ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

IPL 2025; କୋଚଙ୍କୁ ମାଲାମାଲ କରିଛି ଆଇପିଏଲ, ଦ୍ୱିତୀୟରେ ଦ୍ରାବିଡ଼, ଜାଣନ୍ତୁ କିଏ ସବୁଠୁ ଧନୀ ?

Published By : Ankita S | April 2, 2025 11:12 AM

ନୂଆଦିଲ୍ଲୀ,୦୨/ ୦୪: ଦିନ ଗଡୁଛି ରୋମାଞ୍ଚ ବଢୁଛି । ଜୋରଦାର ହେଉଛି  ଲଢେଇ । ଚାଲିଛି କ୍ରିକେଟ ମହାସମର ଆଇପିଏଲ ସିଜିନ୍ ୧୮।  ଆଇପିଏଲରେ କେବଳ ପ୍ଲେୟାର  ନୁହଁନ୍ତି, କୋଚମାନେ ମଧ୍ୟ ମାଲାମାଲ ହେଉଛନ୍ତି । ୧୦ଟି ଦଳର ସବୁ  ହେଡ୍ କୋଚ୍ ଜଣେ ଜଣେ କୋଟିପତି । ବାର୍ଷିକ ଆୟ ବାବଦକୁ କୋଟି କୋଟି ଦରମା ନିଅନ୍ତି । ରାହୁଲ ଦ୍ରାବିଡଙ୍କଠୁ ନେଇ ଆଶିସ୍ ନେହେରାଙ୍କ ଯାଏ ଜଣେ ଜଣେ କୋଟିଏପତି କୋଚ୍ । ତେବେ କିଏ ସବୁଠୁ ଧନୀ ? କାହାର ଦରମା ଅଧିକ  ?  ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ ।

ରାଜସ୍ଥାନ ରୟାଲ୍ସ କୋଚ୍ ରାହୁଲ ଦ୍ରାବିଡ଼ ।  ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପଦ ଛାଡ଼ିବା ପରେ ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ରହିଛନ୍ତି ।  ଦ୍ରାବିଡ଼ ୩୨୦ କୋଟି ଟଙ୍କାର ମାଲିକ । ରାଜସ୍ଥାନ ରୟାଲ୍ସଠୁ ସେ ୫ କୋଟି ଟଙ୍କା ଦରମା ନେଉଛନ୍ତି । ଏଥର ଆଇପିଏଲରେ ସେ ସବୁଠୁ ଅଧିକ ଦରମା ନେଉଛନ୍ତି ।  କୋଟିପତି କୋଚ୍ ତାଲିକାର ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହରା ଆରମ୍ଭରୁ ଗୁଜରାଟ ଟାଇଟନ୍ସର କୋଚ ରହିଛନ୍ତି । ପଦାର୍ପଣ ସଂସ୍କରଣରେ ଦଳକୁ ଟାଇଟଲ ଜିତାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା  ଥିଲା । ନେହରା ୪୦ରୁ ୪୫ କୋଟି ଟଙ୍କାର ମାଲିକ । ସେ  ୩ କୋଟି ଟଙ୍କାର ଦରମା ପାଉଛନ୍ତି ।  ପୂର୍ବତନ ଭାରତୀୟ କ୍ରିକେଟର ହେମାଙ୍ଗ ବଦାନି ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ଅଛନ୍ତି । ସେ ବାର୍ଷିକ ୧.୫ କୋଟି ଟଙ୍କା ଦରମା ନିଅନ୍ତି । 

ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଜଷ୍ଟିନ ଲାଙ୍ଗର ଲକ୍ଷ୍ନୌ ସୁପରଜାଏଣ୍ଟସର ମୁଖ୍ୟ କୋଚ୍ ଅଛନ୍ତି । ସେ ବାର୍ଷିକ ୪ କୋଟି ଟଙ୍କା ଦରମା ପାଉଥିବା ଜଣାପଡିଛି  । ଆଇପିଏଲ କୋଚମାନଙ୍କ ମଧ୍ୟରେ ସେ ତୃତୀୟ ଧନୀ । ସେ ୮୬ କୋଟି ଟଙ୍କାର ମାଲିକ । ଶ୍ରୀଲଙ୍କାର କିମ୍ବଦନ୍ତୀ ମାହେଲା ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟକୋଚ୍ ଅଛନ୍ତି । ଆଇପିଏଲର ସବୁଠୁ ସଫଳ ଦଳ ମୁମ୍ବାଇ । ମାହେଲା ବାର୍ଷିକ ୪ କୋଟି ଟଙ୍କା ଦରମା ପାଉଛନ୍ତି । ସେ ମୋଟ୍ ୮୫ କୋଟି ଟଙ୍କାର ମାଲିକ । 

ଆଇପିଏଲର ଆଉ ଏକ ସଫଳ ଟିମ୍ ଚେନ୍ନାଇ ସୁପରକିଙ୍କସର କୋଚ୍ ଅଛନ୍ତି ଷ୍ଟିଫେନ୍ ଫ୍ଲେମିଂ । ସେ ୪ ରୁ୫ କୋଟି ଟଙ୍କାର ଦରମା ନେଉଛନ୍ତି । ଫ୍ଲେମିଂ ୬୮ କୋଟି ଟଙ୍କାର ମାଲିକ ।ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ କୋଚ୍  ପୂର୍ବତନ ଜିମ୍ବାୱେ କ୍ରିକେଟର ଆଣ୍ଡି ଫ୍ଲାୱାର । ସେ ୩.୫କୋଟି ଟଙ୍କା ଦରମା ନେଉଛନ୍ତି । ଫ୍ଲାୱାର ମୋଟ୍ ୪୩ କୋଟି ଟଙ୍କାର ମାଲିକ ।

ଅଧିକ ପଢନ୍ତୁ...IPL 2025; ୪ ଦିନ ପରେ କ୍ରିକେଟ୍ ଫିବରରେ କମ୍ପିବେ ଫ୍ୟାନ୍ସ, ଜାଣନ୍ତୁ କିଏ ସବୁଠୁ ଧନୀ କ୍ୟାପ୍ଟେନ୍

ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ଡାନିଏଲ ଭିଟ୍ଟୋରି ସନରାଇଜର୍ସ  ଦ୍ରାଇଦ୍ରାବାଦର ମୁଖ୍ୟ କୋଚ୍ ଅଛନ୍ତି । ସେ ବାର୍ଷିକ ୨.୫କୋଟି ପାରିଶ୍ରମିକ ନେଉଛନ୍ତି । ସେ ପାଖାପାଖି ୧୦୦କୋଟି ଟଙ୍କାର ମାଲିକ । କୋଲକାତା ନାଇଟ ରାଇଡର୍ସର ମୁଖ୍ୟ କୋଚ୍ ଅଛନ୍ତି ଚନ୍ଦ୍ରକାନ୍ତ ପଣ୍ଡିତ । ସେ ୨ କୋଟି ଟଙ୍କା ଦରମା ପାଉଛନ୍ତି । ଚନ୍ଦ୍ରକାନ୍ତ ମୋଟ୍ ୨୫ କୋଟି ଟଙ୍କାର ମାଲିକ । ସେହିପରି ପଞ୍ଜାବ କିଙ୍ଗସର କୋଚ୍ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ । ସେ ୬୦୦ରୁ ୮୦୦ କୋଟି ଟଙ୍କାର ମାଲିକ । ପଞ୍ଜାବ କିଙ୍ଗସରେ ଯୋଗ ଦେବା ପରେ ତାଙ୍କର ବାର୍ଷିକ ଦରମା ୩ ରୁ ୫ କୋଟି  ବୋଲି ଜଣାପଡିଛି । ସେ ଆଇପିଏଲ ସବୁଠୁ ଧନୀ କୋଚ୍ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.