିପ୍ । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ହ୍ବିପ୍ ଜାରି କରିଛନ୍ତି । ଆସନ୍ତା ୧୬ ତାରିଖ ଅର୍ଥାତ ରାଜ୍ୟସଭା ନିର୍ବାଚନ ଦିନ ସମସ୍ତ ବିଜେପି ବିଧାୟକ ମାନେ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁଧାୟକଙ୍କ ପାଇଁ ହୁଇପ୍ ଜାରି କରିସାରିଛି ବିଜେଡି । ବିଧାୟକଙ୍କୁ ଭୁବନେଶ୍ବର ନଛାଡ଼ିବାକୁ କୁହାଯାଇଛି ।ସେପଟେ କଂଗ୍ରେସ ବିଧାୟକଙ୍କ ଧରି ବାଙ୍ଗାଲୋର ଯାଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାଜ୍ୟସଭା ଭୋଟିଂ ଦିନ ସେମାନେ ଆସିବେ ବୋଲି କୁହାଯାଉଛି । କ୍ରସ୍ ଭୋଟିଂକୁ ନେଇ ଏବେ ଭୟ ଦେଖା ଦେଇଛି । ରାଜ୍ୟସଭା ନିର୍ବାଚନ ଘୋଡ଼ା ବେପାର ହେବାର ଭୟ ରହିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି ।
ଏହାସହ ପଢ଼ନ୍ତୁ : ଆସାମରୁ କଂଗ୍ରେସ ଉପରେ ବର୍ଷିଲେ ମୋଦି, କହିଲେ ମିଛ ପ୍ରତିଶୃତିର ଦୋକାନ ହେଉଛି କଂଗ୍ରେସ