ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତରେ ବଡ଼ ସମସ୍ୟା ସୃଷ୍ଟି କରିବ ଜଳ ସଂକଟ ? ମୁଖ୍ୟ ଜଳାଶୟ ଗୁଡ଼ିକରେ ୨୩ ପ୍ରତିଶତ କମିଲା ଜଳସ୍ଥର

ନୂଆଦିଲ୍ଲୀ,୩୧/୦୫: ସିଡବ୍ଳୁସିର ତଥ୍ୟ ଅନୁସାରେ, ବର୍ତ୍ତମାନ ଜଳ ସଂରକ୍ଷଣ ଗତ ବର୍ଷ ତୁଳନାରେ ମାତ୍ର ୭୭ ପ୍ରତିଶତ ଏବଂ ସାଧାରଣ ସଂରକ୍ଷଣର ମାତ୍ର ୯୪ ପ୍ରତିଶତ ରହିଛି। ଆୟୋଗ ଶୁକ୍ରବାର ଏହାର ସାପ୍ତାହିକ ବୁଲେଟିନରେ କହିଛି ଯେ,' ଉପଲବ୍ଧ ମୋଟ ସଂରକ୍ଷଣ କ୍ଷମତା ୪୧.୭୦୫ ବିଲିୟନ କ୍ୟୁବିକ ମିଟର (ବିସିଏମ୍‌) ଅଟେ, ଯାହାକି ମୋଟ କ୍ଷମତାର ୨୩ ପ୍ରତିଶତ ଅଟେ। ଜଳଭଣ୍ଡାରର ବର୍ତ୍ତମାନର ସଂରକ୍ଷଣ ଗତ ସପ୍ତାହ ତୁଳନାରେ ୧ ପ୍ରତିଶତ କମ୍ ଥିବାବେଳେ ପୂର୍ବରୁ ଏହା ୨୪ ପ୍ରତିଶତ ଥିଲା ବୋଲି ସଡବ୍ଳୁସି କହିଛି। 

ଆୟୋଗ ଆହୁରି ମଧ୍ୟ କହିଛି ଯେ, 'ଏହା ଗତବର୍ଷ ଏହି ସମୟରେ ମାପ କରାଯାଇ‌ଥିବା ୫୩.୮୩୨ ବିସିଏମ୍‌ ଏବଂ ୪୪.୫୧୧ ବିସିଏମ୍‌ର ସାଧାରଣ ସଂରକ୍ଷଣ ସ୍ଥରରୁ ଅଧିକ ହ୍ରାସ ଅଟେ।' ଫଳସ୍ବରୁପ, ବର୍ତ୍ତମାନର ସଂରକ୍ଷଣ ଗତବର୍ଷ ସ୍ତରର ୭୭ ପ୍ରତିଶତ ଓ ସାଧାରଣ ସଂରକ୍ଷଣ ସ୍ତରର ୯୪ ପ୍ରତିଶତ ଅଟେ।' ସିଡବ୍ଳୁସିର ନଜରରେ ଥିବା ୧୫୦ଟି ପ୍ରମୁଖ ଜଳଭଣ୍ଡାରର ସାମୁହିକ ସଂରକ୍ଷଣ କ୍ଷମତା ୧୭୮.୭୮୪ ବିସିଏମ୍‌ ଅଟେ, ଯାହା ଦେଶରେ ନିର୍ମିତ ମୋଟ ଜଳ ସଂରକ୍ଷଣ କ୍ଷମତାର ୬୯.୩୫ ପ୍ରତିଶତ ଅଟେ।  

ମେ' ୧୬ରୁ ୩୧ ତାରିଖ ମଧ୍ୟରେ ଯେଉଁ ସାପ୍ତାହିକ ବୁଲେଟିନ ସିଡବ୍ଳୁସି ଜାରି କରିଛି, ଏହା ଅନୁସାରେ ଉତ୍ତରାଞ୍ଚଳ- ହିମାଚଳ ପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ଥିବା ୧୫୦ ବୃହତ ଜଳାଶୟ ମଧ୍ୟରୁ ଦଶଟିରେ ଜଳସ୍ଥର ୫.୮୬୪ ବିସିଏମ୍‌ (ମୋଟ କ୍ଷମତାର ୩୦ ପ୍ରତିଶତ) ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହି ଉତ୍ତର ଜଳାଶୟର ବର୍ତ୍ତମାନ ସଂରକ୍ଷଣ କ୍ଷମତା ୧୯.୬୬୩ ବିସିଏମ୍‌ ଅଟେ। ଗତବର୍ଷ ଏହି ଅବଧି ମଧ୍ୟରେ ସଂରକ୍ଷଣ ୩୮ ପ୍ରତିଶତ ଥିଲା। ବର୍ଷର ଏହି ଅବଧିରେ ସାଧାରଣ ସଂରକ୍ଷଣ ୩୧ ପ୍ରତିଶତ ରହିଥାଏ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.