ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରେଣ୍ଟାଲ କଲୋନି-ଷ୍ଟୁଡିଓ ଛକରେ ସିରିଜ୍‌ ଦୁର୍ଘଟଣା: କାର୍‌କୁ ପିଟି ଓଲଟି ପଡିଲା କାର୍‌, ୪ ଆହତ

Published By : Prameya | November 7, 2024 7:25 AM

ଭୁବନେଶ୍ୱର,୦୭/୧୧: ବୁଧବାର ସନ୍ଧ୍ୟାରେ ରେଣ୍ଟାଲ କଲୋନି-ଷ୍ଟୁଡିଓ ଛକ ରାସ୍ତାରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି । ଜଣେ ମାତାଲ୍‌ କାର ଚାଳକ ୨ଟି  ବାଇକ୍‌କୁ ସାଇଡ୍‌ ମାରି ଖସି ପଳାଉଥିବା ବେଳେ ଅନ୍ୟ ଏକ କାର୍‌କୁ ଧକ୍କା  ଦେଇ ଓଲଟି ପଡିଛି । ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ସେଥିରୁ ଜଣଙ୍କ  ଅବସ୍ଥା ସଙ୍କଟାପନ୍ନ ଅଛି । 

ଦୁର୍ଘଟଣାଟି ସନ୍ଧ୍ୟା ସାଢ଼େ ୭ଟାରେ ଘଟିଥିଲା । ଷ୍ଟୁଡିଓ  ଛକ ଆଡୁ ରେଣ୍ଟାଲ କଲୋନିରୁ ଏକ କାର(ଓଡି୦୨ଭି ୫୯୭୯) ସିଆର୍‌ପି  ଛକ ଅଭିମୁଖେ ଯାଉଥିଲା । ମାତାଲ ଚାଳକଜଣକ ରାସ୍ତା ସାରା ହର୍ଣ୍ଣ ବଜାଇ  ଦ୍ରୁତଗତିରେ କାର ଚଳାଉଥିଲା । ଅନ୍ୟ ଚାଳକମାନେ ଭୟରେ କାରକୁ ବାଟ  ଛାଡ଼ି ଦେଉଥିଲେ । ଭରତପୁର ବନ ବିଭାଗ କାର୍ଯ୍ୟାଳୟ ସାମ୍ନାରେ କାରଟି ୨ଟି  ବାଇକ୍‌କୁ ସାଇଡ୍‌ ମାରିଥିଲା । ଗୋଟିଏ ବାଇକ୍‌ ଚାଳକ ଭାରସାମ୍ୟ ହରାଇ  ତଳେ ପଡି଼ ଯାଇଥିଲେ । ସେ ଜୋର୍‌ରେ ପାଟିକରି ଉକ୍ତ କାରକୁ ପିଛା କରିବାକୁ  ଲାଗିଲେ । ଏହା ଦେଖି ମାତାଲ୍‌ ଚାଳକ କାର୍‌ ସ୍ପିଡ୍‌କୁ ଆହୁରି ବଢ଼ାଇଥିଲା । ରେଣ୍ଟାଲ ଛକ ରାସ୍ତାରେ ଯାଉଥିବା ଅନ୍ୟ ଏକ କାର (ଓଡି ୨୩କେ ୭୯୪୪) କୁ ପଛ ପଟୁ ଖୁବ୍‌ ଜୋର୍‌ରେ ପିଟି ରାସ୍ତା ମଝିରେ ଓଲଟି ପଡିଥିଲା । ମାତାଲ  ଚାଳକଙ୍କ ସହ କାରରେ ବସିଥିବା ଅନ୍ୟ ଜଣେ ଆହତ ହୋଇଥିଲେ । ଅନ୍ୟ  କାରରେ ଗୋଟିଏ ପରିବାରର ୩ ସଦସ୍ୟ ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସା  ସାରି ଘରକୁ ଫେରୁଥିଲେ । ଦୁର୍ଘଟଣା ଯୋଗୁ ସମସ୍ତେ ଆହତ ହୋଇଥିଲେ ।  ସେମାନେ ଏହି ମାତାଲ୍‌ କାର ଚାଳକ ଯୋଗୁ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.