ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା

ଭୁବନେଶ୍ୱର,୦୧/୦୬: ଅନ୍ତିମ ପର୍ଯ୍ୟାୟ  ନିର୍ବାଚନରେ ନେତା ବାଛିବେ ଭୋଟର । ରାଜ୍ୟର  ୬ ଲୋକସଭା ସହ ୪୨ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି।ଶେଷ ଦଫା ଭୋଟରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।  

ଶନିବାର ଶେଷ ପର୍ଯ୍ୟାୟ ଭୋଟ । ଓଡ଼ିଶାର ୬ ଲୋକସଭା ସିଟ୍‌ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ପାଇଁ ମତଦାନ। ଏହି ଲୋକସଭା  ଅନ୍ତର୍ଗତ ୪୨ ବିଧାନସଭା ପାଇଁ ମଧ୍ୟ ଭୋଟରମାନେ  ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ । ଲୋକସଭା ପାଇଁ  ୬୬ଜଣ ପ୍ରାର୍ଥୀ ଥିବାବେଳେ ବିଧାନସଭା ପାଇଁ ଲଢ଼ୁଛନ୍ତି  ୩୯୪ ଜଣ ଯୋଦ୍ଧା । ୯୯ ଲକ୍ଷ ୬୧ ହଜାର ଭୋଟର  ଏମାନଙ୍କର ଭାଗ୍ୟ ଇଭିଏମରେ ସିଲ୍‌ କରିବେ ।  ଏଥିପାଇଁ ୧୦ ହଜାର ୫୮୭ଟି ବୁଥ୍‌ ଓ ୨୫ଟି ଅତିରିକ୍ତ  ବୁଥ୍‌ ବ୍ୟବସ୍ଥା କରାଯାଇଛି । ଶନିବାର ସକାଳ ୭ରୁ ମତଦାନ ପ୍ରକିୟା ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା  ପର୍ଯ୍ୟନ୍ତ ଚାଲିବ  । ମତଦାନ  ସରିବା ପରେ ସନ୍ଧ୍ୟା ୬ରୁ ଏଗ୍‌ଜିଟ୍‌ ପୋଲ ଆରମ୍ଭ  ହେବ । ୪ରେ ଭୋଟଗଣତିରୁ ସ୍ପଷ୍ଟ ହେବ ଫଳ । 

ଶନିବାର ଭୋଟ ହେବାକୁ ଥିବା ଲୋକସଭା ଓ ବିଧାନସଭା ଆସନରେ ବହୁ ହେଭିୱେଟ୍‌ ଭାଗ୍ୟ  ପରୀକ୍ଷା କରିବେ । ଲୋକସଭା ପାଇଁ ଶ୍ରୀକାନ୍ତ ଜେନା, ପ୍ରତାପ ଷଡ଼ଙ୍ଗୀ, ଲେଖାଶ୍ରୀ  ସାମନ୍ତସିଂହାର, ବୈଜୟନ୍ତ ପଣ୍ଡା, ଅଂଶୁମାନ ମହାନ୍ତି,  ସୁଦାମ ମାର୍ଣ୍ଡିଙ୍କ ଭଳି ପ୍ରଭାବଶାଳୀ ନେତା ଲଢ଼ୁଛନ୍ତି ।  ବିଧାନସଭାରେ ନିରଞ୍ଜନ ପଟ୍ଟନାୟକ, ଅତନୁ ସବ୍ୟସାଚୀ  ନାୟକ, ପ୍ରତାପ କେଶରୀ ଦେବ, ଗଣେଶ୍ୱର ବେହେରା,  ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ପ୍ରଶାନ୍ତ ମୁଦୁଲି,  ଅରବିନ୍ଦ ମହାପାତ୍ର, ପ୍ରଭାତୀ ପରିଡ଼ା, ଅରିନ୍ଦମ ରାୟ  ପ୍ରମୁଖଙ୍କ ଆସନ ଉପରେ ସଭିଙ୍କ ନଜର ରହିଛି । 

ଶେଷ ପର୍ଯ୍ୟାୟ ମତଦାନରେ ୧୪୦୦ରୁ  ଅଧିକ ବୁଥ୍‌ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ  ଦ୍ୱାରା ପରିଚାଳିତ କରୁଛନ୍ତି । ଏହି ପର୍ଯ୍ୟାୟରେ  ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ  ହୋଇଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ  ସମାପ୍ତ କରିବାକୁ ସବୁପ୍ରକାର ପ୍ରସ୍ତୁତି ସରିଛି । ୪୨ଟି ନିର୍ବାଚନମଣ୍ଡଳୀରେ ଭୋଟ ପାଇଁ ମୋଟ  ୧୨୫ କମ୍ପାନି ସଶସ୍ତ୍ର କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇଛନ୍ତି । ଅଂଶୁଘାତ ମୁକାବିଲା ପାଇଁ ପ୍ରତି ପୋଲିଂ  ଷ୍ଟେସନରେ ଆବଶ୍ୟକୀୟ ଔଷଧ, ଓଆରଏସ୍‌  ରଖାଯିବ । ବୁଥରେ ପିଇବା ପାଣି, ଶୌଚାଳୟ ଓ  ଛାଇ ଆଦି ସର୍ବନିମ୍ନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.