ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଲା ସ୍କର୍ପିଓ, ୬ ମୃତ

Published By : Anindita Ratha | February 19, 2025 1:00 PM

ନୂଆଦିଲ୍ଲୀ,୧୯/୦୨: ଝାଡ଼ଖଣ୍ଡରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଲା ସ୍କର୍ପିଓ । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କର୍ପିଓଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ସ୍କର୍ପିଓରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଛି । 

ଏହା ମଧ୍ୟ ପଢନ୍ତୁ-  ୬ ମାସ ଭିତରେ ମିଳିବ ମହିଳାଙ୍କ କ୍ୟାନସର ଟିକା

ସୂଚନା ଅନୁସାରେ, ଗତକାଲି  ବିଳମ୍ବିତ ରାତିରେ ଝାଡଖଣ୍ଡ ଡୁମରି-ଗିରିଡିହ ରାସ୍ତାର ମଧୁବନ ଥାନା ଅଧିନସ୍ଥ ଲଟ୍ଟାକଟ୍ଟୋ ଅଞ୍ଚଳରେ ଏହି ଘଟଣା ଘଟିଛି । ମଧ୍ୟରାତ୍ରିରେ ଏକ ସ୍କର୍ପିଓ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ବାଇ ଆସୁଥିଲା । ଫଳରେ ସ୍କର୍ପିଓ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇଥିଲା । ପରେ ଏକ ଗଛରେ ଯାଇ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଖବର ପାଇ ଡୁମରି ଏସଡିପିଓ ସୁମିତ କୁମାରଙ୍କ ନିର୍ଦ୍ଦେଶ କ୍ରମେ ମଧୁବନ ଥାନା ପୋଲିସକୁ ଘଟଣାସ୍ଥଳକୁ ଯାଇ ବହୁ କଷ୍ଟରେ ମୃତଦେହକୁ ଗାଡ଼ିରୁ ବାହାର କରିଛନ୍ତି । ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକମାନେ  ମୁଙ୍ଗେର ମୁଫାସିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ଦରିଆପୁରର ବାସିନ୍ଦା ବୋଲି ପରିଚୟ ମିଳିଛି । ସେହିପରି ଜଣଙ୍କର ମୃତକଙ୍କ ପରିଚୟ ମିଳିପାରି ନାହିଁ । ସେପଟେ ମୃତ ବାଇକ୍ ଆରୋହୀମାନେ ମଧୁବନ ଥାନା ଅଞ୍ଚଳର ଛଛଣ୍ଡୋ ନିବାସୀ ବୋଲି ଜଣାପଡିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.