ନୂଆଦିଲ୍ଲୀ, ୨୮/୦୨; ଘରୋଇ କର୍ଣ୍ଣାଟକ ଓ ଜମ୍ମୁ ଓ କାଶ୍ମୀର ମଧ୍ୟରେ ଖେଳାଯାଉଥିବା ରଣଜୀ ଟ୍ରଫିର ଫାଇନାଲ୍ ମୁକାବିଲା ଡ୍ର’ହୋଇଛି । କ୍ରମାନ୍ୱୟରେ ୪ଦିନ ଧରି ଆଧିପତ୍ୟ ଜାରି ରଖିଥିବା ଜମ୍ମୁ ଓ କାଶ୍ମୀର ଦଳ ୫ ଦିନରେ ଇତିହାସ ରଚିଛି । ପ୍ରଥମ କରି ଫାଇନାଲ୍ ଖେଳୁଥିବା ଜମ୍ମୁ ଓ କାଶ୍ମୀର ଦଳ ଏଥର ଚାମ୍ପିଅନ୍ ହୋଇଛି । ମ୍ୟାଚ ଡ୍ର’ ହୋଇଥିବାରୁ ପ୍ରଥମ ଇନିଂସ ଅଗ୍ରଣୀ ଆଧାରରେ ଦଳ ଚାମ୍ପିଅନ ହୋଇଛି । ୬୭ ବର୍ଷ ଇତିହାସରେ ପ୍ରଥମ ଥର ରଣଜୀ ଟ୍ରଫି ଉଠାଇଛି ଜମ୍ମୁ କାଶ୍ମୀର । ଦଳ ପ୍ରଥମ ଥର ପାଇଁ ୧୯୮୨-୮୩ରେ ରଣଜୀ ଟ୍ରଫି ଜିତିଥିଲା । ୬୭ ବର୍ଷ ପରେ ଦଳ ଆଉଥରେ ଚାମ୍ପିଅନ ହୋଇଛି । ୬୭ ବର୍ଷ ଟ୍ରଫି ମରୂଡ଼ି ଶେଷ ହୋଇଛି ।
ଜମ୍ମୁ ଏବଂ କାଶ୍ମୀର ପ୍ରଥମ ଇନିଂସରେ ହିଁ ମ୍ୟାଚ୍କୁ ଏକପାଖିଆ କରିଥିଲା- ଘରୋଇ କର୍ଣ୍ଣାଟକ ଦଳକୁ ପ୍ରଥମ ଇନିଂସରେ ମାତ୍ର ୨୯୩ ରନ୍ ମଧ୍ୟରେ ଅଲ୍ ଆଉଟ୍ କରିବା ପରେ ଜମ୍ମୁ ଓ କାଶ୍ମୀର ଟାଇଟଲ ଆଶା ଉଜ୍ଜ୍ୱଳ ହୋଇଥିଲା । କର୍ଣ୍ଣାଟକକୁ ଫଲୋଅନ ନ ଦେଇ ଜମ୍ମୁ ଓ କାଶ୍ମୀର କେବଳ ଡ୍ର’ ଲକ୍ଷ୍ୟରେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲା । ଜମ୍ମୁ କାଶ୍ମୀରର ବ୍ୟାଟରମାନେ ଦ୍ୱିତୀୟ ଇନିଂସ୍ରେ ସେମାନଙ୍କର ପ୍ରଭାବଶାଳୀ ଫର୍ମ ବଜାୟ ରଖିଥିଲେ । କାମରାନ୍ ଇକବାଲ୍ ୧୬୦ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ । ସାହିଲ୍ ମଧ୍ୟ ଏକ ଶତକ ହାସଲ କରି ଦଳକୁ ଏକ ଦୃଢ଼ ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ ଇନିଂସ୍ ପରେ, ଦଳର ମୋଟ ଅଗ୍ରଣୀ ୬୩୦ ରନ୍କୁ ଅତିକ୍ରମ କରିଥିଲା, ଯାହା ଫଳରେ ମ୍ୟାଚ୍ଟି ସମ୍ପୂର୍ଣ୍ଣ ଏକପାଖିଆ ହୋଇଗଲା । ଶେଷରେ ମ୍ୟାଚ ଡ୍ର’ କରିବାକୁ ନିଷ୍ପତ୍ତି ହୋଇଥିଲା ।
The celebration by Jammu & Kashmir team. ❤️pic.twitter.com/m322Cv322s
— Mufaddal Vohra (@mufaddal_vohra) February 28, 2026
ଏହା ବି ପଢନ୍ତୁ...IPL 2026; ଲୋଗୋ ପରେ ୩ ବର୍ଷରେ ଜର୍ସି ବଦଳାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ, ବଦଳିବ କି ଦଳର ଭାଗ୍ୟ
1️⃣5️⃣0️⃣ runs and counting 🫡
— BCCI Domestic (@BCCIdomestic) February 28, 2026
Qamran Iqbal is putting on a show in the Final 👏
Updates ▶️ https://t.co/G0ytZLEyNB#RanjiTrophy | @IDFCFIRSTBank pic.twitter.com/jp3lIaERtx
ନିୟମ ଅନୁଯାୟୀ, ରଣଜୀ ଟ୍ରଫି ମ୍ୟାଚ୍ରେ, ଯଦି କୌଣସି ମ୍ୟାଚ୍ ଡ୍ର ହୁଏ, ତେବେ ପ୍ରଥମ ଇନିଂସ ଆଧାରରେ ଫଳାଫଳ ନିର୍ଣ୍ଣୟ କରାଯାଏ । ପ୍ରଥମ ଇନିଂସରେ ଅଗ୍ରଣୀ ପାଇଥିବା ଦଳକୁ ବିଜେତା ଘୋଷିତ କରାଯାଏ । ଏହି ନିୟମ ଆଧାରରେ ଜମ୍ମୁ ଏବଂ କାଶ୍ମୀର ଚାମ୍ପିଅନ ହୋଇଛି । ଜମ୍ମୁ ଏବଂ କାଶ୍ମୀରର ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରି ଟ୍ରଫି ଜିତିଛି । ଏହି ଐତିହାସିକ ମୁହୂର୍ତ୍ତରେ ଜମ୍ମୁ ଏବଂ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ହୁବଲିରେ ଉପସ୍ଥିତ ଥିଲେ । ସେ ଖେଳାଳିମାନଙ୍କ ସହିତ ସାକ୍ଷାତ କରିଥିଲେ, ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଏହି ସଫଳତା ଭବିଷ୍ୟତ ପିଢ଼ିକୁ ଏହି ଖେଳ ଗ୍ରହଣ କରିବାକୁ ପ୍ରେରଣା ଦେବ ।
ଆକିବ ନବି ବିଜୟ ହିରୋ- ଏହି ଟୁର୍ଣ୍ଣାମେଣ୍ଟରେ ଜମ୍ମୁ ଏବଂ କାଶ୍ମୀରର ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦ୍ରୁତ ବୋଲର ଆକିବ ନବି । ନବି ଟୁର୍ଣ୍ଣାମେଣ୍ଟରେ ମୋଟ ୬୦ଟି ୱିକେଟ୍ ନେଇଥିଲେ, ଯାହା ସିଜନର ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି । ସେ ଫାଇନାଲର ପ୍ରଥମ ଇନିଂସରେ ମଧ୍ୟ ୫ ଜଣ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ପୂର୍ବରୁ ସେ ସେମିଫାଇନାଲରେ ୯ଟି ୱିକେଟ୍ ନେଇଥିଲେ ଏବଂ କ୍ୱାର୍ଟର ଫାଇନାଲରେ ସେ ମୋଟ ୧୨ଟି ୱିକେଟ୍ ନେଇଥିଲେ ।