ପ୍ରମୁଖ ଖବର
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ଓଡ଼ିଶା ଦେଉଛି ଭୋଟ: ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜଗତସିଂହପୁରରେ ସର୍ବାଧିକ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ରାକ୍ଷୀ ସାଓ୍ବନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆଦିଲ ଖାନ କହିଲେ ‘ଡ୍ରାମା’, ଅଭିନେତ୍ରୀଙ୍କ ଓକିଲଙ୍କର ଆସିଲା ରିଆକ୍ସନ

ନୂଆଦିଲ୍ଲୀ, ୧୬/୫ :  ମଙ୍ଗଳବାର ସୋସିଆଲ ମିଡ଼ିଆରେ ରାକ୍ଷୀ ସାଓ୍ବନ୍ତଙ୍କ କିଛି ଫଟୋ ଖୁବ ଭାଇରାଲ ହୋଇଥିଲା । ଯେଉଁ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ପ୍ରକାଶ ଯେ, ଉକ୍ତ ଫଟୋରେ ରାକ୍ଷୀ ହସ୍ପିଟାଲରେ ନଜର ଆସୁଛନ୍ତି । ରାକ୍ଷୀଙ୍କ ଏକ୍ସ ହଜବେଣ୍ଡ ରିତେଶ ରାଜ ସିଂହ ବାରମ୍ବାର ତାଙ୍କ ସ୍ବାସ୍ଥ୍ୟବସ୍ଥାର ଅପଡେଟ ସେୟାର କରୁଛନ୍ତି । ଏହା ମଧ୍ୟରେ ଲମ୍ବା ସମୟରୁ ରାକ୍ଷୀଙ୍କ ସହ ବିବାଦରେ ଥିବା ଆଦିଲ ଖାନ ଦୁରାନୀ ଏହାକୁ ରାକ୍ଷୀଙ୍କ ଡ୍ରାମା ବୋଲି କହିଛନ୍ତି । ଯହା ପରେ ରାକ୍ଷୀ ସାଓ୍ବନ୍ତଙ୍କ ଓକିଲ ଫାଲ୍ଗୁନୀ ବ୍ରାହ୍ମଭଟ୍ଟ ଆଦିଲଙ୍କ ଏହି କମେଣ୍ଟକୁ ନେଇ ନିଜର ରିଆକ୍ସନ ଦେଇଛନ୍ତି ଏବଂ ତାଙ୍କର ଖୁବ୍ ସମାଲୋଚନା ବି କରିଛନ୍ତି ।

ଫାଲ୍ଗୁନି ବ୍ରହ୍ମାଭଟ୍ଟ ଏକ ସାକ୍ଷାତକାରରେ କହିଛନ୍ତି କି ରାକ୍ଷୀଙ୍କୁ ସ୍ବାସ୍ଥ୍ୟଗତ ଅସୁବିଧା ଅଛି । ଏଥିରେ କୌଣସି ସନ୍ଦେହ ନାହିଁ । ଆଦିଲ ଯାହା କହୁଛନ୍ତି ସେ ଭାବୁଛନ୍ତି । ତାଙ୍କର କହିବା କଥା କି କୋର୍ଟର ତାରିଖ ନିକଟତମ ହେବା ଦେଖି ରାକ୍ଷୀ ନାଟକ କରୁଛନ୍ତି । କିନ୍ତୁ ଏହା ସତ୍ୟ ନୁହେଁ । ତାଙ୍କର ଚିକିତ୍ସା ଚାଲୁଛି ଏବଂ ଖୁବଶୀଘ୍ର ତାଙ୍କର ସର୍ଜରୀ ହେବ । ଅଭିନେତ୍ରୀ କୋର୍ଟରେ ନିଶ୍ଚିତ ହାଜର ହେବେ । 

ରାକ୍ଷୀଙ୍କ ଓକିଲ ସିଧାସଳଖ କହିଛନ୍ତି କି, ଅଭିନେତ୍ରୀ ଆଇନର କାର୍ଯ୍ୟାନୁଷ୍ଠାନରୁ ଖସିବାକୁ ପ୍ରୟାସ କରୁନାହାନ୍ତି । ଏହାସହ ସେ ଦାବି କରିଛନ୍ତି କି ରାକ୍ଷୀ ଆଗାମୀ ତିନି ଦିନରେ ଅଦାଲତରେ ହାଜର ହେବେ । ସେ କହିଛନ୍ତି କି , ରାକ୍ଷୀ ଦୁଇ- ତିନି ଦିନ ଭିତରେ ଅଦାଲତରେ ହାଜର ହେବେ । ଯେପରି ତାରିଖ ପାଖଉଛି ତାଙ୍କର ଓକିଲ ଦୃଷ୍ଟିରୁ ମୁଁ ଏହା ସୁନିଶ୍ଚିତ କରୁଛି ଆଇନଗତ ପ୍ରକ୍ରିୟା ଅନୁପାଳନ ସୁନିଶ୍ଚିତ ଅଟେ । ସୁପ୍ରିମକୋର୍ଟଙ୍କ ନିର୍ଦେଶର ପାଳନ କରାଯିବ । ଏଭଳି ନୁହେଁ କି ସେ ପଳାଉଛନ୍ତି, ରାକ୍ଷୀ ପ୍ରଥମରୁ ମୋତେ ନିର୍ଦେଶ ଦେଇଛନ୍ତି ଏବଂ ଆମେ ସଠିକ୍ ସମୟରେ ଆଇନଗତ ପଦକ୍ଷେପ ଉଠାଇବୁ । ସେ ବହୁତ ଶୀଘ୍ର ଫେରି ଆସିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.