ଭୁବନେଶ୍ଵର, ୪/୯ : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାର୍‌ଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର। ଏମ୍ସକୁ ସ୍ଥାନାନ୍ତର ହେଲେ ଅଭିଜିତ୍ ଦା। ଗଣେଶ ପୂଜା ଦିନ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟାବସ୍ଥାରେ କୋନସି ଉନ୍ନତି ନଆସିବାରୁ ତାଙ୍କୁ ଆଜି ସ୍ଵତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ଉପସ୍ଥିତିରେ ଭୁବନେଶ୍ଵର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ସେଣ୍ଟ୍ରାଲ ଆଇସିୟୁରେ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କୁ ନିଶ୍ଵାସ ନେବାରେ ସମ୍ୟା ହେଉଛି।

ସୂଚନାନୁଯାୟୀ, ଗଣେଶ ପୂଜା ଦିନ ଅଭିଜିତ୍‌ ମଜୁମଦାର୍‌ଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଅଭିଜିତଙ୍କ ବ୍ରେନରେ ସୋଡିୟମ ମାତ୍ରା କମିଯିବାରୁ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ  ୪ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ  ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ରବିବାର ସିଡିଏସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଆଜି ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପ୍ରଥମେ ତାଙ୍କୁ ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏବେ ସେ ସେଣ୍ଟ୍ରାଲ ଆଇସିୟୁରେ ଭେଣ୍ଟିଲେଟରରେ ଅଛନ୍ତି। ଅଭିଜିତଙ୍କୁ ଭେଟିବା ପାଇଁ ଏମ୍ସରେ ପ୍ରଂଶସକ ଓ ସେଲିବ୍ରିଟିଙ୍କ ଭିଡ଼ ଜମିଛି। ଅଭିନେତା ଶ୍ରୀତମ ଦାସ ଓ ବାବୁସାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି।