ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘ଆଜାଦ୍‌’ରେ ଡେବ୍ୟୁ କରିବେ ଅଭିନେତ୍ରୀ ରାଶା, ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କରିବେ ଭାଗ୍ୟ ପରୀକ୍ଷା

Published By : Prameya | November 4, 2024 12:05 PM

ମୁମ୍ବାଇ ୦୪/୧୧: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନଙ୍କର ଝିଅ ରାଶା ଥଡାନି ଏବେ ଚର୍ଚ୍ଚାରେ । ମା’ଙ୍କ ପଦାଙ୍କ ଅନୁକରଣ କରି ରାଶା ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଆଗାମୀ ଫିଲ୍ମ  ‘ଆଜାଦ୍‌’ରେ ୧୯ ବର୍ଷୀୟ ରାଶାଙ୍କୁ ଦେଖିବାକୁ  ମିଳିବ । ସେଥିରେ ତାଙ୍କ ବିପକ୍ଷରେ ହିରୋ ସାଜିବେ ଅଭିନେତା ଅଜୟ ଦେବଗନ୍‌ଙ୍କ ଭଣଜା ଅମନ ଦେବଗନ୍‌ । ରାଶାଙ୍କ  ପରି ଅମନ ମଧ୍ୟ ‘ଆଜାଦ୍‌’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।  ଫିଲ୍ମରେ ଅଜୟ ଦେବଗନ୍‌ଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହା ଏକ ଆଡ୍‌ଭେଞ୍ଚର ଫିଲ୍ମ ହୋଇଥିବାବେଳେ ନିକଟରେ ଦୀପାବଳି ଅବସରରେ  ଫିଲ୍ମର ଫାଷ୍ଟ ଲୁକ୍‌ ଜାରି ହୋଇଥିଲା । ସେହି ପୋଷ୍ଟରରେ ଅଜୟଙ୍କର ମୁହଁ  ଦେଖାଯାଉନଥିବାବେଳେ ସେ ଘୋଡ଼ାରେ ବସିଥିବା ନଜର ଆସିଛନ୍ତି । 

ଆସନ୍ତାବର୍ଷ  ଜାନୁଆରୀ ମାସରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । ରାଶା ଥଡାନି ମୁମ୍ବାଇର ଧୀରୁଭାଇ  ଅମ୍ବାନି ସ୍କୁଲରେ ଶିକ୍ଷା ଶେଷ କରିଛନ୍ତି । ପିଲାଦିନରୁ ଅଭିନେତ୍ରୀ ହେବା ତାଙ୍କର  ଏକମାତ୍ର ସ୍ୱପ୍ନ ଥିଲା । ସେଥିଯୋଗୁ ସ୍କୁଲ ଶିକ୍ଷା ସରିବା ମାତ୍ରେ ସେ ଡେବ୍ୟୁ  ଫିଲ୍ମ ଲାଗି ପ୍ରସ୍ତୁତି ଚଳାଇଥିଲେ । ତାଙ୍କୁ ଅନେକ ଆଡୁ ଫିଲ୍ମ ଲାଗି ଅଫର  ଆସିଥିଲା । କିନ୍ତୁ ସେ ଏକ ପିରିୟଡ୍‌ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଛନ୍ତି ।  ଏହି ଫିଲ୍ମ ଲାଗି ବିଧିବଦ୍ଧ ଭାବେ ଅଡିସନ୍‌ ମଧ୍ୟ ଦେଇଥିବା କଥା କହିଛନ୍ତି  ରାଶା । ସୋସିଆଲ୍‌ ମିଡିଆରେ ତାଙ୍କର ୧.୨ ନିୟୁତ ଫଲୋଅର୍ସ ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.