ପୁରୀ ୦୬/୦୬: ତିନି ରଥରେ ଗୟଳ ପଡ଼ିଛି । ରଥରେ ପୋଲ ଗୟଳ ଓ ଛନ୍ଦା ଗୟଳପକାଯାଉଛି । ପୋଲ ଗୟଳ ପଡ଼ିଲା ପରେ ଛନ୍ଦା ଗୟଳପଡ଼ିଛି । ନିରାଡ଼ି ଓ ପୋଲ ଗୟଳକୁ ବାନ୍ଧି ରଖିବ ଛନ୍ଦାଗୟଳ । ଏହାଦ୍ୱାରା ରଥ ମଜଭୁତ ହେବ । ତାଳଧ୍ୱଜ ଓନନ୍ଦିଘୋଷ ରଥରେ ୧୨ଟି ଲେଖାଏଁ ଗୟଳ ଓ ଦେବଦଳନରଥରେ ୮ଟି ଗୟଳ ଲାଗିବ । ପୂର୍ବରୁ ରଥରେ ଟାଣଲାଗିଥିଲା । ଟାଣ ଉପରେ ଗୟଳ କାଠ ସବୁକୁ ପକାଯାଉଛି ।
ଅଧିକ ପଢ଼ନ୍ତୁ :- Rath khala: ତିନି ରଥରେ ଉଠିଲା ଚାରି ନାହାକା, ଆଗକୁ ଛଅ କାଠ ଉଠିବ
ମୁଖ୍ୟ ବିଶ୍ୱକର୍ମାମାନଙ୍କ ତତ୍ତ୍ୱାବଧାନରେ ଭୋଇସେବକମାନେ ରଥରେ କାଠ ଖଞ୍ଜୁଛନ୍ତି । ସମନ୍ୱୟରଖାଯାଇ ତିନି ରଥର ନିର୍ମାଣ କାର୍ଯ୍ୟ ଚାଲିଛି । ଏପଟେଚଉତା କାଠ ପ୍ରସ୍ତୁତ ହୋଇ ସାଇତା ରହିଛି । ଭୂଇଁ ଛଅ(୬) କାଠକୁ ଚଉତା କୁହାଯାଉଛି । ଚଉତା କାଠରେବିନ୍ଧ କରାଯାଇଛି । ଆଗକୁ ରଥଖଳାରେ ରଥ ଭୂଇଁରଫ୍ରେମ୍ ପଡ଼ିବ । ପରେ ତାହାକୁ ଖୋଲାଯାଇ ରଥ ଉପରେସଂଯୁକ୍ତ କରାଯିବ । ଚାରିନାହାକା ଉପରେ ଛଅ କାଠଉଠିିଲେ ଭୂଇଁ ଉଠିବ । କରତି ସେବକ, ଓଝା ଓ ରୁପକାରସେବକମାନେ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି ।