ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଲା ପାଇପ୍‌ ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ୨ ଯୁବକ

Published By : Harapriya Sethi | January 31, 2025 10:35 AM

ଭୁବନେଶ୍ୱର,୩୧/୦୧: ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଲା ପାଇପ୍‌ ବୋଝେଇ ଟ୍ରକ୍‌ । ଦୁର୍ଘଟଣା ଘଟାଇ ଖସି ଯାଉଥିବା ବେଳେ ଧରା ପଡ଼ିଲା ଟ୍ରକ୍‌ । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ ଯୁବକ । ସେମାନଙ୍କ ମଧ୍ୟରୁ ଜଣେ ଯୁବ ସାମ୍ୱାଦିକ ତପନ ପ୍ରଧାନ ବୋଲି ଜଣା ପଡ଼ିଛି । ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଧାମନଗର ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟ ସାରି ବିଳମ୍ବିତ ରାତିରେ ଭଦ୍ରକରୁ କାର୍‌ ଯୋଗେ ଫେରୁଥିଲେ ଧାମନଗର ପ୍ରେସ କ୍ଲବର ସଭାପତି ବୈକୁଣ୍ଠ ନାଥ ସାହୁ ଏବଂ ଯୁବ ସାମ୍ବାଦିକ ତପନ ପ୍ରଧାନ । ଏହି ସମୟରେ ଚିଙ୍ଗିଡିପୁର ନିକଟରେ କଲିକତାରୁ ଅନୁଗୁଳକୁ ଆସୁଥିବା ପାଇପ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଗାଡ଼ିକୁ ପିଟି ଖସିଯିବାକୁ ଉଦ୍ୟମ କରିଥିଲା । ଏହା ଦେଖି ବୈକୁଣ୍ଠ ନାଥ ସାହୁ ନିଜର ଉପସ୍ଥିତ ବୁଦ୍ଧିକୁ ବ୍ୟବହାର କରିଥିଲେ । ତୁରନ୍ତ ଛତାବର ଟୋଲ ଗେଟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଗାଡିକୁ ଧରିବାରେ ସକ୍ଷମ ହୋଇଥିଲେ । ସଙ୍ଗେ ସଙ୍ଗେ ଖବର ପାଇ ପ୍ରେସ୍‌ କ୍ଲବର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । 

ଏହି ଖବରଟିକୁ ପଢନ୍ତୁ- ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ

ତେବେ ଚିଙ୍ଗିଡିପୁର ଠାରେ ୱାନ ୱେ ରୋଡ ଦୁର୍ଘଟଣାର ମୁଖ୍ୟ କାରଣ । ଆଜିକୁ ଦେଢ଼ ବର୍ଷ ହେବ ୧୬ ନମ୍ୱର୍ ଜାତୀୟ ରାଜପଥର ବିଷ୍ଣୁପୁର ନିକଟରେ ଓଭର ବ୍ରିଜ କାମ ମନ୍ଥର ଗତିରେ ଚାଲୁଛି । ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ଘଟିଛି । ଜିଲ୍ଲା ପ୍ରଶାସନକୁ ତୁରନ୍ତ ଓଭର ବ୍ରିଜ କାମ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.